Posted inRasifala

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ
ଆଜି ରାଶ୍ୟାଧିପ ସ୍ବନକ୍ଷତ୍ରସ୍ଥ ଯୋଗୁଁ ସ୍ବାସ୍ଥ୍ୟରେ ଉନ୍ନତି, ଯାତ୍ରା, ବ୍ୟବସାୟ ,ବାଣିଜ୍ୟ, ପରିବହନ, ସଂଗଠନ, ରାଜନୀତି ପାଇଁ ବହୁତ ଭଲ । ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ ନାହିଁ । ପରିବାରର ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେ ନାହିଁ ।
ବୃଷ
ବୃଷ
ବୁଧ ଯୋଗୁ ବନ୍ଧୁଙ୍କ ସହାୟତାରେ ଅର୍ଥଲାଭ ଅବଶ୍ୟମ୍ଭାବୀ । ଯେଉଁ କାମରେ ହାତ ଦେବେ ସବୁ କିଛି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ସାମୂହିକ କାମରେ ବନ୍ଧୁମାନଙ୍କ ପ୍ରଶଂସା ସୂଚକ ବାକ୍ୟ ଆପଣଙ୍କୁ ଭାବ ବିଭୋର କରାଇପାରେ । କିନ୍ତୁ ପରିବାରରେ ପିଲାମାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ ।
ମିଥୁନ
ମିଥୁନ
ଭାଗ୍ୟଭାବସ୍ଥ ରବି ଓ ବୁଧଙ୍କ ଯୋଗୁ ଅନ୍ୟକୁ ଆପଣାର କରିବାକୁ ଯାଇ ସଫଳତା ପ୍ରାପ୍ତ ହେବେ । ଚନ୍ଦ୍ରଙ୍କ ପ୍ରଭାବରୁ ଟିକିଏ ହସ ମିଶ୍ରିତ ମଧୁର କଥା ସକାଶେ ଲକ୍ଷ୍ୟହୀନ ଭ୍ରମଣ ମଧ୍ୟ କରିବେ । ଦେବଗୁରୁଙ୍କ ଦୁର୍ବଳତାଜନିତ ସଭା ସମିତିରେ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି ।
କର୍କଟ
କର୍କଟ
ନୀଚ ରାଶିରେ ଚନ୍ଦ୍ର ଓ ଅଷ୍ଟମସ୍ଥ ମଙ୍ଗଳ ଯୋଗୁଁ ଉଗ୍ରତା ଓ ସାମ୍ୟଭାବ ସମୟାନୁକ୍ରମେ ପରିସ୍ଥିତି ଅନୁଯାୟୀ ଅନୁଭୂତ ହେବ । କର୍ମକ୍ଷେତ୍ରରେ ସ୍ବଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତ୍ତାପ କରିବାକୁ ପଡିପାରେ । ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଦୁର୍ବଳତା କାରଣରୁ ସାମୟିକ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁମାନଙ୍କ ଆଶ୍ୱାସନାରୁ ମନ ବଦଳିଯିବ । ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇପାରନ୍ତି । ସହକର୍ମୀଙ୍କ ନିକଟରୁ ଅଯାଚିତ ଭାବରେ ଆବଶ୍ୟକତାଠାରୁ ଅଧିକ ଟଙ୍କା ପାଇ ଖୁସି ହେବେ ।
କନ୍ୟା
କେନ୍ଦ୍ରାଧିପ କୋଣଭାବସ୍ଥ ହେତୁ ଆଜି ଆପଣଙ୍କ ବନ୍ଧୁ ମାନଙ୍କ ଗହଣରେ ଖୁସୀରେ ସମୟ କଟାଇବେ ଓ ଖାଇବାକୁ ମଧ୍ୟ ଭଲ ମିଳିବ । କର୍ମକ୍ଷେତ୍ରରେ ଚାଲାକ୍‌ କାମ କରି ଆକସ୍ମିକ ଭାବେ ନୂତନ ସମସ୍ୟାକୁ ମଧ୍ୟ ସୁଧାରି ନେବେ । ପୁରାତନ ଗାଡିଟି ବିକ୍ରି ହୋଇଯିବା ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି ।
ତୁଳା
ତୁଳା
ଦୁର୍ବଳ କର୍ମାଧିପତି ସଙ୍ଗକୁ ନୀଚସ୍ଥ ଚନ୍ଦ୍ର ପ୍ରଭାବରେ କୌଣସି କାମରେ ସଫଳତା ପାଇବା କଷ୍ଟକର ହୋଇପାରେ । ଏଣେ ଘର କାମରେ ମନ ଲାଗିବ ନାହିଁ ତେଣେ ବସି ବସି ସମୟ ନଷ୍ଟ କରିବେ । ତଥାପି ସ୍ବାତୀ ନକ୍ଷତ୍ରର ପାରିବାରିକ ଜୀବନ, ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ସାମୟିକ ଖୁସୀ ରହିବେ ।
ବିଛା
ବିଛା
ଚିନ୍ତାଶୀଳ ମାନସିକ ସ୍ଥିତି ସଙ୍ଗକୁ ପ୍ରଗତିର ପଥରୋଧକ ହେବ । ନିକଟ ସମ୍ପର୍କୀୟମାନଙ୍କ ଭଲ କରିବାକୁ ଯାଇ ନିଜେ ହିଁ କ୍ଷତିରେ ପଡିବେ । ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ୍‌ କରି ଚଳିବା ଠିକ୍‌ ହେବ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜୀବୀମାନଙ୍କ ପ୍ରଶଂସାଭାଜନ ହେବେ
ଧନୁ
ଧନୁ
ରାଶିରେ କେତୁ ଥିବାରୁ ମାନସିକ ଅସ୍ଥିରତା ଓ ଅସଂଯମ ଜୀବନଚର୍ଯ୍ୟା କିମ୍ବା ଅସାବଧାନତା କାରଣରୁ ସମସ୍ୟାଗ୍ରସ୍ତ ହୋଇପାରନ୍ତି । ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିବାର ଆଶଙ୍କା ରହିଛି । ଖୋଜଖବର ପାଉ ନ ଥିବା ବନ୍ଧୁଙ୍କ ଠିକଣା ଅଜଣା ଅଶୁଣା ବ୍ୟକ୍ତି ମାଧ୍ୟମରେ ପାଇପାରନ୍ତି ।
ମକର
ମକର
ସାହସିକତା ପ୍ରଦର୍ଶନ କରି ପ୍ରତିବନ୍ଧକକୁ ସାମନା କରି ଆଶା ପୂରଣରେ ସଫଳ ହେବେ । ସତ୍‌ସଙ୍ଗ,ସଭାସମିତିରେ ବକ୍ତୃତା,ପ୍ରବଚନ,ଆନୁଷ୍ଠାନିକ କାମରେ ତଥା ପ୍ରତିଯୋଗିତାରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ କିନ୍ତୁ ନିର୍ବିଘ୍ନରେ କାମ କରି ଚାଲନ୍ତୁ କିଛି ଅସୁବିଧା ହେବ ନାହିଁ ।
କୁମ୍ଭ
କୁମ୍ଭ
ଆଜି ଚତୁର୍ଥକେନ୍ଦ୍ରସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ଦିନ ମଧ୍ୟରେ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ମିଳିବ । ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟାର ସାମ୍‌ନା କରିବାକୁ ପଡିପାରେ । ହଠାତ୍‌ ଜନଗହଳିପୂର୍ଣ୍ଣ ପରିବେଶରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରନ୍ତି ।
ମୀନମୀନ
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡିପାରେ । ଆଲୋଚନା ସମାଲୋଚନା, ପ୍ରଶାସନ, ରାଜନୀତି, ସଂଗଠନ କ୍ଷେତ୍ରରୁ ସୁଫଳ ମିଳିବ । ଘରର ବରାଦ ଅନୁସାରେ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ପରିସ୍ଥିତି ପ୍ରତି ସଚେତନ ନ ହୋଇ କାମ କଲେ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri