Posted inRasifala

ରାଶିଫଳ: ଗୁରୁବାର, ଫେବ୍ରୁଆରି ୨୭ ତାରିଖ – Daily Horoscope

ମେଷ
କର୍ମଭାବସ୍ଥ କର୍ମାଧିପତି ଯୋଗୁ ପ୍ରତ୍ୟେକ ପ୍ରକାରର ପରିସ୍ଥିତିକୁ ସାମନା କରି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ ଶିଥିଳତା ପରିଲକ୍ଷିତ ହେବ ।
ବୃଷ
ବୃଷ
ରବି ଓ ବୁଧ କେନ୍ଦ୍ରସ୍ଥ ଯୋଗୁ ପାରିବାରିକ ସମ୍ପର୍କ, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରିବେ । ସମ୍ପର୍କୀୟଙ୍କ କାମରେ ହସି ହସି ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ପରିବାରରେ ବହୁତ ଦିନରୁ ଚାହିଁ ବସିଥିବା ପ୍ରତୀକ୍ଷିତ ଖବର ହଠାତ୍‌ ପାଇ ଖୁସି ହୋଇଯିବେ । କଠୋର ଶ୍ରମ ଯୋଗୁ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।
ମିଥୁନ
ମିଥୁନ
କର୍ମସ୍ଥ ଶୁକ୍ର ଓ ଚନ୍ଦ୍ର ପ୍ରଭାବରୁ ଆର୍ଥିକ ଉନ୍ନତି ସହ ମନୋରଞ୍ଜନ ଉପକରଣ କ୍ରୟ କରିପାରନ୍ତି । ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ । ନିକଟ ସମ୍ପର୍କୀୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ବିଳମ୍ବରେ ଆଜିର କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ ।
କର୍କଟ
କର୍କଟ
ଦିନଟି ବହୁତ ଭଲ । ସାଙ୍ଗସାଥୀ, ବନ୍ଧୁବର୍ଗଙ୍କ ସହ ହସଖୁସି ମଧ୍ୟରେ ସମୟ କଟାଇବେ । ସାମାନ୍ୟ ଖର୍ଚ୍ଚାନ୍ତ ହୋଇ ଦୀର୍ଘଦିନର ଆଶା ଚରିତାର୍ଥ କରିପାରନ୍ତି । ଅଫିସ୍‌ ସମ୍ବନ୍ଧୀୟ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଅଶ୍ଳେଷା ନକ୍ଷତ୍ର ସକାଶେ ସାହାଯ୍ୟର ଗନ୍ଧ ନ ଥାଇ ସାଙ୍ଗମାନଙ୍କ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିପାରେ ।
ସି˚ହ
ସି˚ହ
ଉଚ୍ଚଭାବରେ କର୍ମାଧିପ ଯୋଗୁ ଆଗାମୀ କାର୍ଯ୍ୟ ସକାଶେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମ କଲେ ଅବଶ୍ୟ ଉପକୃତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । କେତେକ ଘରୋଇ କାମ ସକାଶେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
କନ୍ୟା
ରାଶିପ୍ରତି ଚନ୍ଦ୍ର ଓ ଶୁକ୍ରଙ୍କ ଦୃଷ୍ଟିରୁ ପାରିବାରିକ ସ୍ତରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ଅର୍ଥନୈତିକ ଅଭିବୃଦ୍ଧି, ନୂତନ ବନ୍ଧୁସମ୍ପର୍କ, ମାଙ୍ଗଳିକ କାମର ପ୍ରସ୍ତୁତିରେ ଖୁସି ଅନୁଭବ କରିବେ ।
ତୁଳା
ତୁଳା
ପାପଗ୍ରହମାନଙ୍କ କୁପ୍ରଭାବରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି । ସରକାରୀ ଦପ୍ତରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାର ସୂଚନା ରହିଛି । ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ସମ୍ପର୍କୀୟ ଜଣେ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।
ବିଛା
ବିଛା
ଶୁକ୍ର ଓ ଚନ୍ଦ୍ରଙ୍କ କୋଣଭାବର ସୁପ୍ରଭାବରେ ବନ୍ଧୁଙ୍କ ଆଦର, ପରିବାରର ସ୍ନେହ, କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ । ଆର୍ଥିକ ଉନ୍ନତି, ସ୍ଥଗିତ କାର୍ଯ୍ୟାରମ୍ଭ କରିପାରନ୍ତି। ରାସ୍ତାରେ ଗମନାଗମନ କ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ଜମିଜମା କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଅଟକି ରହିଥିବା କାମକୁ ତ୍ୱରାନ୍ବିତ ପାଇଁ ଚେଷ୍ଟା କରିବେ । ପ୍ରତିଦ୍ୱନ୍ଦ୍ୱିତାଜନିତ ପରିବହନ କ୍ଷେତ୍ରରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ । ବନ୍ଧୁମେଳରେ ଅପମାନଜନକ କଥାଶୁଣି ମନସ୍ତାପ କରିପାରନ୍ତି। ବାରମ୍ବାର ଚେଷ୍ଟାକଲେ ମଧ୍ୟ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।
ମକର
ମକର
ସପ୍ତମାଧିପ ଶୁକ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଆପଣଙ୍କ ଚିନ୍ତା ଓ ଭାବନା ବାସ୍ତବତାରେ ପରିଣତ ହୋଇପାରିବ। ଧନିଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ବ୍ୟବସାୟିକ ସ୍ଥିତି ଭଲ ରହିବା ସହ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି।
କୁମ୍ଭ
କୁମ୍ଭ
ବିଷମ ପରିସ୍ଥିତିରେ ମଧ୍ୟ ନମ୍ରଭାବ ପୋଷଣକରି କର୍ମକ୍ଷେତ୍ରର ଉତ୍ତେଜନାକୁ ପ୍ରଶମିତ କରିପାରିବେ । ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଅଭାବ ଅସୁବିଧାକୁ ଦୂରେଇବାରେ ସମର୍ଥ ହେବେ । ପାରିବାରିକ ଖର୍ଚ୍ଚର ଭରଣା କରିବାକୁ ଧାର ଉଧାର କରିବାକୁ ପଡିପାରେ । ସଭାସମିତିରେ ଜଣେ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି ।
ମୀନମୀନ
ସବୁ ସୁବିଧା ଥାଇ ମଧ୍ୟ କାମ ହାସଲ ନ ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟିହେବ । ଈର୍ଷାପରାୟଣ ବ୍ୟକ୍ତିମାନେ ହଠାତ୍‌ ବିରୋଧୀ ମନୋବୃତ୍ତି ନେଇ ସକ୍ରିୟ ହୋଇଉଠିବେ । ସବୁ କ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri