ଭଦ୍ରକ ଅଫିସ, ୧୨।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପିଛା ଛାଡୁନି ବିବାଦ। କିଛିଦିନ ତଳେ ଟୁଇଟ୍ର ମାତ୍ର ଦେଢ଼ଘଣ୍ଟା ମଧ୍ୟରେ ଜଣେ ହିତାଧିକାରୀଙ୍କୁ ୯ ମାସର ଚାଉଳ ମିଳିବା ଘଟଣା ଲୋକଙ୍କ ମନରୁ ଲିଭିନି। ଏବେ ପୁଣି ଥରେ ଏହି ପଞ୍ଚାୟତରେ ଅନ୍ତ୍ୟୋଦୟ ଯୋଜନାରେ ପ୍ରିୟାପ୍ରୀତି ତୋଷଣ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଧାମନଗର ବ୍ଲକରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ବୁଧବାର ଜିଲା ଯୋଗାଣ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବୁଧବାର ଭଗବାନପୁର ପଞ୍ଚାୟତ ପଳିକିରି ଓ ଗୁଆପୋଖରୀରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ କେଦାର ନାୟକ ଓ ଧାମନଗର ବ୍ଲକ ଯୋଗାଣ ଅଧିକାରୀ ମନୋରଞ୍ଜନ ମହାପାତ୍ର ଏହି ଦୁଇ ଗଁାରେ ପହଞ୍ଚି ନିର୍ଦ୍ଦିଷ୍ଟ ଅଭିଯୋଗର ତଦନ୍ତ କରିଥିଲେ। ଜିଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀଙ୍କ ନିକଟରେ ବୁଧବାର ସନ୍ଧ୍ୟାରେ ଉକ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାଯାଇଛି।
ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇ ଯୋଗ୍ୟମାନଙ୍କୁ ବାଦ୍ ଦିଆଯାଇଛି। ଏପରିକି ବହୁ ଚାକିରିଆ, ଦୁଇ ମହଲା ଘର, ଟ୍ରାକ୍ଟର ଓ ବୋଲେରୋ ଥିବା ବ୍ୟକ୍ତିଙ୍କୁ ଏଥିରେ ଉଦ୍ଦେଶ୍ୟମୂଳକ ଭାବେ ସାମିଲ କରାଯାଇଛି। ଗୁରୁବାର ଏହି ଘଟଣାର ତଦନ୍ତ ପାଇଁ ଅନ୍ୟ ଏକ ଟିମ୍ ଉକ୍ତ ପଞ୍ଚାୟତ ପରିଦର୍ଶନରେ ଯାଉଥିବା ସୂଚନା ମିଳିଛି। ପଞ୍ଚାୟତର ସମୁଦାୟ ହିତାଧିକାରୀ ଯାଞ୍ଚ ପରେ ଅଧିକାଂଶ ଅଯୋଗ୍ୟ ହିତାଧିକାରୀ ସ୍ପଷ୍ଟ ହେବେ ବୋଲି ଜଣାପଡ଼ିଛି।
ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର
ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…
ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ
ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…
ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ
ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…
ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ
ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…
ଗୋ’ ମାଫିଆଙ୍କ ଘରେ ରେଡ୍: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର
ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…
ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ
ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…
ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…
ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍ ସମୟରେ ମା’ଙ୍କ ପୂଜା ପୂଜା…
ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ
ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…
Archives

