ଭଦ୍ରକ ଅଫିସ, ୧୨।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପିଛା ଛାଡୁନି ବିବାଦ। କିଛିଦିନ ତଳେ ଟୁଇଟ୍ର ମାତ୍ର ଦେଢ଼ଘଣ୍ଟା ମଧ୍ୟରେ ଜଣେ ହିତାଧିକାରୀଙ୍କୁ ୯ ମାସର ଚାଉଳ ମିଳିବା ଘଟଣା ଲୋକଙ୍କ ମନରୁ ଲିଭିନି। ଏବେ ପୁଣି ଥରେ ଏହି ପଞ୍ଚାୟତରେ ଅନ୍ତ୍ୟୋଦୟ ଯୋଜନାରେ ପ୍ରିୟାପ୍ରୀତି ତୋଷଣ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଧାମନଗର ବ୍ଲକରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ବୁଧବାର ଜିଲା ଯୋଗାଣ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବୁଧବାର ଭଗବାନପୁର ପଞ୍ଚାୟତ ପଳିକିରି ଓ ଗୁଆପୋଖରୀରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ କେଦାର ନାୟକ ଓ ଧାମନଗର ବ୍ଲକ ଯୋଗାଣ ଅଧିକାରୀ ମନୋରଞ୍ଜନ ମହାପାତ୍ର ଏହି ଦୁଇ ଗଁାରେ ପହଞ୍ଚି ନିର୍ଦ୍ଦିଷ୍ଟ ଅଭିଯୋଗର ତଦନ୍ତ କରିଥିଲେ। ଜିଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀଙ୍କ ନିକଟରେ ବୁଧବାର ସନ୍ଧ୍ୟାରେ ଉକ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାଯାଇଛି।
ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇ ଯୋଗ୍ୟମାନଙ୍କୁ ବାଦ୍ ଦିଆଯାଇଛି। ଏପରିକି ବହୁ ଚାକିରିଆ, ଦୁଇ ମହଲା ଘର, ଟ୍ରାକ୍ଟର ଓ ବୋଲେରୋ ଥିବା ବ୍ୟକ୍ତିଙ୍କୁ ଏଥିରେ ଉଦ୍ଦେଶ୍ୟମୂଳକ ଭାବେ ସାମିଲ କରାଯାଇଛି। ଗୁରୁବାର ଏହି ଘଟଣାର ତଦନ୍ତ ପାଇଁ ଅନ୍ୟ ଏକ ଟିମ୍ ଉକ୍ତ ପଞ୍ଚାୟତ ପରିଦର୍ଶନରେ ଯାଉଥିବା ସୂଚନା ମିଳିଛି। ପଞ୍ଚାୟତର ସମୁଦାୟ ହିତାଧିକାରୀ ଯାଞ୍ଚ ପରେ ଅଧିକାଂଶ ଅଯୋଗ୍ୟ ହିତାଧିକାରୀ ସ୍ପଷ୍ଟ ହେବେ ବୋଲି ଜଣାପଡ଼ିଛି।
ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…
ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍
ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...
ବିଜେଡିକୁ ଶକ୍ତ ଝଟ୍କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ
ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...
ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ
ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...
ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…
ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...
ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ
ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...
ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ
ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...
Archives


