Categories: ଜାତୀୟ

ରାମ ରହିମଙ୍କୁ ଭେଟିଲେ ହନିପ୍ରୀତ, ୪୫ ମିନିଟ୍‌ ଧରି ଚାଲିଲା କଥାବାର୍ତ୍ତା

ରୋହତକ,୯।୧୨: ଡେରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ରୋହତକ ଦୁନାରିଆ ଜେଲରେ ଭେଟିଛନ୍ତି ତାଙ୍କ ପାଳିତ କନ୍ୟା ହନିପ୍ରୀତ। ଦୁହିଁଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ରାମ ରହିମଙ୍କୁ ଜେଲ୍‌ ହେବା ପରେ ଉଭୟଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର। ଜେଲରେ ବାବା ଗୁରମିତକୁ ଦେଖା କରିବା ପାଇଁ ହନିପ୍ରୀତ ଜେଲ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ଯାହାକୁ ଜେଲ ପ୍ରଶାସନ ପକ୍ଷରୁ ସ୍ବୀକାର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗୁରମିତ ବଳାତ୍କାର ଓ ହତ୍ୟା ମାମଲାରେ ୨୦ ବର୍ଷ ସଜା କାଟିବା ପାଇଁ ଦଣ୍ଡାଦେଶ ହୋଇଛି। ଗୁରମିତ ବର୍ଷେ ହେଲା ରୋହତକର ସୁନେରିଆ ଜେଲରେ କଏଦୀ ଭାବେ ରହୁଛି। ୨୦୧୭ ଅଗଷ୍ଟ ୨୫ରେ ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ବଳାତ୍କାର ମାମଲାରେ ଗିରଫ କରାଯିବା ପରେ ପଞ୍ଚକୁଲାରେ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସା ସୃଷ୍ଟି କରିବାରେ ହନିପ୍ରୀତଙ୍କ ହାତ ଥିବା ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇ ତାଙ୍କୁ ଗିରଫ କରାଯାଇଥିଲା। ନିକଟରେ ସେ ଜାମିନରେ ମୁକୁଳିଛନ୍ତି।

Share