ରାମାୟଣରେ ଦଶରଥ, କୌଶଲ୍ୟାଙ୍କ ଭୂମିକାରେ ଅଭିନୟ କରିଥିଲେ ଏହି ଯୋଡ଼ି, ବାସ୍ତବ ଜୀବନରେ ସ୍ବାମୀ-ସ୍ତ୍ରୀ

ମୁମ୍ବାଇ: ୩୩ ବର୍ଷ ପରେ ପୁଣି ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପ୍ରସାରିତ ହେଉଛି। ଏଥିରେ ଅଭିନୟ କରିଥିବା ଏକ ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଦଶରଥ ଏବଂ କୌଶଲ୍ୟାଙ୍କ କଥା କହୁଛୁ। ରାମାୟଣରେ ଦଶରଥ ଭୂମିକାରେ ବାଲ୍‌ଧୂରୀ ଏବଂ ମାତା କୌଶଲ୍ୟା ଭୂମିକାରେ ଜୟଶ୍ରୀ ଗଡକର ଅଭିନୟ କରିଥିଲେ। ଦୁହେଁ ବାସ୍ତବ ଜୀବନରେ ମଧ୍ୟ ସ୍ବାମୀ ସ୍ତ୍ରୀ। ରାମାୟଣ ବ୍ୟତୀତ ଏ ଦୁଇ କଳାକାର ମରାଠୀ ଫିଲ୍ମରେ ଅଭିନୟ କରିଥିଲେ। ଉଭୟ ମରାଠୀ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କର୍ନାଟକରେ ରହୁଥିବା ଜୟଶ୍ରୀ ମରାଠୀ ଫିଲ୍ମରେ ଶିଶୁ କଳାକାର ଭାବେ କାମ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ତମାଶା’ ଥିଲା। ଏହା ପରେ ୧୯୯୫ରେ ସେ ଶାନ୍ତାରାମଙ୍କ ଫିଲ୍ମ ‘ଝନକ ଝନକ ଝନକ ପାୟଲ ବାଜେ’ରେ ଅଭିନୟ କରିଥିଲେ। ଏହା ପରେ ଆଉ ପଛକୁ ଫେରିନାହାନ୍ତି ଜୟଶ୍ରୀ। ତାଙ୍କ ଅଭିନୀତ ହିଟ୍‌ ଫିଲ୍ମ ମଧ୍ୟରେ ‘ସଙ୍ଗତେ ଏକା’ ‘ଅବଗାଚୀ ସଂସାର’, ‘ମାନିନୀ’ ରହିଛି। ତେବେ ୨୦୦୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବାଲ ଧୂରୀଙ୍କ କଥା କୁହାଗଲେ ସେ ମରାଠୀ ଫିଲ୍ମରେ ଏକ ଜଣାଶୁଣା ଚେହେରା। ଏହା ବ୍ୟତୀତ ସେ ହିନ୍ଦୀ ଏବଂ ଗୁଜୁରାଟୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ସେ ୨୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି। ଟିଭିରେ ତାଙ୍କୁ ଅଧିକାଂଶ ଲୋକ ମହାରାଜ ଦଶରଥ ଭାବେ ଜାଣିଛନ୍ତି।

Share