Categories: ଜାତୀୟ

ରାଫାଲ ବିମାନ କ’ଣ ନୂଆ ଟ୍ରକ୍‌ ଯେ ତାକୁ ପୂଜା କରାଗଲା: ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୦।୧୦: ଗୋଟିଏ ଦିନ ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ପ୍ୟାରିସ ଯାଇ ଯୁଦ୍ଧ ବିମାନ ରାଫାଲକୁ ଗ୍ରହଣ କରିବା ପୂର୍ବରୁ ଏହାକୁ ପୂଜା କରିଥିଲେ। ଆଉ ଏହାପରେ ପରେ ଏହି ପୂଜାକୁ ନେଇ ବିରୋଧୀ ଏବେ ଶାସକ ଭାଜପାକୁ ସମାଲୋଚନା କରି ଚାଲିଛନ୍ତି। ଗୁରୁବାର ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ପ୍ରତିରକ୍ଷାକୁ ନେଇ ରାଫାଲ କିଣିବା ପର୍ଯ୍ୟନ୍ତ କଥା ଠିକ୍‌ ଅଛି। ହେଲେ ରାଫାଲ ଭଳି ଯୁଦ୍ଧ ବିମାନକୁ ଲେମ୍ବୁ-ଲଙ୍କା ଦେଇ ପୂଜା କରିବା କଥା ସେ ବୁଝି ପାରି ନାହାଁନ୍ତି ବୋଲି କହିଛନ୍ତି। ଶରଦ ପ୍ରଶ୍ନ କରିଛନ୍ତି ରାଫାଲ କ’ଣ ନୂଆ ଟ୍ରକ୍‌ ଯେ ତାକୁ ଲେମ୍ବୁ-ଲଙ୍କା ଦେଇ ପୂଜା କରାଗଲା? ଟ୍ରକ୍‌ କୁ ସିନା ଅଶୁଭ ଦୃଷ୍ଟିରୁ ରକ୍ଷା କରିବାକୁ ଲେମ୍ବୁ-ଲଙ୍କା ଲଗାଯାଇଥାଏ ହେଲେ ରାଫାଲ ଉପରେ କାହାର ନଜର ପଡିବ ବୋଲି ଶରଦ କହିଛନ୍ତି। ସୂଚନାଯୋଗ୍ୟ, ରାଫାଲର ଏହି ପୂଜାକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କହିଥିଲେ କି ଭାଜପା ରାଫାଲ ପୂଜା କରି ଯେଉଁ ଡ୍ରାମା କରିଛି ତାକୁ ବନ୍ଦ କରାଯାଉ।

Share