ରାତି ୭ଟା ୪୫ରେ ଶ୍ରୀମନ୍ଦିର ବନ୍ଦ

ପୁରୀ ଅଫିସ,୧୯।୩: କରୋନା କଟକଣାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେଉଛି। ବେଳାଭୂମିର ଉଠା ବ୍ୟବସାୟୀ ହୁଅନ୍ତୁ ଅବା ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଥିବା ସହରର ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ସମସ୍ତେ ଏକପ୍ରକାର ହାତ ବାନ୍ଧି ବସିଛନ୍ତି। ତେବେ କରୋନା କଟକଣାର ସବୁଠୁ ଅଧିକ ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ିଛି। ଅଳ୍ପ ସଂଖ୍ୟାରେ ଭକ୍ତ ଆସୁଥିବାରୁ ନୀତିକାନ୍ତି ତ୍ୱରାନ୍ବିତ ହୋଇଥିଲା। ଫଳରେ ବୁଧବାର ସଅଳ ହୋଇଛି ରାତ୍ର ପହୁଡ଼। ରାତି ୭ଟା ୪୫ରେ ବନ୍ଦ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାର। କେବଳ ପହୁଡ଼ ନୁହେଁ, ହୁଣ୍ଡିରେ ବି ପଡ଼ିଥିଲା କରୋନା କଟକଣା ମାଡ଼। ହୁଣ୍ଡିରୁ ମାତ୍ର ୩୧ ହଜାର ୯୮ ଟଙ୍କା ଏବଂ ୧ ଗ୍ରାମ୍‌ ରୁପା ବାହାରିଛି। ହୁଣ୍ଡିରୁ ଏତେ କମ୍‌ ଟଙ୍କା ଗତ ୮/୧୦ ବର୍ଷ ମଧ୍ୟରେ ବାହାରି ନ ଥିବା ଏବଂ ରାତି ୮ଟା ପୂର୍ବରୁ କେବେ ପହୁଡ଼ ହେବାର ନଜିର ନ ଥିବା ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।
ସୋମବାରଠାରୁ ଜିଲାରେ କରୋନା କଟକଣା କଡ଼ାକଡ଼ି କରାଯାଇଛି। ଜିଲାର ପ୍ରବେଶ ପଥରେ ପର୍ଯ୍ୟଟକ ଗାଡ଼ି ଯାଞ୍ଚ କରାଯାଉଛି। ଅତ୍ୟାବଶ୍ୟକ ନ ଥିଲେ ଜିଲା ବାହାର ଲୋକଙ୍କୁ ପୁରୀକୁ ପ୍ରବେଶ କରାଯାଉ ନାହିଁ। ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଉଥିବାରୁ ଏହାର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ୁଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟା କମୁଥିବାରୁ ଗତ ଦୁଇଦିନଠାରୁ ବୁଧବାର ହୁଣ୍ଡି ଅର୍ଥ ପୂରା କମିଯାଇଥିଲା। କଟକଣାର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ଶ୍ରୀମନ୍ଦିର ହୁଣ୍ଡିରୁ ୯୮,୮୭୨ ଟଙ୍କା ଓ ମଙ୍ଗଳବାର ୭୨,୫୩୭ ଟଙ୍କା ବାହାରିଥିଲା। ତେବେ ଭକ୍ତ ନ ଥିବାରୁ ନୀତିକାନ୍ତି ସଅଳ ସରିଥିଲା। ଫଳରେ ରାତି ୭ଟା ୪୫ରେ ଶ୍ରୀମନ୍ଦିରରେ ପହୁଡ଼ ହୋଇଥିଲା। ଶୀଘ୍ର ରାତ୍ର ପହୁଡ଼ର ଏହା ରେକର୍ଡ କୁହାଯାଇପାରେ ବୋଲି କହିଛନ୍ତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ। କରୋନା ପାଇଁ ଏମିତି ବିଭିନ୍ନ କ୍ଷେତ୍ରରେ ବ୍ୟତିକ୍ରମ ଘଟୁଥିବା ବେଳେ ଆଗାମୀ ଦିନରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସଂଖ୍ୟା ଆହୁରି କମିପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri