ରାତି ୭ଟା ୪୫ରେ ଶ୍ରୀମନ୍ଦିର ବନ୍ଦ

ପୁରୀ ଅଫିସ,୧୯।୩: କରୋନା କଟକଣାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେଉଛି। ବେଳାଭୂମିର ଉଠା ବ୍ୟବସାୟୀ ହୁଅନ୍ତୁ ଅବା ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଥିବା ସହରର ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ସମସ୍ତେ ଏକପ୍ରକାର ହାତ ବାନ୍ଧି ବସିଛନ୍ତି। ତେବେ କରୋନା କଟକଣାର ସବୁଠୁ ଅଧିକ ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ିଛି। ଅଳ୍ପ ସଂଖ୍ୟାରେ ଭକ୍ତ ଆସୁଥିବାରୁ ନୀତିକାନ୍ତି ତ୍ୱରାନ୍ବିତ ହୋଇଥିଲା। ଫଳରେ ବୁଧବାର ସଅଳ ହୋଇଛି ରାତ୍ର ପହୁଡ଼। ରାତି ୭ଟା ୪୫ରେ ବନ୍ଦ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାର। କେବଳ ପହୁଡ଼ ନୁହେଁ, ହୁଣ୍ଡିରେ ବି ପଡ଼ିଥିଲା କରୋନା କଟକଣା ମାଡ଼। ହୁଣ୍ଡିରୁ ମାତ୍ର ୩୧ ହଜାର ୯୮ ଟଙ୍କା ଏବଂ ୧ ଗ୍ରାମ୍‌ ରୁପା ବାହାରିଛି। ହୁଣ୍ଡିରୁ ଏତେ କମ୍‌ ଟଙ୍କା ଗତ ୮/୧୦ ବର୍ଷ ମଧ୍ୟରେ ବାହାରି ନ ଥିବା ଏବଂ ରାତି ୮ଟା ପୂର୍ବରୁ କେବେ ପହୁଡ଼ ହେବାର ନଜିର ନ ଥିବା ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।
ସୋମବାରଠାରୁ ଜିଲାରେ କରୋନା କଟକଣା କଡ଼ାକଡ଼ି କରାଯାଇଛି। ଜିଲାର ପ୍ରବେଶ ପଥରେ ପର୍ଯ୍ୟଟକ ଗାଡ଼ି ଯାଞ୍ଚ କରାଯାଉଛି। ଅତ୍ୟାବଶ୍ୟକ ନ ଥିଲେ ଜିଲା ବାହାର ଲୋକଙ୍କୁ ପୁରୀକୁ ପ୍ରବେଶ କରାଯାଉ ନାହିଁ। ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଉଥିବାରୁ ଏହାର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ୁଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟା କମୁଥିବାରୁ ଗତ ଦୁଇଦିନଠାରୁ ବୁଧବାର ହୁଣ୍ଡି ଅର୍ଥ ପୂରା କମିଯାଇଥିଲା। କଟକଣାର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ଶ୍ରୀମନ୍ଦିର ହୁଣ୍ଡିରୁ ୯୮,୮୭୨ ଟଙ୍କା ଓ ମଙ୍ଗଳବାର ୭୨,୫୩୭ ଟଙ୍କା ବାହାରିଥିଲା। ତେବେ ଭକ୍ତ ନ ଥିବାରୁ ନୀତିକାନ୍ତି ସଅଳ ସରିଥିଲା। ଫଳରେ ରାତି ୭ଟା ୪୫ରେ ଶ୍ରୀମନ୍ଦିରରେ ପହୁଡ଼ ହୋଇଥିଲା। ଶୀଘ୍ର ରାତ୍ର ପହୁଡ଼ର ଏହା ରେକର୍ଡ କୁହାଯାଇପାରେ ବୋଲି କହିଛନ୍ତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ। କରୋନା ପାଇଁ ଏମିତି ବିଭିନ୍ନ କ୍ଷେତ୍ରରେ ବ୍ୟତିକ୍ରମ ଘଟୁଥିବା ବେଳେ ଆଗାମୀ ଦିନରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସଂଖ୍ୟା ଆହୁରି କମିପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri