ରାତିରେ ଭିଜାଇ ସକାଳୁ ଖାଆନ୍ତୁ ଅଲ୍‌ମଣ୍ଡ, ମିଳିବ ଏସବୁ ଫାଇଦା

ଶୀତଦିନେ ଅନେକ ଲୋକ ଡ୍ରାଏଫ୍ରୁଟ୍ସକୁ ଖାଦ୍ୟପେୟରେ ସାମିଲ କରିଥାଆନ୍ତି। ସେଥିମଧ୍ୟରୁ ଅଲମଣ୍ଡ (ବାଦାମ) ଅନ୍ୟତମ। ଏହା ଉପାଦେୟ ପୋଷକ ତତ୍ତ୍ୱରେ ଭରପୂର। ବିଶେଷକରି ତ୍ୱଚା ଓ କେଶ ପାଇଁ ଏହା ଭଲ। ତେବେ ବାଦାମରୁ ଅଧିକ ଲାଭ ପାଇବା ପାଇଁ ଏହାକୁ ରାତିରେ ଭିଜାଇ ସକାଳେ ଖାଆନ୍ତୁ।

ଅଲ୍‌ମଣ୍ଡରେ ଭିଟାମିନ୍‌ ଇ, ଫାଇବର, ଓମେଗା ୩ ଫ୍ୟାଟି ଏସିଡ୍‌, ପ୍ରୋଟିନ୍‌ ରହିଛି। ଏତଦ୍‌ବ୍ୟତୀତ ମାଙ୍ଗାନିଜ୍‌, ପୋଟାସିୟମ୍‌ ମଧ୍ୟ ରହିଛି। ଏସବୁ ଗୁଣ ପାଇଁ ବାଦାମକୁ ‘ସୁପରଫୁଡ୍‌’ ମଧ୍ୟ କୁହାଯାଏ।

ଜାଣନ୍ତୁ ଏହାକୁ ସେବନ କରିବାର ଲାଭ:– ଓଜନ ଏବଂ ମଧୁମେହ (ଡାଇବେଟିସ୍‌) ନିୟନ୍ତ୍ରିତ ରଖେ: ଅଲ୍‌ମଣ୍ଡରେ ଥିବା ଫାଇବର ଓ ପ୍ରୋଟିନ୍‌ ଯୋଗୁ ଏହାକୁ ସେବନ କଲେ ପେଟ ଭର୍ତ୍ତିଥିବା ଭଳି ଲାଗେ। ଏଣୁ ବ୍ୟକ୍ତି କମ୍‌ ଖାଦ୍ୟ ସେବନ କରନ୍ତି। ସେହିଭଳି ଏହା ପାଚନକ୍ରିୟାକୁ ଅଧିକ ତ୍ୱରାନ୍ବିତ କରିଥାଏ। ଫଳରେ ଓଜନ ନିୟନ୍ତ୍ରଣରେ ରୁହେ। ବାଦାମରେ ଥିବା ମ୍ୟାଗ୍ନେସିୟମ ମଧୁମେହରୁ ରକ୍ଷା କରିଥାଏ।

-ହୃଦୟ ପାଇଁ ଜରୁରୀ ଅଲମଣ୍ଡ: ହୃଦ୍‌ରୋଗର ପ୍ରମୁଖ କାରଣ ମଧ୍ୟରୁ କୋଲେଷ୍ଟରଲ ଅନ୍ୟତମ। ହେଲେ ଅଲ୍‌ମଣ୍ଡ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧିତ ରୋଗ ହୋଇ ନ ଥାଏ। ବିଶେଷଭାବେ ହାର୍ଟ ଆଟାକ୍‌ର ସମ୍ଭାବନା କମ୍‌ ହୋଇଥାଏ। ଏହାଛଡ଼ା ବାଦାମରେ ଥିବା ଭିଟାମିନ ଇ ହୃଦୟ ଏବଂ ବୟସାଧିକ ଯୋଗୁ ଆଖି ଉପରେ ପଡ଼ୁଥିବା ଖରାପ ପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ।

-ମଜଭୁତ କରେ କେଶ: ଅଲମଣ୍ଡରେ ସେବନ କେଶ ପାଇଁ ଅତ୍ୟନ୍ତ ଭଲ। ଏଥିରେ ଥିବା ଓମେଗା ଫ୍ୟାଟି ଏସିଡ୍‌ ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ଠିକ୍‌ କରିଥାଏ। ଏହା କେଶ ପାଇଁ ମଧ୍ୟ ଭଲ। ନିୟମିତ ଅଲ୍‌ମଣ୍ଡ ସେବନ କରିବା ଦ୍ୱାରା କେଶ ମଜଭୁତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri