ରାତିତମାମ୍‌ ଭିଜିଥିଲୁ

ମଡେଲ-କମ୍‌-ଆକ୍ଟର ଆରିଏନ ଧୀର କୁମାରଙ୍କୁ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ‘ଯୋଗୀ’ରେ ବ୍ରେକ୍‌ ମିଳିଥିଲା। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ ପ୍ରଥମ ଥର ପାଇଁ ନାୟିକା ସାଜିଥିବା ନିକିତା। ଉକ୍ତ ଫିଲ୍ମରେ ଏହି ଯୋଡ଼ିକୁ ନେଇ ଏକ ବର୍ଷାଭିଜା ଗୀତ- ‘ଧୂଅଁ। ଧୂଅଁ।’ର ଦୃଶ୍ୟାୟନ କରାଯାଇଥିଲା। ଏହାର ଶୁଟିଂ ସମୟର ଅନୁଭୂତି ଏବେ ମଧ୍ୟ ଆରିଏନ୍‌ଙ୍କ ମନରେ ସତେଜ ହୋଇ ରହିଛି। ଏ ସମ୍ପର୍କରେ ସେ କହନ୍ତି, ‘ଗୀତର ଶୁଟିଂ ପୂର୍ବରୁ ସିକୁଏନ୍ସ ବିଷୟରେ ଆମକୁ ବୁଝାଇ ଦିଆଗଲା। ବର୍ଷାରେ ଭିଜି ଶଟ୍‌ ଦେବାକୁ ପଡ଼ିବ। ତେଣୁ ଏ ନେଇ ନିଜକୁ ପ୍ରସ୍ତୁତ କରିନେଲି। ପୁଣି ଶୀତ ରାତି ଆଉ ସେଥିରେ ବର୍ଷାରେ ଭିଜିଲେ ଯେମିତି ଲାଗୁଥିବ ଜାଣିପାରୁଥିବେ। ହେଲେ ଶଟ୍‌ ସହ ନିଜକୁ ଏମିତି ଜଡ଼ିତ କରିନେଇଥିଲି ଯେ ମୋତେ କିଛି ଜଣାପଡି ନ ଥିଲା। ରାତିତମାମ ଶଟ୍‌ ନିଆଗଲା ଆଉ ଆମ ଦୁହିଙ୍କୁ ବର୍ଷାରେ ଭିଜିବାକୁ ପଡିଥିଲା। ତା’ପରଦିନ ଯାଏ କୁଆଡ଼େ? ପ୍ରବଳ ଥଣ୍ଡା ଜ୍ୱର। ଏହି ଗୀତ କଥା ମୋର ମନେପଡେ, ତା’ସହ ସେହି ରାତିତମାମ ବର୍ଷାରେ ଭିଜିବା ଦୃଶ୍ୟ ସ୍ବତଃ ଆଖି ସାମ୍‌ନାକୁ ଚାଲିଆସେ ବୋଲି କହନ୍ତି ଆରିଏନ।’ ସୂଚନାଯୋଗ୍ୟ, ରେଞ୍ଜ୍‌ ରୟାଲ ସିନେ ଲ୍ୟାବ୍‌ ବ୍ୟାନରରେ ଏହି ଫିଲ୍ମର ଟାଇଟଲ ଭୂମିକାରେ ଅଭିନୟ କରିଥିଲେ ହର ରଥ ଏବଂ ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା।

Share