ଛେଣ୍ଡିପଦା,୧୯।୬(ସ୍ବ.ପ୍ର.) – ପ୍ରେମିକଙ୍କୁ ମହଙ୍ଗା ପଡ଼ିଛି ରାତିଅଧିଆ ପ୍ରେମ। ପ୍ରେମିକାଙ୍କ ବାପା ଓ ଅଜାଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ପ୍ରେମିକ। ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏଥିସହ ପ୍ରେମିକଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ପ୍ରେମିକାଙ୍କ ବାପା ଓ ଅଜାଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।
ଘଟଣା ଘଟିଛି ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ। ପୋଲିସର କହିବା ଅନୁଯାୟୀ, ଥାନା ଅଞ୍ଚଳର ଜନୈକା ଯୁବତୀ ଓ ଯୁବକଙ୍କ ମଧ୍ୟରେ ଦୀର୍ଘଦିନରୁ ପ୍ରେମ ସମ୍ପର୍କ ଥିଲା। ସୋମବାର ରାତି ୧୧ ଟାରେ ପ୍ରେମିକ ଜଣକ ପ୍ରେମିକାଙ୍କ ଘର ନିକଟକୁ ଯାଇ ତାଙ୍କୁ ବାହାରକୁ ଡକାଇଥିଲେ। ଏକ ଗଛମୂଳେ ଦୁହେଁ କଥାବାର୍ତ୍ତା ହେଉଥିବାବେଳେ ପ୍ରେମିକାଙ୍କ ପରିବାର ଲୋକେ ଦେଖିବା ସହ ପ୍ରେମିକଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରୁ ପ୍ରେମିକକୁ ଉଦ୍ଧାର କରିଥିଲା। ଏ ନେଇ ପ୍ରେମିକଙ୍କ ବାପା ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୧୧୦/୧୯ରେ ଏକ ମାମଲା ରୁଜୁ କରି ପ୍ରେମିକାଙ୍କ ବାପା ଓ ଅଜାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ
ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...
ଆଉଘରକୁ ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍ ସହ ହେଲା…
ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...
ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...
ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ
ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...
ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି
ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...
ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ
ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...
ଜିଏମ୍ଡିସି: ଗୁଜରାଟରୁ ଆସି ଖାଇଗଲେ
ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...
Archives


