Categories: ଫୁରସତ

ରାତାରାତି ବଢ଼ିଗଲା ଫ୍ରିଜ୍‌ରେ ଥିବା ଲାଉର ଆକାର, କାରଣ ଜାଣନ୍ତୁ

ବଜାରରୁ କିଣି ଆଣିଥିବା କିଛି ପନିପରିବା ଆକାର ଯଦି ରାତାରାତି ପରିବର୍ତ୍ତନ ହୋଇଯାଏ ତେବେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ। ଏହା ଭୂତ-ପ୍ରେତଙ୍କ କାମ ବୋଲି ମନରେ ଧାରଣା ଆସିବ। ଠିକ୍‌ ଏମିତି ଏକ ଘଟଣା ଘଟିଛି ପାଟଣାର ଜଣେ ବ୍ୟକ୍ତିଙ୍କ ଘରେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ବ୍ୟକ୍ତିଙ୍କ ଘରେ ଫ୍ରିଜ୍‌ରେ ରଖା ଯାଇଥିବା ଲାଉର ଆକାର ରାତାରାତି ଏତେ ବଢ଼ିଯାଇଛି ଯାହା ଦେଖି ତାଙ୍କ ସ୍ତ୍ରୀ ଡରିଗଲେ। ଆଉ ଭୂତ ପ୍ରେତ କହି ହୋ-ହଲ୍ଲା କଲେ। ମହିଳାଜଣକ ତାଙ୍କ ସ୍ବାମୀଙ୍କ ଉପରେ ରାଗିପାଚି ଲାଲ ହୋଇଗଲେ। କେଉଁଠୁ ଏମିତି ଭୂତ ଲାଉ ଆଣିଛ ବୋଲି ପଚାରିଲେ। ଏହି ଲାଉରେ ଭୂତ ଅଛି। ଘରେ ଆଉ ମୁହୂର୍ତ୍ତେ ରହିବେ ନାହିଁ ବୋଲି ସ୍ବାମୀଙ୍କୁ ରୋକ୍‌ଠୋକ୍‌ ଶୁଣାଇ ଦେଲେ। ଲାଉର ଆକାର ଏତେ ବଢ଼ି ଯାଇଥିବା ଦେଖି ବ୍ୟକ୍ତି ଜଣକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ଶୁଣି ପଡ଼ୋଶୀମାନେ ଚାଲି ଆସିଲେ। ଏହା ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଭିଡ଼ ଭିତରୁ ଜଣେ ବ୍ୟକ୍ତି କହିଲେ, ଆଜିକାଲି ବ୍ୟବସାୟୀମାନେ ପନିପରିବାର ଆକାର ବଢ଼ାଇବା ପାଇଁ ଇଞ୍ଜେକ୍‌ସନ ଦେଉଛନ୍ତି। ଏହି କାରଣରୁ ଲାଉର ଆକାର ବୃଦ୍ଧି ଘଟି ଥାଇପାରେ। ମହିଳା ଜଣକ କହିଲେ, ତାଙ୍କ ସ୍ବାମୀ ଆଣିଥିବା ୧ କିଲୋ ଲାଉରୁ ସେ ରାତିରେ ଅଧା ରୋଷେଇ କରିଥିଲେ। ସକାଳୁ ଫ୍ରିଜ୍‌ ଖୋଲି ଦେଖିବାରୁ ଏହାର ଆକାର ଦେଢ଼ କିଲୋରୁ ଅଧିକ ହୋଇଥିବା ଦେଖିବାକୁ ପାଇଥିଲେ।

Share