Categories: ଜାତୀୟ

ରାଣେଙ୍କୁ ସଂଖ୍ୟା ଯୋଗାଡ଼ ଦାୟିତ୍ୱ

ମୁମ୍ବାଇ,୨୫ା୧୧: ଦେବେନ୍ଦ୍ର ଫଡ୍‌ନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସତ, କିନ୍ତୁ ସରକାରକୁ ତିଷ୍ଠାଇ ରଖିବା ପାଇଁ ଆବଶ୍ୟକ ସଂଖ୍ୟାବଳ ଥିବା ଭଳି ମନେହେଉନାହିଁ। ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ତୁରନ୍ତ ଆସ୍ଥାଭୋଟ ପାଇଁ ପିଟିଶନ ଦାଏର ହୋଇଥିବାରୁ ସୁପ୍ରିମକୋର୍ଟ ଫଡ୍‌ନବିସଙ୍କୁ କୌଣସି ସମୟରେ ବହୁମତ ପ୍ରମାଣ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କୁ ଭାଜପା ପକ୍ଷରୁ ସଂଖ୍ୟା ଯୋଗାଡ଼ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସଭାରେ ଭାଜପା ସଦସ୍ୟ ଥିବା ରାଣେଙ୍କ ଦୁଇ ପୂର୍ବତନ ଦଳର ବିଧାୟକମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟକ୍ତିଗତ ସମ୍ପର୍କ ରହିଛି। ୨୦୧୭ରେ ସେ କଂଗ୍ରେସ ଛାଡ଼ିବାବେଳେ କହିଥିଲେ, ମୋ ବନ୍ଧୁମାନେ ସବୁଠି ଅଛନ୍ତି। ଶିବସେନାରେ ଉଦ୍ଧବ ଠାକ୍‌ରେ ଓ କଂଗ୍ରେସରେ ଅଶୋକ ଚଭନଙ୍କ ବ୍ୟତୀତ ସମସ୍ତେ ମୋର ବନ୍ଧୁ।

Share