Categories: ଖେଳ

ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ସାଇନା, ଦେବୀ ଚାମ୍ପିୟନ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୮ରୁ ୨୦ ପର୍ଯ୍ୟନ୍ତ ବାଲେଶ୍ୱର ଲ’ କଲେଜରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ସାଇନା ସାଲୋନିକା ଓ ଦେବୀ ପ୍ରସାଦ ନାୟକ ଚାମ୍ପିୟନ ହୋଇଛନ୍ତି। ସମ୍ପ୍ରତି କିଟ୍‌ରେ ଅଧ୍ୟୟନରତ ମହିଳା ଫିଡେ ମାଷ୍ଟର ସାଇନା (୨୧୨୩ ରେଟିଂ) ବାଳିକା ବିଭାଗରେ ୬ ରାଉଣ୍ଡରୁ ୬ ପଏଣ୍ଟ ହାସଲ କରି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ବୟସବର୍ଗ ଚାମ୍ପିୟନଶିପ୍‌ ୭, ୯, ୧୧, ୧୩, ୧୫ ବର୍ଷରୁ କମ୍‌ ବର୍ଗରେ ଚାମ୍ପିୟନ ହୋଇ ସାରିଥିବା ସାଇନା ଏଥର ୧୭ ବର୍ଷରୁ କମ୍‌ରେ ଅପରାଜେୟ ରହିବା ସହ ବିଜୟ ମୁକୁଟ ପିନ୍ଧିଛନ୍ତି। କଟକର ଅଙ୍କିତା ସାହୁ (୫ ପଏଣ୍ଟ) ରନର୍ସଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପଲକ ମହାପାତ୍ର, ପ୍ରକୃତି ରାଉତ(ଉଭୟେ ୪ ପଏଣ୍ଟ ଲେଖାଏ), ସ୍ବସ୍ତିକା ପରିଡ଼ା, ଅଦିତି ଉପାସନା ପଟ୍ଟନାୟକ, ଅଞ୍ଜଳି ମିଶ୍ର, ରୋଜାଲିନ ବେହେରା, ନିୟତି ନିହାରିକା ମହାପାତ୍ର ପ୍ରମୁଖ ୩ ପଏଣ୍ଟ ଲେଖାଏ ପାଇ ପଛକୁପଛ ରହିଛନ୍ତି।
ଅନ୍ୟପକ୍ଷରେ ଖୋର୍ଦ୍ଧାର ଦେବୀ ପ୍ରସାଦ (୧୪୧୮ ରେଟିଂ) ଓପନ ବିଭାଗରେ ୭ ରାଉଣ୍ଡରୁ ୬.୫ ପଏଣ୍ଟ ହାସଲ କରି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ମୟୁରଭଞ୍ଜର ଅନୁବ୍ରତ ପ୍ରିୟଦର୍ଶନ ସାହୁ ୬ ପଏଣ୍ଟ ସହ ରନର୍ସଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆୟୁଷ ଆର୍ଯ୍ୟନ ମହାପାତ୍ର, ସାଇ ସ୍ବରୂପ ମିଶ୍ର(ଉଭୟେ ୫.୫ ପଏଣ୍ଟ), ଭବେଶ କୁମାର ବର୍ଦ୍ଧନ, ସଞ୍ଜୟ କୁମାର ରଥ, ସିଦ୍ଧେଶ କାମିଲା, ପୀୟୂଷ କୁମାର ସାହୁ, ରୁକ୍ମଣ କୁମାର ସାହୁ ଓ ତ୍ରିଦେବ ତୀର୍ଥଙ୍କର(ପ୍ରତ୍ୟେକ ୫ ପଏଣ୍ଟ ଲେଖାଏ) ଟପ୍‌-୧୦ ଫିନିଶ୍‌ କରିଛନ୍ତି। ମନୋରଞ୍ଜନ ପଣ୍ଡା ଟୁର୍ନାମେଣ୍ଟ ଡାଇରେକ୍ଟର ଥିବାବେଳେ ଭବେଶ ମହାନ୍ତି ମୁଖ୍ୟ ଆର୍ବିଟର ଓ ସନ୍ତୋଷ ମହାପାତ୍ର ଆର୍ବିଟର ଦାୟିତ୍ୱ ନିର୍ବାହ କରିଥିଲେ।

Share