ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ନେଇ ପ୍ରତାପ-ପ୍ରମିଳା ମୁହାଁମୁହିଁ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି। ପ୍ରତାପ ଗୁରୁବାର ରାଜ୍ୟ ସରକାରଙ୍କ ‘ମୋ ସରକାର’ ଏବଂ ‘୫-ଟି’ କାର୍ଯ୍ୟକ୍ରମକୁ ସମାଲୋଚନା କରିବାକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି। ପୁଣି ଏବେ ଭାଜପା-ବିଜେଡି ମଧ୍ୟରେ ଆରୋପ-ପ୍ରତ୍ୟାରୋପକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

୫ମ ପାଳି କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ମୋ’ ସରକାରର ନାରା ଦେଇଛନ୍ତି। ଏହାକୁ ବିରୋଧି ଦଳ ପକ୍ଷରୁ ସମାଲୋଚନା କରାଯାଉଥିବା ବେଳେ ପ୍ରତାପ କହିଛନ୍ତି, କ୍ଷମତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି ଭୋଟ କିଣାଯାଉଛି। ୫-ଟି ହେଉଛି ସଚିବ ଆଧାରିତ ସରକାର। ଏଥିରେ ସମନ୍ବୟ, ସ୍ବଚ୍ଛତା କିମ୍ବା କୌଣସି ‘ଟି’ ନାହିଁ। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା। ମୋ’ ସରକାର କଥା ନୁହେଁ ଲୋକଙ୍କର ହିଁ ସରକାର ନାହିଁ। ଭୋଟ କିଣିବାର ଯନ୍ତ୍ର ତିଆରି କରାଯାଉଛି। ଏବେ ରାଜ୍ୟର ଆର୍ଥିକ ସ୍ଥିତି ବିପଜ୍ଜନକ ବୋଲି ସେ କହିଥିଲେ। ଏହାର କଡ଼ା ଜବାବ ରଖିଛନ୍ତି ପ୍ରମିଳା। ସେ କହିଛନ୍ତି, ସରକାର ଯେଉଁ କାମ କରାନ୍ତି ସଚିବଙ୍କ ମାଧ୍ୟମରେ କରାନ୍ତି। ତେଣୁ ସଚିବଙ୍କ ମାଧ୍ୟମରେ ଆହୁରି ଭଲ କାମ କରାଇବା ପାଇଁ ବିଭିନ୍ନ ଜିଲାକୁ ସଚିବମାନଙ୍କୁ ପଠାଯାଉଛି। କେନ୍ଦ୍ରମନ୍ତ୍ରୀ ନିଜେ ଓଡ଼ିଶାର ଲୋକ। ଯଦି ସେ ଓଡ଼ିଶା କଥା ଏତେ ଭାବୁଛନ୍ତି ତେବେ କେନ୍ଦ୍ର ସରକାରଙ୍କ ପାଖରେ ସେ ତାଙ୍କର ଦାବି ଉପସ୍ଥାପନ କରନ୍ତୁ, ଓଡ଼ିଶାରେ ଏକଥା ନାହିଁ ବୋଲି। କେନ୍ଦ୍ର ସରକାରଙ୍କ ପାଖରେ ଦାବି କରି ଓଡ଼ିଶାକୁ କିଛି ଆଣନ୍ତୁ। ଓଡ଼ିଶା ସରକାର ଯାହା କରୁଛନ୍ତି ତାହାକୁ ସହଯୋଗ କରିବା ପରିବର୍ତ୍ତେ ସମାଲୋଚନା କାହିଁକି କରୁଛନ୍ତି ବୋଲି ପ୍ରମିଳା ପାଲଟା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri