Posted inଫୁରସତ

ଭଉଣୀ ବିଦା ସମୟରେ କାନ୍ଦିବା ମହଙ୍ଗା ପଡ଼ିଲା ଭାଇଙ୍କୁ: ସର୍ବ ସମ୍ମୁଖରେ ମାଗିଲେ କ୍ଷମା

ବିବାହ ପରେ ଝିଅ ବିଦା ସମୟରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥାଏ। ସମସ୍ତେ ଏହା ଦେଖିଥିବେ ନିଶ୍ଚୟ। ମାତ୍ର ରୁଷିଆର ଗଣରାଜ୍ୟ ଚେଚନ୍ୟାରେ ଝିଅ ବିଦା ସମୟରେ ଏମିତି ଏକ ପରିସ୍ଥିତି ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାରେ ଜଣେ ଭାଇଙ୍କୁ ଭଉଣୀର ବିଦା ସମୟରେ କାନ୍ଦିବା ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ପଡ଼ିଛି।
ଏକ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଭଉଣୀ ବିଦା ସମୟରେ ଭାଇ କାନ୍ଦୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା।
ଧାର୍ମିକ ନେତା ରମଜାନ କଦିରୋଭଙ୍କ କହିବା ଅନୁସାରେ, ବିବାହରେ କାନ୍ଦି ଭାଇ ଚେଚନ୍ୟା ପରମ୍ପରା ଉଲ୍ଲଂଘନ କରିଥିଲେ। ଏହି ପରମ୍ପରା ଅନୁସାରେ ଭଉଣୀର ବିବାହରେ ଭାଇର ଯିବା କଥା ନୁହେଁ। ମାତ୍ର ସେ ସେଠାକୁ ଯାଇ କାନ୍ଦିଥିଲେ। ଏହି କାରଣରୁ ତାଙ୍କୁ ସର୍ମସମ୍ମୁଖରେ କ୍ଷମା ମାଗିବାକୁ ପଡ଼ିଛି। କ୍ଷମା ମାଗିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଐତିହାସିକ ଜେଲିମଖାନ୍‌ ମୁସାଇବଙ୍କ ଅନୁସାରେ, ଚେଚନ ବିବାହରେ ଲୋକମାନେ ନିଜ ଭାବନାକୁ ଅନ୍ୟ ସମ୍ମୁଖରେ ଉପସ୍ଥାପନା କରିବା ଠିକ୍‌ ନୁହେଁ ବୋଲି ଧରାଯାଏ। ସେ ମହିଳା ହୁଅନ୍ତୁ ଅବା ପୁରୁଷ। ତେଣୁ ଭଉଣୀଙ୍କ ବିବାହ ସମୟରେ ଯେତେବେଳେ ଭାଇର ଏଭଳି କାନ୍ଦିବା ଭିଡିଓ ଭାଇରାଲ ହେଲା ଏହାକୁ ଦେଖି ଲୋକେ ରାଗିଯାଇଥିଲେ।
ଚେଚନ୍ୟା ପୁରୁଷଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପୁରୁଷ ବୋଲି ଗଣନା କରାଯାଏ। ଏହି କାରଣରୁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri