Categories: ଜାତୀୟ

ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦେବେଗୌଡା

ବେଙ୍ଗାଲୁରୁ୯।୬; ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ମୁଖ୍ୟ ଏଚ୍‌ଡି ଦେବେଗୌଡା ରାଜ୍ୟ ସଭା ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କର୍ନାଟକର ରାଜ୍ୟ ସଭା ଆସନ ପାଇଁ ଜୁନ ୧୯ରେ ନିର୍ବାଚନ କରାଯିବ। ପ୍ରାର୍ଥିପତ୍ର ଦାଖଲ ସମୟରେ ଦେବେଗୌଡାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ, ପୂର୍ବତନ ମନ୍ତ୍ରୀ ଏଚ୍‌ଡି ରେବାନା, ରାଜ୍ୟ ଜେଡି(ଏସ୍‌) ମୁଖ୍ୟ ଏଚ୍‌କେ କୁମାରସ୍ବାମୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଦେବେଗୌଡାଙ୍କ ପ୍ରାର୍ଥିପତ୍ର ଦାଖଲକୁ ନେଇ ସୋମବାର ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଅନ୍ୟ କେତେଜଣ ନେତା ତାଙ୍କୁ ଅନୁରୋଧ କରିଥିଲେ ବୋଲି ଦେବେଗୌଡାଙ୍କ ପୁଅ ସୂଚନା ଦେଇଥିଲେ।

Share