ରାଜ୍ୟ ସଭା ନିର୍ବାଚନକୁ ନେଇ ଗୁମର ଖୋଲିଲେ ଅରୁଣ ସାହୁ: ଭାଜପା ନ ଯାଉ…

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ଭାଜପାର ଅଧିକ ଏମ୍‌ପି ରାଜ୍ୟ ସଭାକୁ ନ ଯାଆନ୍ତୁ। ଭାଜପାରୁ ଯେଉଁମାନେ ରାଜ୍ୟ ସଭା କିମ୍ବା ଲୋକ ସଭାକୁ ଯାଇଛନ୍ତି, ସେମାନଙ୍କ ଭିତରୁ ଜଣଙ୍କର ହେଲେ ବି ପାଟି ଫିଟୁନାହିଁ। ତେଣୁ ଅଧିକ ମୂକ, ବଧିରଙ୍କୁ ପଠାଇବା ଅପେକ୍ଷା ରାଜ୍ୟ ସଭାର ୪ର୍ଥ ଆସନ ଯେପରି ଭାଜପା ହାତକୁ ନ ଯିବ ସେଥିପାଇଁ ଚେଷ୍ଟା କରିବା ଦରକାର ବୋଲି ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି।
ବିଧାନସଭା ବାହାରେ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରୁଣ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମତ। ବିଜେଡି ହେଉଛି ଏକ ଶୃଙ୍ଖଳିତ ଦଳ। ଦଳରେ ରାଜନୈତିକ ବ୍ୟାପାର କମିଟି ରହିଛି। ଦଳରେ ସର୍ବୋଚ୍ଚ ନେତାମାନେ ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ଯାହାକୁ ରହିବ ସେ ରାଜ୍ୟ ସଭା ଯିବେ। ଏହା ବିଜେଡିର ଆଭ୍ୟନ୍ତରୀଣ କଥା। ସଂଖ୍ୟା ଦୃଷ୍ଟିରୁ ଭାଜପାକୁ ୨ଟି ଏବଂ ବିଜେଡି ଗୋଟିଏ ଆସନ ସହଜରେ ମିଳିପାରିବ। ୪ର୍ଥ ଆସନ ପାଇଁ ବିଜେଡି ନିଷ୍ପତ୍ତି ଯାହା କରିବସେକଥା ସେ କହିପାରିବେ ନାହିଁ। ହେଲେ ଭାଜପା ୨ଟି ଆସନରୁ ଗୋଟିଏ ବି ଅଧିକ ନ ନେବା ଦରକାର। ସେମାନଙ୍କୁ ଯଦି ଆଉ ଗୋଟିଏ ଆସନ ମିଳିବ, ଅର୍ଥାତ୍‌ ଯିଏ ରାଜ୍ୟ ସଭା ଯିବ ସେଠାରେ ମୂକ, ବଧିର ହୋଇ ବସିବ। ତେଣୁ ୪ର୍ଥ ଆସନ ଭାଜପାକୁ ନ ଯିବା ଦରକାର। ଦଳ କ’ଣ ନିଷ୍ପତ୍ତି ନେବ ତାହାକୁ ଅପେକ୍ଷା। ସେହିପରି କଂଗ୍ରେସକୁ ସହଯୋଗ କରିବା କଥା କୁଆଡୁ ଆସୁଛି ବୋଲି ଅରୁଣ କହିଛନ୍ତି।
ସୂଚନାଯୋଗ୍ୟ, ବିଗତ ଦିନରେ ଅନେକ ସମୟରେ କେନ୍ଦ୍ରର ଭାଜପା ସରକାରକୁ ପରୋକ୍ଷ ବା ପ୍ରତ୍ୟକ୍ଷରେ ବିଜେଡି ସହଯୋଗ କରିଆସିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ କ୍ଷମତାରୁ ଯିବା ପରେ ଅନେକ ଘଟଣାରେ ଭାଜପାକୁ ସହଯୋଗ ନେଇ ଦଳର ବହୁ ନେତା ପ୍ରଶ୍ନ କରୁଛନ୍ତି। ଆଗକୁ ରାଜ୍ୟ ସଭା ନିର୍ବାଚନ ଥିବାରୁ ବିଜେଡି ଆଭିମୁଖ୍ୟ ପାଇଁ ଗୋଟେ ଆସନ ଭାଜପାକୁ ଯାଉ ବୋଲି ବିରୋଧୀ ଦଳର ବହୁ ନେତା ଚାହୁନାହାନ୍ତି। ଏଭଳି ରାଜନୈତିକ ନିଷ୍ପତ୍ତି ପାଇଁ ବିଜେଡିର କ୍ଷମତା ହରାଇଥିବା ନେଇ ଦଳ ଭିତରୁ ବହୁଜଣ ବାରମ୍ବାର ଅଭିଯୋଗ କରୁଛନ୍ତି। ତେଣୁ ଏବେ ଯେଉଁ ରାଜ୍ୟ ସଭା ପାଇଁ ନିର୍ବାଚନ ହେବାକୁ ଯାଉଛି, ସେଥିରେ କୌଣସିମତେ ବିଜେଡି ଶାସକ ଦଳକୁ ସୁହାଇବା ଭଳି କାମ ନ କରୁ, ସେକଥା ବୁଝାଇବାକୁ ଯାଇ ଅରୁଣଙ୍କ ବ୍ୟକ୍ତିଗତ ମତ ଆସିଥାଇପାରେ ବୋଲି ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ମିଳିଲା ଅନୁମତି : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଘରୋଇ ମ୍ୟାଚ୍‌ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri