ରାଜ୍ୟ ପୋଲିସରେ ବଡ଼ଧରଣର ବଦଳି

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ରାଜ୍ୟ ପୋଲିସରେ ସୋମବାର ବଡ଼ଧରଣର ଅଦଳବଦଳ କରାଯାଇଛି। ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ୫୧ ଡିଏସ୍‌ପିଙ୍କ ଅନ୍ୟତ୍ର ବଦଳି କରାଯାଇଥିବାବେଳେ ନିକଟରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରୁ ପାସଆଉଟ୍‌ ୧୬ଜଣ ଡିଏସ୍‌ପିଙ୍କୁ ନୂଆ ନିଯୁକ୍ତି ମିଳିଛି। ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ ଏହି ବଦଳି କରାଯାଇଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମାଲକାନାଗିରି ଡିଏସ୍‌ପି ଚିନ୍ମୟ କୁମାର ନାୟକଙ୍କୁ ଯାଜପୁରରୋଡ୍‌ ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ପୁରୀ ଜିଲା ହେଡ୍‌କ୍ୱାର୍ଟରରେ ଥିବା ସସ୍ମିତା ସାହୁଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁକୁ ବଦଳି କରାଯାଇଛି। ବଲାଙ୍ଗୀର ଡିଏସ୍‌ପି ଗୌତମ କିଶାନଙ୍କୁ ଛତ୍ରପୁର ଏସ୍‌ଡିପିଓ, ଚିତ୍ରକୋଣ୍ଡା ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କୁ ବାଲିଗୁଡା ଏସ୍‌ଡିପିଓ, ସୁନ୍ଦରଗଡ ଡିଏସ୍‌ପି ନିବେଦିତା ସୋରେନଙ୍କୁ ବୀରମିତ୍ରପୁର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ଗଞ୍ଜାମ ଡିଏସ୍‌ପି ପ୍ରଦୀପ କୁମାର ଦଳାଇଙ୍କୁ ନିମାପଡା ଏସ୍‌ଡିପିଓ, ହେମନ୍ତ କୁମାର ପଣ୍ଡାଙ୍କୁ ପୁରୀ ଡିଆଇବି ଡିଏସ୍‌ପି, ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାଶଙ୍କୁ ଇଣ୍ଟେଲିଜେଣ୍ଟ ସ୍ପେଶାଲବ୍ରାଞ୍ଚ, ବସ୍ତା ଏସ୍‌ଡିପିଓ ରଞ୍ଜିତ କୁମାର ପୃଷ୍ଟିଙ୍କୁ ଜଗତସିଂପୁର ଏସ୍‌ଡିପିଓ, ନିଳଗିରି ଏସ୍‌ଡିପିଓ ସୁଦାମ ସାହୁଙ୍କୁ ବାଲେଶ୍ୱର ଡିଆଇପି ଡିଏସ୍‌ପି, ରାଇରଙ୍ଗପୁର ଏସ୍‌ଡିପିଓ ଅମୂଲ୍ୟ କୁମାର ଧରଙ୍କୁ ନୀଳଗିରି ଏସ୍‌ଡିପିଓ, ସାଲେପୁର ଏସ୍‌ଡିପିଓ ସୁରେଶ କୁମାର ଦାସଙ୍କୁ ବାଲୁଗାଁ ଏସ୍‌ଡିପିଓ, ଛତ୍ରପୁର ଏସ୍‌ଡିପିଓ ଉକତ୍ଳ କେଶରୀ ଦାଶଙ୍କୁ ଗଞ୍ଜାମ ପିସିଆର ସେଲ୍‌ ଡିଏସ୍‌ପି, ପୁରୁଷୋତ୍ତମ ଏସ୍‌ଡିପିଓ ନିମାଇଁ ଚରଣ ସେଠୀଙ୍କୁ ସାଲେପୁର ଏସ୍‌ଡିପିଓ, ବଡ଼ବିଲ ଏସ୍‌ଡିପିଓ ଦିଲୀପ ଚନ୍ଦ୍ର ବାଗଙ୍କୁ କେନ୍ଦୁଝର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ଉଦଳା ଏସ୍‌ଡିପିଓ ସ୍ବପ୍ନରଞ୍ଜନ ମହାପାତ୍ରଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁର ସଦର ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ଆଠମଲିକ ଏସ୍‌ଡିପିଓ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଡିଏସ୍‌ପି ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁର ସଦର ଏସ୍‌ଡିପିଓ, ଭୁବନେଶ୍ୱର ଇଓଡବ୍ଲ୍ୟୁ ଡିଏସ୍‌ପି ସୁନୀଲ କୁମାର ନନ୍ଦଙ୍କୁ ଭଦ୍ରକ ଏସ୍‌ଡିପିଓ, ଭଦ୍ରକ ଏସ୍‌ଡିପିଓ ଜଳନ୍ଧର ଜଲିଙ୍କୁ ବସ୍ତା ଏସ୍‌ଡିପିଓ, ବାଲିଗାଁ ଏସ୍‌ଡିପିଓ ସୁନୀଲକାନ୍ତ ମହାନ୍ତିଙ୍କୁ ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟ ଡିଏସ୍‌ପି, ସୁନ୍ଦରଗଡ ଏସ୍‌ଡିପିଓ ବଳଭଦ୍ର ଦୀପଙ୍କୁ କୋରାପୁଟ ସଦର ଏସ୍‌ଡିପିଓ, ନନ୍ଦପୁର ଏସ୍‌ଡିପିଓ ତପନ କୁମାର ମହାନନ୍ଦଙ୍କୁ କୋରାପୁଟ ଆଇଏଏଚ୍‌ଟିୟୁ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ କୋରାପୁଟ ଆଇଏଏଚ୍‌ଟିୟୁ ଡିଏସ୍‌ପି ଧୀରେନ୍ଦ୍ର କୁମାର ସ୍ବାଇଁଙ୍କୁ ନନ୍ଦପୁର ଏସ୍‌ଡିପିଓ, ଯାଜପୁର ରୋଡ୍‌ ଏସ୍‌ଡିପିଓ କେଦାରନାଥ ସାହୁଙ୍କୁ ଉଦଳା ଏସ୍‌ଡିପିଓ, ଫୁଲବାଣୀ ଏସ୍‌ଡିପିଓ ଆଲବିନ୍‌ସ କେରେକେଟାଙ୍କୁ କନ୍ଧମାଳ ଡିଏସ୍‌ପି, ଗଜପତି ଡିଏସ୍‌ପି ପ୍ରକାଶଚନ୍ଦ୍ର ଜେନାଙ୍କୁ ପାରଳାଖେମୁଣ୍ଡି ଏସ୍‌ଡିପିଓ, ଖଣ୍ଡପଡା ଏସ୍‌ଡିପିଓ ଶ୍ରୀନିବାସ ମହାନ୍ତିଙ୍କୁ କଟକ ପିସିଆର ସେଲ୍‌ ଡିଏସ୍‌ପି, କଟକ ପିସିଆର୍‌ ସେଲ୍‌ ଡିଏସ୍‌ପି ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ ଖଣ୍ଡପଡା ଏସ୍‌ଡିପିଓ, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶଚନ୍ଦ୍ର ପାଲଙ୍କୁ କମିଶନରେଟ ପୋଲିସ ଏସିପି, ବାଲେଶ୍ୱର ଡିଆଇବି ଡିଏସ୍‌ପି ରଜତ କୁମାର ରାୟଙ୍କୁ କମିଶନରେଟ ପୋଲିସ ଏସିପି, କଟକ ଟ୍ରାଫିକ ଏସିପି ଜତୀନ୍ଦ୍ର କୁମାର ପଣ୍ଡାଙ୍କୁ ଭଦ୍ରକ ଡିଆଇବି ଡିଏସ୍‌ପି, ଭୁବନେଶ୍ୱର ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁକୁ ବଦଳି କରାଯାଇଛି। ଡିଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇଥିବା ନିରଞ୍ଜନ କୁମାର ଧୀରଙ୍କୁ ବ୍ରହ୍ମପୁର ପିସିଆର ସେଲ ଡିଏସ୍‌ପିଭାବେ ଅବସ୍ଥାପିତ କରାଯାଇଥିବାବେଳେ ବାଲେଶ୍ୱର ଜିଲା ମୁଖ୍ୟାଳୟରେ ଥିବା ଡିଏସ୍‌ପି ମନୋଜ କୁମାର ରାଉତଙ୍କୁ ଅତିରିକ୍ତ ଭାବେ ସହର ଦାୟିତ୍ୱ ଦିଆଯାଇଛି।

୧୬ ଡିଏସ୍‌ପିଙ୍କୁ ନୂଆ ନିଯୁକ୍ତି
ବିଜୁ ପଟ୍ଟନୟକ ପୋଲିସ ଏକାଡେମୀରୁ ଟ୍ରେନିଂରେ କୃତକାର୍ଯ୍ୟ ହୋଇଥିବା ସ୍ନେହାଶିଷ ସାହୁଙ୍କୁ ରାଇରଙ୍ଗପୁର ଏସ୍‌ଡିପିଓ, ରିତେଶ କୁମାର ମହାପାତ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ ସାଇବର କ୍ରାଇମ ଡିଏସ୍‌ପି, ସାର୍ଥକ ରାୟଙ୍କୁ ଆଇୟୁସିଏଡବ୍ଲ୍ୟୁ ବ୍ରହ୍ମପୁର ଡିଏସ୍‌ପି, ଦିଲୀପ କୁମାର ଦାସଙ୍କୁ ବ୍ରଜରାଜନଗର ଏସ୍‌ଡିପିଓ, ମନୋବ୍ରତା ଶତପଥୀଙ୍କୁ ପୁରୀ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ମଧୁସ୍ମିତା ମିଶ୍ରଙ୍କୁ ସୁନ୍ଦରଗଡ଼ ଏସ୍‌ଡିପିଓ, ସତ୍ୟବିକାଶ ଭୂୟାଁଙ୍କୁ ବଡ଼ବିଲ ଏସ୍‌ଡିପଓ, ସୀମା ସ୍ବାଇଁଙ୍କୁ ପୁରୁଷୋତ୍ତମ ଏସ୍‌ଡିପିଓ, ହିମାଂଶୁ ଭୂଷଣ ବେହେରାଙ୍କୁ ସମ୍ବଲପୁର ଡିଏସ୍‌ପି, ଅଙ୍କିତା କୁମ୍ଭାରଙ୍କୁ ଜଳେଶ୍ୱର ଏସ୍‌ଡିପିଓ, ସୁନାରାମ ହେମ୍ବ୍ରମ୍‌ଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓ, କେ.କୋଣ୍ଡାଡୋରା ହରିପ୍ରସାଦଙ୍କୁ ବାରିପଦା ଏସ୍‌ଡିପିଓ, ମହେନ୍ଦ୍ରନାଥ ମୁର୍ମୁଙ୍କୁ ଫୁଲବାଣୀ ଏସ୍‌ଡିପିଓ, ସାନ୍ତା ନୂତନ ସମଦଙ୍କୁ ରାଉରକେଲା ପିସିଆର୍‌ ସେଲର ଡିଏସ୍‌ପି, ଦେବଜ୍ୟୋତି ଦାଶଙ୍କୁ କଟକ ଟ୍ରାଫିକ ଏସିପି, ସ୍ବସ୍ତିକ ପଣ୍ଡାକୁ ଭୁବନେଶ୍ୱର ଟ୍ରାଫିକ ଏସିପି ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପାଇଁ ମେଷ ସମେତ ଏହି 3 ରାଶି ଲକି, ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ,୨୩/୧୨: ଆଜି ମକର ରାଶିରେ ଚନ୍ଦ୍ର ଗଠନ, ଦାୟିତ୍ୱ ଏବଂ ଦୀର୍ଘକାଳୀନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର ଆତ୍ମବିଶ୍ୱାସ...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri