ରାଜ୍ୟ ପାଳିବ ପ୍ରଥମ ଲୋକକଳା ଦିବସ : ଜିଲା, ରାଜ୍ୟସ୍ତରରେ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ପ୍ରଥମ ଥର ପାଇଁ ଜୁନ୍‌ ୧୪ରେ ପାଳନ ହେବାକୁ ଯାଉଛି ଲୋକକଳା ଦିବସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଏବଂ ଜିଲାସ୍ତରରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯିବ। ଏ ନେଇ ବିଭାଗୀୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ସୂଚନା ଦେଇଛନ୍ତି। ଗତ ଫେବୃୟାରୀ ୨୧ରେ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପଠାରେ କଳାକାର ଦିବସ ପାଳନ ସମ୍ପର୍କରେ ଘୋଷଣା କରିବା ସହ ଏହାର ଲୋଗୋ ଉନ୍ମୋଚନ କରିଥିଲେ। ଏହାପରେ ପ୍ରତିବର୍ଷ ରଜ ପର୍ବ ଅବସରରେ ଲୋକକଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା।
ପ୍ରଥମ ଲୋକକଳା ଦିବସ ପାଳନ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଛି। ଧୀରେ ଧୀରେ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୧୪ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ସ୍ବତନ୍ତ୍ର ସାଂସ୍କୃତିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଆୟୋଜନ ହେବ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୪ ଲୋକକଳା ଦଳ ଲୋକକଳା ପରିବେଷଣ କରିବେ। ବଲାଙ୍ଗୀରର ସଙ୍ଗୀତ ସାଧନା ଗ୍ରୁପ୍‌ ତରଫରୁ ‘ଭାଇ ଜିଉଁତିଆ’, ଗଞ୍ଜାମର ସନ୍ତୋଷ ପାଢ଼ୀ ଓ ସାଥୀ ‘ଭାରତ ଲୀଳା’, କଟକର ଉତ୍ସବ ଚରଣ ଦାସ ଓ ସାଥୀଙ୍କ ଦ୍ୱାରା ‘ଚଇତିଘୋଡ଼ା’, ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନ ପକ୍ଷରୁ ‘ସିଂହାରୀ ନୃତ୍ୟ’ ପରିବେଷଣ କରାଯିବ। ଏଥିସହିତ କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ, ନୟାଗଡ଼, ବଲାଙ୍ଗୀର ଏବଂ ଢେଙ୍କାନାଳ ଜିଲାରୁ ୫୦ଜଣ ଲେଖାଏ ମୋଟ ୫୦୦ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରଜର ପ୍ରଥମ ଦିନରେ ପାଳନ କରାଯାଉଥିବାରୁ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମସ୍ଥଳୀରେ ରଜଦୋଳି ସହ ପିଠା ଓ ମିଠାର ବ୍ୟବସ୍ଥା କରାଯିବ। ରବୀନ୍ଦ୍ର ମଣ୍ଡପ ବାହାରେ ରଜ ଉତ୍ସବ ଏବଂ ଭିତରେ ଲୋକକଳା ଦିବସ ପାଳନ ହେବ। ସେହିପରି ଜିଲା କଳା ସଂସ୍କୃତି ସଂଘ(ଜେଡ୍‌କେଏସ୍‌ଏସ୍‌) ଏବଂ ବ୍ଲକ କଳା ସଂସ୍କୃତି ସଂଘ(ବିକେଏସ୍‌ଏସ୍‌)ର ମିଳିତ ସହଯୋଗରେ ଜିଲାସ୍ତରରେ ଲୋକକଳା ଦିବସ ପାଳନ କରାଯିବ। ଶହ ଶହ କଳାକାରଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ସହ ସଭା, ସମ୍ବର୍ଦ୍ଧନା, ନାଚ, ଗୀତ ଆଦି ପରିବେଷଣ କରାଯିବ ବୋଲି ମାଲ୍‌ବିଶୋୟୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri