ରାଜ୍ୟ ଜମି ଦେଲେ ଭୁବନେଶ୍ୱରରେ ଶୀଘ୍ର ନୂଆ ଏୟାରପୋର୍ଟ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ଅନ୍ତର୍ଜାତୀୟ ଏୟାରପୋର୍ଟ। ରାଜ୍ୟ ସରକାର ଯେତେଶୀଘ୍ର ଜମି ଯୋଗାଇ ଦେବେ, ସେତେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ବୁଧବାର ରାଜ୍ୟ ସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହା କହିଛନ୍ତି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ହରଦୀପ କହିଲେ, କେନ୍ଦ୍ର ଓ ରାଜ୍ୟ ମିଶି ନୂତନ ଏୟାରପୋର୍ଟ ପାଇଁ କାର୍ଯ୍ୟ କରିବେ। ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା ୩ଟି ଜାଗା ପର୍ଯ୍ୟାପ୍ତ ନୁହେଁ। ଚତୁର୍ଥ ସ୍ଥାନ ଚୟନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ସାଧାରଣତଃ ଏୟାରପୋର୍ଟର ୧୫୦ କିଲୋମିଟର ଭିତରେ ନୂଆ ଗ୍ରୀନ୍‌ଫିଲ୍ଡ-ଏୟାରପୋର୍ଟ ତିଆରି କରାଯାଏ ନାହଁି। କିନ୍ତୁ ବିଜୁ ପଟ୍ଟନାୟକ ଏୟାରପୋର୍ଟର ଜମି କମ୍‌ ଥିବାରୁ ଭୁବନେଶ୍ୱରରେ ନୂଆ ଏୟାରପୋର୍ଟ ନିର୍ମାଣ କରାଯାଇ ପାରିବ। ଏଥିସହ ଭୁବନେଶ୍ୱରରୁ ଇଣ୍ଡୋନେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଓ ଶ୍ରୀଲଙ୍କାକୁ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିପାରିବେ। ମନ୍ତ୍ରଣାଳୟ ଜରିଆରେ ଆଲୋଚନା କରିବାକୁ ମଧ୍ୟ ଆମେ ରାଜି ଅଛୁ। ଏଥିସହ ରାଜ୍ୟ ପକ୍ଷରୁ ଦାବି ହେଉଥିବା ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ ପାଇଁ ଘରୋଇ ସଂସ୍ଥାଗୁଡ଼ିକ ସହ ଆଲୋଚନା ହୋଇଛି। କୌଣସି ସଂସ୍ଥା ଏଥିପାଇଁ ରାଜି ହୋଇପାରନ୍ତି ବୋଲି ହରଦୀପ ଆଶା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଝାରସୁଗୁଡ଼ା ଏୟାରପୋର୍ଟ ପୂର୍ଣ୍ଣ ବିକଶିତ ହୋଇପାରିନି। ଏଠାରୁ ଅଧିକାଂଶ ବିମାନର ଭୁବନେଶ୍ୱର କୋଲକାତାକୁ କାହିଁକି ମାର୍ଗ ପରିବର୍ତ୍ତନ କରାଯାଉଛି ବୋଲି ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ। କେନ୍ଦ୍ରମନ୍ତ୍ରୀ ହରଦୀପ ଉତ୍ତର ରଖି କହିଲେ, ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ଏୟାରପୋର୍ଟ ହୋଇଥିଲେ ମଧ୍ୟ କିଛି ଭିତ୍ତିଭୂମିର ଅଭାବ ରହିଛି, ଯାହା ମିଳିତ ଉଦ୍ୟମରେ ଠିକ୍‌ ହୋଇପାରିବ। କଲମ୍ବୋ (ଶ୍ରୀଲଙ୍କା), ଜାକର୍ତ୍ତା(ଇଣ୍ଡୋନେସିଆ)କୁ ବିମାନ ସେବା ବ୍ୟବସାୟିକ ପ୍ରସଙ୍ଗ ଉପରେ ନିର୍ଭର କରୁଛି। ଏଥିସହ ଭୁବନେଶ୍ୱର ଏୟାରପୋର୍ଟରେ ଚଳିତବର୍ଷ ୨୫ ପ୍ରତିଶତ ଯାତ୍ରୀ, ୩୦ ପ୍ରତିଶତ ବିମାନ ଓ ୨୪ ପ୍ରତିଶତ କାର୍ଗୋ ଚଳାଚଳ ବୃଦ୍ଧି ହୋଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri