ରାଜ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଆଲୋକଙ୍କୁ ମୟୂରଭଞ୍ଜ, ସଂଗ୍ରାମଙ୍କୁ ବାଲେଶ୍ୱର

କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ କଂଗ୍ରେସ ରଣନୀତି ପ୍ରସ୍ତୁତି କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ପଦାଧିକାରୀଙ୍କୁ ବିଭିନ୍ନ ଜିଲା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି କେନ୍ଦୁଝର ଜିଲାର ଦୁଇ ପିସିସି କର୍ମକର୍ତ୍ତାଙ୍କୁ ମଧ୍ୟ ଏହି ତାଲିକାରେ ରଖାଯାଇଛି l ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ରଙ୍କୁ ମୟୂରଭଞ୍ଜ ଜିଲା ପ୍ରଭାରୀ ଭାବେ ଏବଂ ପିସିସି ସମ୍ପାଦକ ସଂଗ୍ରାମ ଦାସଙ୍କୁ ବାଲେଶ୍ୱର ଜିଲା ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି l ସେମାନେ ତୁରନ୍ତ ଦାୟିତ୍ୱରେ ଥିବା ଜିଲାକୁ ଗସ୍ତ କରି ତାଙ୍କ ନେତୃବୃନ୍ଦ ସହିତ ଆଲୋଚନା କରି ସଂଗଠନକୁ ସଜାଡ଼ିବା ପାଇଁ ପିସିସି ପକ୍ଷରୁ କୁହାଯାଇଛି।