ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା: ୨୭ ପଦକ ସହ ସୁନ୍ଦରଗଡ଼ ଚାମ୍ପିୟନ

ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲାର ଗୁରୁ ଭିକାରୀ ନାୟକ କଳାମଣ୍ଡପଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ୨୧ ଜିଲାରୁ ୧୭୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆର୍ଟସ ଟେମ୍ପୁଲ ସୁନ୍ଦରଗଡ଼ ଜିଲାର ବଣାଇଁ ଉପଖଣ୍ଡ କେନାଭେଟା ଗ୍ରାମରୁ ପ୍ରଶିକ୍ଷକ ସଞ୍ଜୟ କୁମାର କିଷାନଙ୍କ ତତ୍ତ୍ୱାବଧାନରେ ୨୮ଜଣ ପ୍ରତିଯୋଗୀ ସୁନ୍ଦରଗଡ଼ ଜିଲା ତରଫରୁ ପ୍ରତିନିଧିତ୍ୱ କରିଥିଲେ। ୧୧ସ୍ବର୍ଣ୍ଣ ପଦକ, ୧୦ ରୌପ୍ୟ ପଦକ ଓ ୬ ବ୍ରୋଞ୍ଚ ପଦକ ସହ ଶୀର୍ଷ ସ୍ଥାନ ଅଧିକାର କରି ପ୍ରତିଯୋଗିତାରେ ଦଳଗତ ଚାମ୍ପିୟନ ହେବାର ଗୌରବ ଲାଭ କରିଛନ୍ତି। ଏହି ପ୍ରତିଯୋଗିତାରେ ଚନ୍ଦ୍ରଶେଖର ରାଉତ, ହେମନ୍ତ ନାଏକ, ଅରୁଣ କମାର ବେହେରା, ମାନଭଞ୍ଜନ ବେଟି, ଆକାଶ ଜେନା, ରବୀନ୍ଦ୍ର ଧରୁଆ, ଜିତେନ୍ଦ୍ର କୁମାର ବେହେରା, ଅସ୍ମିତା କିଷାନ, ସସ୍ମିତା ନାଏକ, ବର୍ଷା ପ୍ରିୟଦର୍ଶନୀ କିଷାନ, ସୁଶ୍ରୀ ସମୀକ୍ଷା ସାହୁ, ନିଜ ବୟସ ଓ ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି ଅଭିନବ ବେହେରା, ରଞ୍ଜନ କିଷାନ, ତ୍ରିଲୋଚନ ବେହେରା, ତନ୍ମୟ ପ୍ରଧାନ, ଝସକେତନ ଭୋଇ, ଅଶୋକ କିସାନ, ଅନିଲ କୁମାର ସାହୁ, ଜଗତପତି ସାହୁ, ଲକିରାମ ମୁଣ୍ଡା, ପରମେଶ୍ୱର କିଷାନ ରୌପ୍ୟ ପଦକ ହାସଲ କରିଥିବା ବେଳେ ମନୋଜ ରଣା, ଲିଙ୍ଗରାଜ ନାଏକ, ରୋମିଓ ରଞ୍ଜନ ରାଉତ, ସିଦ୍ଧାନ୍ତ ଚାର୍ଦ୍ଦିଆ, ହୃଷୀକେଶ କିସାନ, ପ୍ରତୀକ କୁମାର ରାଉତ ବ୍ରୋଞ୍ଜ ପଦକ ହାସଲ କରି ସୁନ୍ଦରଗଡ଼ ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ସ୍ବର୍ଣ୍ଣ ପଦକ ହାସଲ କରିଥିବା ପ୍ରତିଯୋଗୀ ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବାରୁ ବଣାଇ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯିବା ସହିତ ପ୍ରତିଯୋଗୀଙ୍କୁ ସ୍ବାଗତ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri