ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା: ବାଲେଶ୍ୱର ପ୍ରତିଯୋଗୀଙ୍କୁ ୬ ସ୍ବର୍ଣ୍ଣ

ବାଲେଶ୍ୱର ଅଫିସ,୨୭।୧୦-ବାଲେଶ୍ୱର ଜିଲା ଫିଟ୍‌-୨-ଫାଇଟ୍‌ କରାଟେ ସେଣ୍ଟରର ପ୍ରତିଯୋଗୀ କେଉଁଝର ସହରସ୍ଥିତ ଗୁଜୁରାଟୀ ସମାଜ ପରିସରରେ ୱାର୍ଲଡ୍‌ ଟ୍ରାଡ଼ିଶନାଲ୍‌ ସୋଟୋକାନ୍‌ ଫେଡ଼େରେଶନ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ୭ବର୍ଷରୁ କମ୍‌, ୭ରୁ ୯ବର୍ଷ, ୯ରୁ ୧୧ ବର୍ଷ, ୧୨ରୁ ୧୩ ବର୍ଷ, ୧୩ରୁ ୧୫ ବର୍ଷ ବର୍ଗର ‘କାଟା ଏବଂ କୁମିତେ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବାଲେଶ୍ୱରର ପ୍ରତିଯୋଗୀ ମୋଟ ୬ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୧୪ଟି ବ୍ରୋଞ୍ଜ ପଦକ ହାସଲ କରିଥିବା କୋଚ୍‌ ମନୋରଞ୍ଜନ ଆଚାର୍ଯ୍ୟ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।
କେଉଁଝର ଗୁଜୁରାଟୀ ସମାଜଠାରେ ଗତ ୧୯ ଓ ୨୦ ତାରିଖରେ ଆୟୋଜିିତ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ବାଲେଶ୍ୱରରୁ ମୋଟ ୨୩ଜଣ (୧୯ଜଣ ପୁଅ ଓ ୪ଜଣ ଝିଅ) ପ୍ରତିଯୋଗୀ ଯୋଗଦେଇଥିଲେ। ବିଭିନ୍ନ ବିଭାଗରେ ନିଜର ପାରଦର୍ଶିତା ଦେଖାଇ ଆଦ୍ୟାଂଶୁ ମିଶ୍ର ୨ଟି, ପ୍ରତିନନ୍ଧନ ପୁହାଣ ୧ଟି, ଭକ୍ତିପ୍ରିୟା ବେହେରା ୧ଟି, ସତ୍ୟବ୍ରତ ଉପାଧ୍ୟାୟ ୧ଟି, କୌଶଳ ବିଶ୍ୱାଳ ୧ଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ପ୍ରତିନନ୍ଧନ ପୁହାଣ, ଦେବାଶିଷ ପଣ୍ଡା, କ୍ରିଷ୍ଣା ବେହେରା, ସ୍ବସ୍ତି ପ୍ରୟମ୍‌ ନାଏକ ଗୋଟିଏ ଲେଖାଏଁ ରୌପ୍ୟ ପଦକ ହାସଲ କରିଛନ୍ତି। ସତ୍ୟବ୍ରତ ଉପାଧ୍ୟାୟ, କୌଶଲ ବିଶ୍ୱାଲ, ସାୟନ୍‌ ବାନାର୍ଜୀ, ଚିନ୍ମୟୀ ପ୍ରଭା ଦାସ, ଅନିରୁଦ୍ଧ ପ୍ରସାଦ, ଆଦ୍ୟ ଆଶୁତୋଷ୍‌, କ୍ରିଷ୍ଣା ବେହେରା, ବିନିତ୍‌ ପ୍ରଧାନ, ସ୍ମୃତିରଞ୍ଜନ ନାଏକ, ଅନୁୟା ପଣ୍ଡା, ଦେବଜ୍ୟୋତି ମହାନ୍ତି, ଭକ୍ତି ପ୍ରିୟା ବେହେରା, ଶ୍ରେୟାନ୍‌ ଆଚାର୍ଯ୍ୟ, ଶାୟନ୍‌ ବାନାର୍ଜୀ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଥିବା ଜଣାପଡ଼ିଛି। ଏହି କୃତି ପ୍ରତିଯୋଗୀମାନେ ଆଗାମୀ ୨୦୨୦ ମେ’ ମାସରେ ବମ୍ବେର ଖଣ୍ଡାଲାଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିବେ। ପ୍ରତିଯୋଗୀମାନେ ବାଲେଶ୍ୱରରେ ପହଞ୍ଚତ୍ବା ପରେ ସେମାନଙ୍କୁ ବିଭିନ୍ନ ମହଲରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri