Categories: ଜାତୀୟ

ରାଜ୍ୟସଭାରେ ବଦଳିଲା ମାର୍ଶଲଙ୍କ ଡ୍ରେସ୍‌

ନୂଆଦିଲ୍ଲୀ,୧୮।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହା ରାଜ୍ୟସଭାର ୨୫୦ତମ ଅଧିବେଶନ। ଏହି ଅବସରରେ ରାଜ୍ୟସଭାରେ କିଛି ପରିବର୍ତ୍ତନ କରାଯାଇଛି। ଏଠାରେ ମାର୍ଶଲ ପିନ୍ଧୁଥିବା ଡ୍ରେସ୍‌କୋଡ୍‌କୁ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବରୁ ସଂସଦରେ ମାର୍ଶଲଙ୍କ ଧଳା ରଙ୍ଗର ଡ୍ରେସ୍‌ କୋଡ୍‌ ରହିଥିବା ବେଳେ ଏବେ ଏହାକୁ ପରିବର୍ତ୍ତନ କରାଯାଇ ସେନା ଅଧିକାରୀଙ୍କ ଡ୍ରେସ୍‌ କୋଡ୍‌ ଭଳି କରାଯାଇଛି। ସୋମବାର ବାଚସ୍ପତି ଭେଙ୍କିୟା ନାଇଡୁ ଗୃହକୁ ପ୍ରବେଶ କରିବା ବେଳେ ମାର୍ଶଲ ସେନାଙ୍କ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

Share