ରାଜ୍ୟର ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା: ସରକାରଙ୍କ ଉପରେ ଏନ୍‌ଜିଟି କ୍ଷୁବ୍ଧ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ସହରାଞ୍ଚଳରୁ ବାହାରୁଥିବା କୁଢ଼କୁଢ଼ ବର୍ଜ୍ୟବସ୍ତୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କ୍ଷୁବ୍ଧ ହୋଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ଦୀର୍ଘମିଆଦୀ ଯୋଜନା କରୁ ନ ଥିବାରୁ ରାଜ୍ୟ ସରକାରଙ୍କୁ ଏନ୍‌ଜିଟି କଡ଼ା ଭର୍ତ୍ସନା କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଏନ୍‌ଜିଟି ସରକାରଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ସତର୍କ କରାଇ ଦେଇଛନ୍ତି। ବର୍ଜ୍ୟବସ୍ତୁ ଯେପରି ପରିବେଶକୁ ତିଳେମାତ୍ର କ୍ଷତି ନ ପହଞ୍ଚାଇବ ସେ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଆସନ୍ତା ସେପ୍ଟେମ୍ବର ୨୫ ସୁଦ୍ଧା ହାଜର ହୋଇ ଜଣାଇବାକୁ ଏନ୍‌ଜିଟି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରାଜ୍ୟ ସରକାର ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଦୀର୍ଘଦିନ ଧରିି ଅଳିଆ ଆବର୍ଜନା ଟ୍ରାନ୍‌ଜିଟ ପଏଣ୍ଟରେ ପଡ଼ିରହୁଛି। ମନଇଚ୍ଛା ଯେଉଁଠି ନାହିଁ ସେଠି ଫିଙ୍ଗି ଦିଆଯାଉଛି। ଫଳରେ ପରିବେଶ ପ୍ରତି ଏହା ଭୟଙ୍କର ବିପଦ ସୃଷ୍ଟି କରୁଛି। ରାଜ୍ୟରେ ୧୧୪ଟି ପୌରାଞ୍ଚଳ ରହିଛି। ଏଥିରେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୧୬.୬୮% ଲୋକ ବାସ କରୁଛନ୍ତି। ରାଜ୍ୟରେ ୫ଟି ମହାନଗର ନିଗମ ଥିବାବେଳେ ୪୮ ମ୍ୟୁନିସିପାଲିଟି ଏବଂ ୬୧ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ଏହିସବୁ ସହରାଞ୍ଚଳରୁ ବାର୍ଷିକ ୯୮ ନିୟୁତ ଟନ୍‌ ବର୍ଜ୍ୟବସ୍ତୁ ବାହାରୁଛି ବୋଲି ରାଜ୍ୟ ସରକାର ଏନ୍‌ଜିଟିକୁ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେଥିରୁ ମାତ୍ର ୨୨.୭% ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଥିବା ସରକାର ଦର୍ଶାଇଛନ୍ତି। ଏନ୍‌ଜିଟିଙ୍କ କଡ଼ା ତାଗିଦ୍‌ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ଠିକ୍‌ ଢଙ୍ଗରେ ପରିଚାଳନା କରିବାକୁ ଅଣ୍ଟା ଭିଡ଼ିଛି। ବିଭାଗୀୟ ସଚିବଙ୍କ ସମେତ ୧୩ଜଣ ଅଧିକାରୀ ଚେନ୍ନାଇରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବୁଲି ଦେଖିଛନ୍ତି। ଚେନ୍ନାଇ ଢାଞ୍ଚାରେ ଏଣିକି ରାଜ୍ୟର ସହରଗୁଡ଼ିକୁ ବର୍ଜ୍ୟବସ୍ତୁ ମୁକ୍ତ କରାଯିବ। ଆଉ କେଉଁଠି ଅଳିଆ ଗଦା ହୋଇ ରହିବ ନାହିଁ। ସଂଗ୍ରହ ହେବା ସହିତ ବର୍ଜ୍ୟବସ୍ତୁଗୁଡ଼ିକୁ ଅଲଗା କରି ତୁରନ୍ତ ନଷ୍ଟ କରାଯିବ। କୌଣସି ସ୍ଥାନରେ ଆଉ ପକାଇ ରଖାଯିବ ନାହିଁ। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଟିଂ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି କାର୍ଯ୍ୟରେ ମହିଳା ସ୍ବେଚ୍ଛାସେବୀ ସଂସ୍ଥାକୁ ନିୟୋଜିତ କରାଯିବ। ସେମାନଙ୍କ ମଧ୍ୟରୁ ୨୬୦୦ ସ୍ବଚ୍ଛସାଥୀ ଏବଂ ୬୫୦ ସୁପରଭାଇଜରଙ୍କୁ ଜନସଚେତନ ଓ ପ୍ଲାଣ୍ଟ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବ। ପ୍ରତି ୬୦୦ ଜନସଂଖ୍ୟାରେ ଜଣେ ସ୍ବଚ୍ଛସାଥୀ ନିୟୋଜିତ ହେବେ। ପନିପରିବା ଚୋପା, ବିଭିନ୍ନ ଫଳମୂଳ ଓ ଶୀଘ୍ର ନଷ୍ଟ ହେଉଥିବା ବର୍ଜ୍ୟବସ୍ତୁକୁ ଜୈବିକ ଖତରେ ପରିଣତ କରାଯିବ। ସେହି ଖତଗୁଡିକକୁ ଚାଷୀଙ୍କୁ ଯୋଗାଇ ଦିଆଯିବ। ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୃଥକ୍‌ କରାଯାଇ ପ୍ରୋସେସିଂ ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ରସ୍ତୁତ କାରଖାନାକୁ ପଠାଯିବ। ଏ ବାବଦରେ ଯେଉଁ ଅର୍ଥ ଆୟ ହେବ ସେସବୁକୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। କୋଟପାଡ ଏନ୍‌ଏସିକୁ ସମ୍ପୂର୍ଣ୍ଣ ବର୍ଜ୍ୟବସ୍ତୁ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି। କଟକ ଓ ଭୁବନେଶ୍ୱର ମହାନଗରରେ ଯଥାକ୍ରମେ ୧୨ ଓ ୩୫ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ଆରମ୍ଭ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ସହରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯିବ ବୋଲି ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri