ରାଜ୍ୟର ସମସ୍ତ ଜେଲ୍‌କୁ ଆଡଭାଇଜରି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଜେଲ୍‌କୁ କରୋନା ଭୁତାଣୁ ସଂକ୍ରମଣରୁ ରୋକିବା ପାଇଁ କାରାଗାର ମହାନିର୍ଦ୍ଦେଶକ ବୁଧବାର ସ୍ବତନ୍ତ୍ର ଆଡଭାଇଜାରି ଜାରି କରିଛନ୍ତି। କାରାଗାରରେ ରହୁଥିବା ବନ୍ଦୀ ଏବଂ ବିଚାରାଧୀନ ଅଭିଯୁକ୍ତଙ୍କୁ କିପରି ଏହି ସଂକ୍ରମଣରୁ ଦୂରେଇ ରଖାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବିଶେଷକରି ବିଚାର ବିଭାଗୀୟ ହାଜତକୁ ପ୍ରଥମ କରି ଆସୁଥିବା ଅଭିଯୁକ୍ତଙ୍କୁ ଅନ୍ତତଃ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜେଲ୍‌ରେ ବନ୍ଦୀଙ୍କୁ ସମ୍ପର୍କୀୟ କିମ୍ବା ଓକିଲମାନେ ଭେଟି ପାରିବେ ନାହିଁ। ଏନ୍‌ଜିଓ କିମ୍ବା ଅନ୍ୟ କୌଣସି ସଂସ୍ଥା ସାମାଜିକ ସଂସ୍ଥା ଜେଲ୍‌ ଭିତରେ କେଣସି ପ୍ରକାରର କାର୍ଯ୍ୟକ୍ରମ କରିପାରିବେ ନାହିଁ। ଗୋଟିଏ ମାସ ପର୍ଯ୍ୟନ୍ତ ଏହିସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ମୁଖ୍ୟ ଫାଟକରେ ସାନିଟାଇଜର ରହିବା ସହ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନା କରାଯିବାକୁ ସ୍ଥିର ହୋଇଛି। ବନ୍ଦୀଙ୍କ ସମ୍ପର୍କୀୟମାନେ ଜେଲ୍‌ ନ ଆସି ଘରେ ଥାଇ ଇ-ମୁଲାକାତ ବ୍ୟବସ୍ଥାରେ ଭେଟି ପାରିବେ। ଅତ୍ୟାବଶ୍ୟକସ୍ଥଳେ ଭେଟିବାକୁ ଆସିଲେ ଉପଯୁକ୍ତ ଦୂରତା ରକ୍ଷା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ବନ୍ଦୀଙ୍କୁ ହାଜର କରାଯିବା ସହ ଥଣ୍ଡା, ଗଳାରେ ଯନ୍ତ୍ରଣା, ନିଶ୍ବାସ ନେବାରେ କଷ୍ଟ ହେଲେ ସେମାନଙ୍କ ତୁରନ୍ତ ଚିକିତ୍ସା କରାଯିବ। ଜେଲ୍‌ ମେଡିକାଲରେ ଆଇସୋଲେଶନ ୱାର୍ଡ ବ୍ୟବସ୍ଥା କରାଯିବ। ଏଥିସହ ଜେଲ୍‌ରେ ଥିବା ରୋଷେୟାଙ୍କୁ କର୍ତ୍ତୃପକ୍ଷ ମାସ୍କ ଯୋଗାଇ ଦେବେ। ବିନା ମାସ୍କରେ ରୋଷେଇ ହେବ ନାହିଁ ବୋଲି ଜେଲର ନିଶ୍ଚିତ କରିବେ। ଡ୍ୟୁଟି କରୁଥିବା କର୍ମଚାରୀ ମଧ୍ୟ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ। ଯେଉଁ ବନ୍ଦୀମାନେ ଛୁଟିରୁ ଫେରିବେ ସେମାନଙ୍କ ଉପଯୁକ୍ତ ସ୍କ୍ରିନିଂ କରାଯିବାପରେ ଜେଲ୍‌ରେ ପ୍ରବେଶ ଅନୁମତି ଦିଆଯିବ। ଅନ୍ୟ ରାଜ୍ୟରେ ଥିବା କୋର୍ଟରେ ହାଜର ହୋଇ ଫେରୁଥିବା ବନ୍ଦୀଙ୍କ କ୍ଷେତ୍ରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସର୍ବୋପରି ଜେଲ୍‌ ପରିସର ଓ ହସ୍ପିଟାଲକୁ ପରିସ୍କାର ରଖିବାକୁ କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri