ରାଜ୍ୟରେ ୩୦ ଶାଖା ଖୋଲିବ ସିଣ୍ଡିକେଟ ବ୍ୟାଙ୍କ:ସିଇଓ

ଭୁବନେଶ୍ୱର,୯-୬(ବ୍ୟୁରୋ): ସିଣ୍ଡିକେଟ ବ୍ୟାଙ୍କ ବର୍ତ୍ତମାନ ଭୁବନେଶ୍ୱରରେ ୨ ଏବଂ ବ୍ରହ୍ମପୁରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ସହ ସେବା ଯୋଗାଉଛି। ରାଜ୍ୟରେ ସହରୀକରଣ ଧାରା ଦ୍ରୁତ ହେଉଥିବାରୁ ଏହି ଧାରାକୁ ତ୍ୱରାନ୍ବିତ କରିବା ଲାଗି ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ନେଉଛି। ରାଜ୍ୟରେ ମୋଟ ୧୦୮ ଶାଖା ସହ ବ୍ୟାଙ୍କ ସେବା ଯୋଗାଣ କରୁଛି। ଚଳିତ ବର୍ଷ ସାରା ଦେଶରେ ୨୫୦ ଶାଖା ସହ ରାଜ୍ୟରେ ୨୫ ରୁ ୩୦ ନୂଆ ଶାଖା ଖୋଲିବା ନେଇ ଯୋଜନା ରହିଥିବା ବ୍ୟାଙ୍କର ଏମ୍‌ଡି ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ୱର-୨ ଆଞ୍ଚଳିକ କାର୍ଯ୍ୟାଳୟର ନିଜସ୍ବ ଅଫିସଗୃହ ଶୁଭ ଉଦଘାଟନ ଅବସରରେ ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱର-୧ କାର୍ଯ୍ୟାଳୟର ମୋଟ ବ୍ୟବସାୟ ୨୫୬୬ କୋଟି ଟଙ୍କା ରହିଛି। ସେହିଭଳି ଭୁବନେଶ୍ୱର-୨ କାର୍ଯ୍ୟାଳୟ ୧୩୦୦ କୋଟି ଏବଂ ବ୍ରହ୍ମପୁର ୯୦୦ କୋଟି ଟଙ୍କାର କାରବାର ହାସଲ କରିଛି। ସାରା ଦେଶରେ ୪,୨୦୦ ଶାଖା ସହ ମୋଟ କାରବାର ୪.୯୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ଶିଳ୍ପକୁ ଋଣ ପ୍ରଦାନ ବାଦ ହାଉସିଂ, ଏମ୍‌ଏସ୍‌ଏମ୍‌ଇ, ପିଏସ୍‌ବି ଲୋନ ୫୯ ମିନିଟ ଋଣ ଭଳି ପ୍ରଡକ୍ଟ ବ୍ୟାଙ୍କ ଏହାର ପୋର୍ଟଫୋଲିଓରେ ସାମିଲ କରିଛି। ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧିକୁ ଧ୍ୟାନରେ ରଖି ସଂସ୍ଥାଗୁଡିକୁ ୨୦ ମିନିଟରେ ଋଣ ପ୍ରଦାନ କରିବା ନେଇ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।
ବ୍ୟାଙ୍କର ଡିଜିଟାଲ ପଦକ୍ଷେପ ଉପରେ ସୂଚନା ଦେଇ ସେ କହିଛନ୍ତି, ବ୍ୟାଙ୍କ ଡିଜିଟାଲ ବ୍ୟାଙ୍କିଙ୍ଗ ଭିତ୍ତିଭୂମିରେ ବାର୍ଷିକ ପ୍ରାୟ ୭୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। ସେହିଭଳି ପାର୍ଟନରଙ୍କ ସହ ମିଳିତ ହୋଇ ଏହା ସମ୍ପ୍ରସାରଣ ଧାରା ଜାରି ରଖିଛି। ବ୍ୟାଙ୍କର ମୋଟ ନେଣଦେଣର ୨୮% ଏବେ ଡିଜିଟାଲ ମାଧ୍ୟମରେ ହେଉଛି। ଆଗାମୀ ୨ ବର୍ଷରେ ଏହା ୪୫%କୁ ବଢିବା ନେଇ ସେ ମହାପାତ୍ର ଆଶା ରଖିଛନ୍ତି। ସେହିଭଳି ରାଜ୍ୟରେ ପ୍ରଫେସନାଲଙ୍କ ଅଭିବୃଦ୍ଧି ଅନ୍ୟ ରାଜ୍ୟ ତୁଳନାରେ ୧୦ରୁ ୧୮% ଅଧିକ। ପରିବର୍ତ୍ତିତ ସ୍ଥିତିରେ ଗ୍ରାହକଙ୍କୁ ସେବା ଯୋଗାଣ ଏବଂ ରାଜ୍ୟରେ କୃଷି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରାଯାଉଥିବା ସେ ପ୍ରକାଶ କରିଛନ୍ତି।
ଚଳିତ ବର୍ଷ ୫୦୦ରୁ ୧୦୦୦ କୋଟି ଟଙ୍କା ଲାଭ ହାସଲ କରିବା ନେଇ ଆଶାବାଦୀ ଥିବା ମହାପାତ୍ର କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବ୍ୟାଙ୍କର ନେଟ୍‌ ଏନ୍‌ପିଏ ୫.୯% ଏବଂ ଗ୍ରସ୍‌ ଏନ୍‌ପିଏ ୧୦.୯% ରହିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କର ନେଟ୍‌ ଏନ୍‌ପିଏ ୫.୪%ରେ ପହଞ୍ଚିବ। ନୂଆ ୨୫ ରିଜିଅନ ଖୋଲିବା ଦ୍ୱାରା ଏହା ବର୍ତ୍ତମାନ ମୋଟ ୯୫ରେ ପହଞ୍ଚିଛି। ଗତ ୨ ତ୍ରୈମାସରେ ବ୍ୟାଙ୍କ ଟର୍ନ ଆରାଉଣ୍ଡ କରିଥିବା ବେଳେ ଡିସେମ୍ବର ତ୍ରୈମାସରେ ବ୍ୟାଙ୍କ ୧୦୮ କୋଟି ଏବଂ ମାର୍ଚ୍ଚ ତ୍ରୈମାସରେ ଏହା ୧୨୮ କୋଟି ଟଙ୍କା ଲାଭ କରିଛି। ମାତ୍ର ଗତ ଆର୍ଥତ୍କ ବର୍ଷରେ ବ୍ୟାଙ୍କ ୨୪୭୮ କୋଟି ଟଙ୍କା କ୍ଷତି ସହିଛି। ସେହିଭଳି ବ୍ୟାଙ୍କ ୧୦ରୁ ୧୫ ବେସିସ ପଏଣ୍ଟ ସୁଧହାର ହ୍ରାସ କରିବା ନେଇ ସେ ଆଶା ରଖିଛନ୍ତି। ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ, ଫନୀ ପ୍ରଭାବିତ ଅଞ୍ଚଳଗୁଡିକରେ ଋଣ ପୁନର୍ଗଠନ,ରିଲିଫ ଭଳି କାର୍ଯ୍ୟରେ ବ୍ୟାଙ୍କ ନିଜର ଯୋଗଦାନ ରଖିଥିବା ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri