ରାଜ୍ୟରେ ମରୁଡ଼ିର ପଦଧ୍ୱନି; ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ବର୍ଷା ନାହିଁ। ମରୁଡ଼ି ଦ୍ୱାରଦେଶରେ ପହଞ୍ଚିଲାଣି। ତଥାପି ସରକାର ଚେତୁ ନାହାନ୍ତି। ଚାଷୀ ଏ ପର୍ଯ୍ୟନ୍ତ ତଳି ରୋଇ ପାରିନାହାନ୍ତି। ମାଟି ଫାଟି ଆଁ କଲାଣି। ବର୍ଷା ହେଲେ ବି ଆଉ ଚାଷ ହେବା ସମ୍ଭବ ନୁହେଁ। ରାଜସ୍ବମନ୍ତ୍ରୀ ରାଜ୍ୟର ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରନ୍ତୁ ଓ ଏ ସମ୍ପର୍କରେ ଗୃହରେ ଏକ ବିବୃତି ଦିଅନ୍ତୁ। ରାଜ୍ୟରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷାକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ମରୁଡ଼ିକୁ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ୍‌ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ବିରୋଧୀ ଦଳ ସଭ୍ୟମାନେ ଚେତାଇ ଦେଇଛନ୍ତି।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ରାଜ୍ୟରେ ବର୍ଷା ନାହିଁ। ତଳି ହଳଦିଆ ହୋଇଗଲାଣି। ଭୁବନେଶ୍ୱରରେ ବର୍ଷା ହେଉଛି। ମାତ୍ର ଯେଉଁଠି ଚାଷ ହେଉଛି ସେଠାରେ ବର୍ଷା ହେଉନି। ଏ ପର୍ଯ୍ୟନ୍ତ ରୁଆ ବେଉଷଣ ହୋଇନାହିଁ। ଏହା ଅତ୍ୟନ୍ତ ଗୁରୁତର ବିଷୟ। ଗୃହରେ ଏ ବିଷୟରେ ଆଲୋଚନା ହେବା ଦରକାର। ରାଜସ୍ବମନ୍ତ୍ରୀ ନିଜେ ପରିସ୍ଥିତି ଅନୁଧ୍ୟାନ କରି ଗୃହରେ ଏକ ବିବୃତି ଦିଅନ୍ତୁ ବୋଲି ସେ କହିଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ବିରୋଧୀ ଦଳ ନେତା ଉତ୍ଥାପନ କରିଥିବା ମରୁଡ଼ି ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଶ୍ରାବଣ ମାସ ହେଲାଣି। ବର୍ଷା ନାହିଁ। ଜମି ଫାଟିଗଲାଣି। ବର୍ଷା ହେଲେ ବି ଆଉ ଚାଷ କରିବା ସମ୍ଭବ ନୁହେଁ। ବଲାଙ୍ଗୀର ଜିଲାରେ ଅବସ୍ଥା ସଙ୍ଗିନ। ବିଲ ଫାଟି ଆଁ କରିଛି। ଲଗାତର ବର୍ଷା ହେଲେ ମଧ୍ୟ ତାହା ବନ୍ଦ ହେବ ନାହିଁ। ଧାନ ତଳି ସବୁ ଜଳିଗଲାଣି। ବଲାଙ୍ଗୀର ଜିଲାରେ ମାତ୍ର ୩ ପ୍ରତିଶତ ଜମି ଜଳସେଚିତ। ଏହି ଜିଲାରେ ୪୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି। ଆଦୌ ବର୍ଷା ନାହିଁ କହିଲେ ଚଳେ। ଯେଉଁ ଚେକ୍‌ ଡ୍ୟାମ୍‌ ହୋଇଛି ସେଥିରେ ପାଣି ନାହିଁ। ବର୍ଷା ନ ଥିଲେ ପାଣି ଆସିବ କେଉଁଠୁ। କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେଇଦେଲେ ଚାଷୀର ପେଟ ପୂରିବ ନାହିଁ। ଦୀର୍ଘବର୍ଷ ଧରି ବୀମା ପଇସା ପାଉ ନାହାନ୍ତି। ପାର୍ଲାମେଣ୍ଟରେ ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା କରୁଥିବାନେଇ ଓଡ଼ିଶା ସରକାର ବିଧାନସଭାରେ ଏକଥାକୁ ଫାଙ୍କି ଦେଉଛନ୍ତି। ବରଗଡ଼ ଜିଲା ଚାଷୀ ଆତ୍ମହତ୍ୟା ପାଇଁ ଗୃହ କମିଟି ଗଲା। ମାତ୍ର ଏ ପର୍ଯ୍ୟନ୍ତ ରିପୋର୍ଟ ମିଳିଲା ନାହିଁ। ଦୁଆର ମୁହଁରେ ମରୁଡ଼ି ଉଭା ହେଲାଣି। ରାଜସ୍ବ ମନ୍ତ୍ରୀ ଏ ନେଇ ତୁରନ୍ତ ଗୃହରେ ବିବୃତି ଦିଅନ୍ତୁ । କେଉଁ ଜିଲାରେ କି ପରିସ୍ଥିତି ରହିଛି ସେ ନେଇ ଗୃହରେ ସୂଚନା ଦିଅନ୍ତୁ। ଯେଉଁ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି,ସେମାନଙ୍କୁ ସରକାର କି ସହାୟତା ଦେଇଛନ୍ତି ସେ ବିଷୟରେ ମଧ୍ୟ ଉଲ୍ଲେଖ କରନ୍ତୁ ବୋଲି ନରସିଂହ କହିଥିଲେ। ଗୃହରେ ଉଦ୍‌ବେଗକୁ ଦେଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ, ଗତ ୪ ଦିନ ତଳେ ରାଜସ୍ବ ମନ୍ତ୍ରୀ ମରୁଡ଼ି ସମ୍ପର୍କରେ ରିପୋର୍ଟ ଦେଇଥିଲେ। ହେଲେ ପୁଣି ଏହି ପ୍ରସଙ୍ଗ ଆସିଛି। ଶୁକ୍ରବାର ରାଜସ୍ବ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ଦିଅନ୍ତୁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଭାଜପା ସଭ୍ୟ ନାଉରୀ ନାୟକ ଉଦ୍ୟାନ କୃଷି ପାଠ ପଢ଼ିଥିବା ଛାତ୍ରୀଛାତ୍ର ସହାୟକ କୃଷି ଅଧିକାରୀ(ଏଏଚ୍‌ଓ) ପଦବୀ ପାଇଁ ଆବେଦନ କରିପାରୁ ନ ଥିବା ବିଷୟ ଉଠାଇଥିଲେ। ସେ କହିଥିଲେ ଯେ, ଏଥିପାଇଁ କୃଷି ବିଭାଗ ପିଲାମାନେ ଆବେଦନ କରିପାରୁଛନ୍ତି। ୪ ବର୍ଷ ପାଠ ପଢ଼ିଲେ ମଧ୍ୟ ଉଦ୍ୟାନ କୃଷି ଛାତ୍ରୀଛାତ୍ରଙ୍କୁ ଏହି ଚାକିରି ପାଇଁ ଅନୁମତି ମିଳୁନାହିଁ। ଓୟୁଏଟି ପିଲାମାନେ ଧାରଣାରେ ବସିଛନ୍ତି। ୬୪ଟି ସହାୟକ କୃଷି ଅଧିକାରୀ ପଦବୀ ବାହାରିଛି। ସେମାନଙ୍କୁ ଏହି ପଦବୀ ପାଇଁ ଆବେଦନ କରିବାକୁ ଅନୁମତି ଦିଆଯାଉ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବାଚସ୍ପତି ସରକାର ଏ ଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ କ୍ରଶର ୟୁନିଟ୍‌ ଉପରେ ହୋଇଥିବା ଚଢ଼ାଉକୁ ବିରୋଧ କରିଥିଲେ। ସେ କହିଥିଲେ ଯେ, ପଥର ଚୋରଙ୍କୁ ସରକାର ଧରନ୍ତୁ। ଛୋଟ ଛୋଟ କ୍ରଶରକୁ ଧରା ନ ଯାଉ। ସେମାନେ ରାସ୍ତାଘାଟ ନିର୍ମାଣ ପାଇଁ ଚିପ୍ସ ଯୋଗାଉଛନ୍ତି। ସେଥିରେ କାମ କରୁଥିବା ଶ୍ରମିକମାନେ ଭୟରେ ଆତ୍ମଗୋପନ କରୁଛନ୍ତି। ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ସେମାନଙ୍କ ଜୀବିକା ହରାଇଲେଣି। ଗୃହମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉ। ସେ ପଥର ଚୋରଙ୍କୁ ଧରନ୍ତୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri