ରାଜ୍ୟରେ ଜଣେ ନ ଥିଲେ କରୋନା ପଜିଟିଭ ଏବେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ୨୯

ଗୁଆହାଟୀ,୧୨।୪: କରୋନା ଭାଇରସ କେତେବେଳେ କେଉଁଠି କିଭଳି ତାଣ୍ଡବ ରଚୁଛି ତାହା ବୁଝିବା କଷ୍ଟକର ବ୍ୟାପାର ପାଲଟିଯାଇଛି। କରୋନା ସଂକ୍ରମଣରେ ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ ଦେଶ ନିଜକୁ ଅସହାୟ ମଣୁଥିବା ବେଳେ ଏବେ ଏହି ଭାଇରସକୁ ସାରା ପୃଥିବୀ ଏକ ପ୍ରକାର ଭୟ କରିଯାଇଛି କହିଲେ ଚଳେ। ଭାରତର ବିଭିନ୍ନ ରାଜ୍ୟରେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆସାମରେ କିନ୍ତୁ କିଛିଦିନ ପର୍ଯ୍ୟନ୍ତ କେହି କରୋନା ସଂକ୍ରମିତ ନ ଥିବା ଜଣାପଡିଥିଲା। ହେଲେ ଏବେ ଆସାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୨୯ରେ। ଏହାସହ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ମଧ୍ୟ ହେଲାଣି। ଏହାକୁ ଦୃଷ୍ଟିରେ ରଖି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ରବିବାର କରେନା ମୁକାବିଲା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। କରୋନାକୁ ହରାଇବାକୁ ସମସ୍ତେ ଏକାଠି ହେବା ଜରୁରୀ ବୋଲି ସେ କହିଛନ୍ତି।

Share