ରାଜ୍ୟରେ କୁକୁଡ଼ା ଚାଷ ପ୍ରଭାବିତ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଗତ ତିନିବର୍ଷ ହେଲା ରାଜ୍ୟର କୁକୁଡା ଚାଷ ଉପରେ ବାର୍ଡ ଫ୍ଲୁ ଦାଉ ସାଧୁଛି। ଏଥିଯୋଗୁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ସୂଚନାନୁଯାୟୀ, ରାଜ୍ୟର ୪ ପ୍ରମୁଖ ଉପକୂୂଳବର୍ତ୍ତୀ ଜିଲା ଜଗତ୍‌ସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧାରେ ଲଗାତର ଭାବେ ବାର୍ଡ ଫ୍ଲୁ ପରିଲକ୍ଷିତ ହେଉଛି। ୨୦୧୭-୧୮ ବର୍ଷରେ ଜଗତ୍‌ସିଂହପୁର ଜିଲାର ପାରାଦୀପସ୍ଥିତ ଷଣ୍ଢକୁଦ ଓ ବଡ଼ପଡ଼ିଆ ଅଞ୍ଚଳରେ ବାର୍ଡ ଫ୍ଲୁ ପରିଲକ୍ଷିତ ହୋଇଥିଲା। ସେତେବେଳେ ସର୍ତକତା ପାଇଁ ୧୮୨୩ କୁକୁଡ଼ା ମରାଯିବା ସହ ୨୦ହଜାରରୁ ଅଧିକ ଅଣ୍ଡା ନଷ୍ଟ ହୋଇଥିଲା। ଏଥିପାଇଁ ୨୦୪ଜଣ କୁକୁଡା ଚାଷୀଙ୍କୁ ୨ଲକ୍ଷ ୨୦ହଜାର ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୮-୧୯ବର୍ଷରେ ପୁରୀର କୃଷ୍ଣପ୍ରସାଦ ଓ କଟକର ସହରାଞ୍ଚଳରେ ବାର୍ଡ ଫ୍ଲୁ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ସେତେବେଳେ କେବଳ କୃଷ୍ଣପ୍ରସାଦ ବ୍ଲକର ବ୍ରାହ୍ମଣଦେଓ ଗାଁରେ ୧୦,୫୮୬ କୁକୁଡ଼ାଙ୍କୁ ମରାଯାଇଥିଲା। ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ୪ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। ଏହାଛଡା ସେହି ବ୍ଲକର ପଥରଗଞ୍ଜ ଓ ବୁଢ଼ିବର, ମାଲୁଦ, କହ୍ନେଇପୁର, ଏପିଙ୍ଗ, ନନ୍ଦଳା, ନବ, କଣ୍ଟାବଣିଆ, ନୂଆଗାଁ ଓ ଉଦୟଗିରି ଅଞ୍ଚଳରେ ମଧ୍ୟ ବ୍ୟାପକ କୁକୁଡ଼ା ମରାଯାଇଥିଲା। ସେହିବର୍ଷ କଟକ ସହରାଞ୍ଚଳରେ ଥିବା ସରକାରୀ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଆଶଙ୍କାରେ ୬୮୯ ବତକଙ୍କୁ ମରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଭୁବନେଶ୍ୱର ପୌରାଞ୍ଚଳରେ ବାର୍ଡ ଫ୍ଲୁ ପରିଲକ୍ଷିତ ହୋଇଥିଲା। ଓୟୁଏଟି କୁକୁଡ଼ା ଫାର୍ମରେ ଏହି ବାର୍ଡ ଫ୍ଲୁ ହୋଇଥିଲା। ହଜାରେରୁ ଅଧିକ କୁକୁଡ଼ା ମରାଯାଇଥିବାବେଳେ ୩୮ହଜାର ଅଣ୍ଡା ନଷ୍ଟ ହୋଇଥିଲା। କୁକୁଡ଼ା ଓ ଅଣ୍ଡା ବାବଦରେ ଚାଷୀଙ୍କୁ ୨୬ହଜାର ଟଙ୍କାର କ୍ଷତିପୂରଣ ମିଳିଥିଲା। ବାର୍ଡ ଫ୍ଲୁ ଯୋଗୁ ସମ୍ପୃକ୍ତ ଅଞ୍ଚଳ ଓ ଏହାର ଆଖପାଖରେ କୁକୁଡ଼ା ମାଂସ ଓ ଅଣ୍ଡା କାରବାର ବନ୍ଦ ରହିଥିଲା। ପ୍ରାୟ ମାସକ ପରେ ସରକାର ବାର୍ଡ ଫ୍ଲୁ ଜନିତ କଟକଣା ଉଠାଇ ଦେଇଛନ୍ତି।
ଗୋଟିଏ ପଟେ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୁକୁଡ଼ାଚାଷୀମାନେ ବାହାର ରାଜ୍ୟର ବ୍ୟବସାୟୀଙ୍କ ଚକ୍ରାନ୍ତର ଶିକାର ହେଉଥିବାବେଳେ ଅନ୍ୟପଟେ ବାର୍ଡ ଫ୍ଲୁ ଯୋଗୁ କୁକୁଡ଼ା ଚାଷୀ ଗୁରୁତର କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଅଲ ଓଡ଼ିଶା ଲେୟାର ଫାର୍ମର୍ସ ଆସୋସିଏଶନ ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର କୁହନ୍ତି, କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେଲେ ରାଜ୍ୟରେ ପ୍ରାୟ ଲୋକେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାକୁ ଭୟ କରନ୍ତି। ଏପର୍ଯ୍ୟନ୍ତ ଯେତେଥର ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେଥିରେ କୌଣସି କାଜୁଆଲଟି ହୋଇନାହିଁ। ଭାରତରେ ଯେଉଁ ରୋଷେଇ ପ୍ରଣାଳୀ ରହିଛି ସେଥିରେ କୌଣସି ଡିସ୍‌ ୪୦/୫୦ ଡିଗ୍ରୀ ତାପମାତ୍ରା ତଳକୁ ପ୍ରସ୍ତୁତ ହେଉନାହିଁ। ଯେତେବେଳେ ବି ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି, ତାହା କିଛି ସମୟ ପାଇଁ ହେଉଛି। ସେ ସମୟରେ ତାକୁ ରୋକିବା ପାଇଁ ପ୍ରାକ୍‌ ସାବଧାନତା ଆପଣାଯାଉଛି। କିନ୍ତୁ ଲୋକମାନଙ୍କ ଏ ଦିଗରେ ଜ୍ଞାନ ନାହିଁ। ସଚେତନତା ଅଭାବରୁ ଲୋକେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାକୁ ଭୟ କରୁଛନ୍ତି। ଏହାଛଡ଼ା ବାର୍ଡ ଫ୍ଳୁ ହେଲେ ସୋସିଆଲ ମିଡିଆରେ ଏଭଳି ପ୍ରଚାର ହେଉଛି ଯେ, ଲୋକେ ଖାଇବାକୁ ଡରୁଛନ୍ତି। ସର୍ବୋପରି କହିବାକୁ ଗଲେ ବାର୍ଡ ଫ୍ଲୁ ସମୟରେ ଆମର ବହୁତ କ୍ଷତି ହୋଇଥାଏ। ଲୋକଙ୍କୁ ସଚେତନ କରିବା ପାଇଁ ଆମ ସଂଘ ପକ୍ଷରୁ ଚେଷ୍ଟା କରାଯାଉଛି। ନିକଟରେ ସଂଘ ପକ୍ଷରୁ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁରେ ମାଗଣାରେ କୁକୁଡ଼ା ମାଂସ ଓ ଅଣ୍ଡା ଦିଆଯାଇଥିଲା। ଲୋକଙ୍କ ମନରୁ ଏହି ଭୟ ଦୂର ହୋଇଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri