ରାଜ୍ୟରେ କୁକୁଡ଼ା ଚାଷ ପ୍ରଭାବିତ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଗତ ତିନିବର୍ଷ ହେଲା ରାଜ୍ୟର କୁକୁଡା ଚାଷ ଉପରେ ବାର୍ଡ ଫ୍ଲୁ ଦାଉ ସାଧୁଛି। ଏଥିଯୋଗୁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ସୂଚନାନୁଯାୟୀ, ରାଜ୍ୟର ୪ ପ୍ରମୁଖ ଉପକୂୂଳବର୍ତ୍ତୀ ଜିଲା ଜଗତ୍‌ସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧାରେ ଲଗାତର ଭାବେ ବାର୍ଡ ଫ୍ଲୁ ପରିଲକ୍ଷିତ ହେଉଛି। ୨୦୧୭-୧୮ ବର୍ଷରେ ଜଗତ୍‌ସିଂହପୁର ଜିଲାର ପାରାଦୀପସ୍ଥିତ ଷଣ୍ଢକୁଦ ଓ ବଡ଼ପଡ଼ିଆ ଅଞ୍ଚଳରେ ବାର୍ଡ ଫ୍ଲୁ ପରିଲକ୍ଷିତ ହୋଇଥିଲା। ସେତେବେଳେ ସର୍ତକତା ପାଇଁ ୧୮୨୩ କୁକୁଡ଼ା ମରାଯିବା ସହ ୨୦ହଜାରରୁ ଅଧିକ ଅଣ୍ଡା ନଷ୍ଟ ହୋଇଥିଲା। ଏଥିପାଇଁ ୨୦୪ଜଣ କୁକୁଡା ଚାଷୀଙ୍କୁ ୨ଲକ୍ଷ ୨୦ହଜାର ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୮-୧୯ବର୍ଷରେ ପୁରୀର କୃଷ୍ଣପ୍ରସାଦ ଓ କଟକର ସହରାଞ୍ଚଳରେ ବାର୍ଡ ଫ୍ଲୁ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ସେତେବେଳେ କେବଳ କୃଷ୍ଣପ୍ରସାଦ ବ୍ଲକର ବ୍ରାହ୍ମଣଦେଓ ଗାଁରେ ୧୦,୫୮୬ କୁକୁଡ଼ାଙ୍କୁ ମରାଯାଇଥିଲା। ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ୪ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। ଏହାଛଡା ସେହି ବ୍ଲକର ପଥରଗଞ୍ଜ ଓ ବୁଢ଼ିବର, ମାଲୁଦ, କହ୍ନେଇପୁର, ଏପିଙ୍ଗ, ନନ୍ଦଳା, ନବ, କଣ୍ଟାବଣିଆ, ନୂଆଗାଁ ଓ ଉଦୟଗିରି ଅଞ୍ଚଳରେ ମଧ୍ୟ ବ୍ୟାପକ କୁକୁଡ଼ା ମରାଯାଇଥିଲା। ସେହିବର୍ଷ କଟକ ସହରାଞ୍ଚଳରେ ଥିବା ସରକାରୀ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଆଶଙ୍କାରେ ୬୮୯ ବତକଙ୍କୁ ମରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଭୁବନେଶ୍ୱର ପୌରାଞ୍ଚଳରେ ବାର୍ଡ ଫ୍ଲୁ ପରିଲକ୍ଷିତ ହୋଇଥିଲା। ଓୟୁଏଟି କୁକୁଡ଼ା ଫାର୍ମରେ ଏହି ବାର୍ଡ ଫ୍ଲୁ ହୋଇଥିଲା। ହଜାରେରୁ ଅଧିକ କୁକୁଡ଼ା ମରାଯାଇଥିବାବେଳେ ୩୮ହଜାର ଅଣ୍ଡା ନଷ୍ଟ ହୋଇଥିଲା। କୁକୁଡ଼ା ଓ ଅଣ୍ଡା ବାବଦରେ ଚାଷୀଙ୍କୁ ୨୬ହଜାର ଟଙ୍କାର କ୍ଷତିପୂରଣ ମିଳିଥିଲା। ବାର୍ଡ ଫ୍ଲୁ ଯୋଗୁ ସମ୍ପୃକ୍ତ ଅଞ୍ଚଳ ଓ ଏହାର ଆଖପାଖରେ କୁକୁଡ଼ା ମାଂସ ଓ ଅଣ୍ଡା କାରବାର ବନ୍ଦ ରହିଥିଲା। ପ୍ରାୟ ମାସକ ପରେ ସରକାର ବାର୍ଡ ଫ୍ଲୁ ଜନିତ କଟକଣା ଉଠାଇ ଦେଇଛନ୍ତି।
ଗୋଟିଏ ପଟେ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୁକୁଡ଼ାଚାଷୀମାନେ ବାହାର ରାଜ୍ୟର ବ୍ୟବସାୟୀଙ୍କ ଚକ୍ରାନ୍ତର ଶିକାର ହେଉଥିବାବେଳେ ଅନ୍ୟପଟେ ବାର୍ଡ ଫ୍ଲୁ ଯୋଗୁ କୁକୁଡ଼ା ଚାଷୀ ଗୁରୁତର କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଅଲ ଓଡ଼ିଶା ଲେୟାର ଫାର୍ମର୍ସ ଆସୋସିଏଶନ ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର କୁହନ୍ତି, କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେଲେ ରାଜ୍ୟରେ ପ୍ରାୟ ଲୋକେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାକୁ ଭୟ କରନ୍ତି। ଏପର୍ଯ୍ୟନ୍ତ ଯେତେଥର ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେଥିରେ କୌଣସି କାଜୁଆଲଟି ହୋଇନାହିଁ। ଭାରତରେ ଯେଉଁ ରୋଷେଇ ପ୍ରଣାଳୀ ରହିଛି ସେଥିରେ କୌଣସି ଡିସ୍‌ ୪୦/୫୦ ଡିଗ୍ରୀ ତାପମାତ୍ରା ତଳକୁ ପ୍ରସ୍ତୁତ ହେଉନାହିଁ। ଯେତେବେଳେ ବି ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି, ତାହା କିଛି ସମୟ ପାଇଁ ହେଉଛି। ସେ ସମୟରେ ତାକୁ ରୋକିବା ପାଇଁ ପ୍ରାକ୍‌ ସାବଧାନତା ଆପଣାଯାଉଛି। କିନ୍ତୁ ଲୋକମାନଙ୍କ ଏ ଦିଗରେ ଜ୍ଞାନ ନାହିଁ। ସଚେତନତା ଅଭାବରୁ ଲୋକେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାକୁ ଭୟ କରୁଛନ୍ତି। ଏହାଛଡ଼ା ବାର୍ଡ ଫ୍ଳୁ ହେଲେ ସୋସିଆଲ ମିଡିଆରେ ଏଭଳି ପ୍ରଚାର ହେଉଛି ଯେ, ଲୋକେ ଖାଇବାକୁ ଡରୁଛନ୍ତି। ସର୍ବୋପରି କହିବାକୁ ଗଲେ ବାର୍ଡ ଫ୍ଲୁ ସମୟରେ ଆମର ବହୁତ କ୍ଷତି ହୋଇଥାଏ। ଲୋକଙ୍କୁ ସଚେତନ କରିବା ପାଇଁ ଆମ ସଂଘ ପକ୍ଷରୁ ଚେଷ୍ଟା କରାଯାଉଛି। ନିକଟରେ ସଂଘ ପକ୍ଷରୁ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁରେ ମାଗଣାରେ କୁକୁଡ଼ା ମାଂସ ଓ ଅଣ୍ଡା ଦିଆଯାଇଥିଲା। ଲୋକଙ୍କ ମନରୁ ଏହି ଭୟ ଦୂର ହୋଇଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri