Categories: ଜାତୀୟ

ରାଜ୍ୟପାଳଙ୍କୁ ଭେଟିବାକୁ ଗଲେ ୟେଦୁରପ୍ପା, ଆଜି ନେଇପାରନ୍ତି ଶପଥ

ବେଙ୍ଗାଲୁରୁ, ୨୬।୭: କର୍ନାଟକରେ ଏଚଡି କୁମାରସ୍ବାମୀ ସରକାର ଭାଙ୍ଗିବା ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାଜପା ନେତା ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇପାରନ୍ତି। ଶୁକ୍ରବାର ସକାଳ ୧୦ରେ ସେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ସେ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ଆଜି ଶପଥ ନେବା ପାଇଁ ଅପିଲ୍‌ କରିବେ। ମଧ୍ୟାହ୍ନ ୧୨.୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଜଣାପଡିଛି।  ସୂଚନାଯୋଗ୍ୟ, ମଙ୍ଗଳବାର କର୍ନାଟକ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ଜେଡିଏସ-କଂଗ୍ରେସ ମେଣ୍ଟକୁ ୯୯ ଓ ବିଜେପିକୁ ୧୦୫ ଜଣ ବିଧାୟକ ସମର୍ଥନ କରିଥିଲେ

Share