Categories: ଜାତୀୟ

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ଫଡ୍‌ନବିସ

ମୁମ୍ବାଇ,୨୬।୧୧: ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମଙ୍ଗଳବାର ଘୋଷଣା କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ। ଏହାପରେ ସେ ସନ୍ଧ୍ୟାରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୮୦ ଘଣ୍ଟା ବି ମୁଖ୍ୟମନ୍ତ୍ରୀ ଆସନରେ ଦ୍ୱିତୀୟ ଥର ଲାଗି ବସି ପାରିଲେନି ଫଡ୍‌ନବିସ। ନାଟକୀୟ ଢଙ୍ଗରେ ଗତ ଶନିବାର ସକାଳ ପ୍ରାୟ ୮ଟା ୧୫ରେ ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଫଡ୍‌ନବିସ। ହେଲେ ଯେଉଁ ଏନ୍‌ସିପି ସହ ମେଣ୍ଟ କରି ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ଶେଷରେ ସେ ଦଳ ତାଙ୍କ ହାତ ଛାଡିଦେଇଥିଲା। ଅର୍ଥାତ୍‌ ସୁପ୍ରିମକୋର୍ଟଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣ ସମ୍ପର୍କିତ ରାୟ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ୍‌ସିପି ନେତା ଅଜିତ ପାଓ୍ବାର। ଆଉ ଏହାପରେ ନିରୁପାୟ ହୋଇ ଫଡ୍‌ନବିସ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Share