ରାଜ୍ୟଗୁଡିକର ଦାବି; ୩ ବର୍ଷ ବଢୁ ଜିଏସ୍‌ଟି ସେସ୍‌

ନୂଆଦିଲ୍ଲୀ,୧୫-୯: ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ରାଜସ୍ବ କ୍ଷତି ସହୁଥିବା ଅଧିକାଂଶ ରାଜ୍ୟ ଜିଏସ୍‌ଟି ସେସ୍‌ ବଢାଇବା ଲାଗି ଦାବି କରୁଛନ୍ତି। ଏହାକୁ ଆଉ ୩ ବର୍ଷ ବଢାଇବା ଲାଗି ଦାବି ହେଉଥିବା ପଞ୍ଚଦଶ ଅର୍ଥକମିଶନ ଅଧ୍ୟକ୍ଷ ଏନ୍‌.କେ.ସିଂ ଶନିବାର କହିଛନ୍ତି। ଅଟୋମୋବାଇଲ,ମୃଦୁପାନୀୟ, କୋଇଲା, ତମ୍ବାଖୁ, ପାନ ମସଲା ଭଳି କ୍ଷେତ୍ରରେ ଏହି ସେସ୍‌ ଲାଗୁ ହେଉଛି। ଯେଉଁ ରାଜ୍ୟଗୁଡିକର ବାର୍ଷିକ ରାଜସ୍ବ ଆଦାୟ ୧୪% ହାରରେ ବଢୁ ନାହିଁ ଉକ୍ତ କ୍ଷେତ୍ରରେ କ୍ଷତିପୂରଣ ଦେବାକୁ ୨୦୧୭ରେ ଜିଏସ୍‌ଟି ଲାଗୁ କରିବା ବେଳେ କେନ୍ଦ୍ର ସରକାର କହିଥିଲେ। ପଞ୍ଚଦଶ ଅର୍ଥ କମିଶନ କାର୍ଯ୍ୟ ଲାଗି ଭେଟିଥିବା ଅଧିକାଂଶ ରାଜ୍ୟ ଜିଏସ୍‌ଟି ସେସ୍‌ ବଢାଇବା ଲାଗି ଇଛୁକ ଥିବା ସିଂ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଜିଏସ୍‌ଟି ହ୍ରାସ ଲାଗି ଅଧିକାଂଶ ଶିଳ୍ପ ସଂସ୍ଥା ଦାବି କରୁଛନ୍ତି। ଏହା ହେଲେ ଚାହିଦା ବଢିବା ଦିଗରେ ସହାୟକ ହେବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ସିଂଙ୍କର ଏହି ମନ୍ତବ୍ୟ ଶିଳ୍ପ ସଂସ୍ଥାଜଗତ ପାଇଁ କଣ ରହିବ ତାହା ଦେଖିବାକୁ ବାକି ରହିଲା। ସିଂ ଜିଏସ୍‌ଟି ପରିଷଦକୁ ଆସନ୍ତା ସପ୍ତାହରେ ଭେଟିବେ। ଏଠାରେ ଜିଏସ୍‌ଟି ଟିକସ ହାର ନିର୍ଦ୍ଧାରଣ ନେଇ ବିଭିନ୍ନ ନିଷ୍ପତ୍ତି ହେବ ବୋଲି ସେ ଆଶା ରଖିଛନ୍ତି। ବର୍ତ୍ତମାନର ୪ ଟିକସ ହାର ପରିବର୍ତ୍ତେ ୧୨% ଏବଂ ୧୮% ଷ୍ଟାଣ୍ଡାର୍ଡ ଟିକସ ହାର ସମ୍ପର୍କରେ ସରକାର ପୂର୍ବରୁ ତାଙ୍କ ଆଭିମୁଖ୍ୟ ଜଣାଇଛନ୍ତି। ଆଗାମୀ ଦିନରେ ଟିକସ ସ୍ଲାବ କମିବ ବୋଲି ଶୁଣାଯାଉଛି। ଜିଏସ୍‌ଟି ବ୍ୟବସ୍ଥାରେ ବିଭିନ୍ନ ଅସୁବିଧା ଯୋଗୁ ସରକାରଙ୍କ ରାଜସ୍ବ କମୁଥିବା ଟିକସ ବିଶେଷଜ୍ଞମାନେ ଏନ୍‌କେ ସିଂଙ୍କ ସହ ଆଲୋଚନା ପରେ ସୂଚନା ଦେଇଛନ୍ତି। ଏହାବାଦ ଜିଡ଼ିପି ଅଭିବୃଦ୍ଧି ସର୍ବନିମ୍ନ ସ୍ତରରେ ଥିବା ବେଳେ ରାଜ୍ୟଗୁଡିକ କିଭଳି ରାଜସ୍ବ ସଂଗ୍ରହର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜିଡ଼ିପି ଅଭିବୃଦ୍ଧି ଉନ୍ନତ ଥିବା ବେଳେ ସରକାର ଏଭଳି ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri