Categories: ବାଣିଜ୍ୟ

ରାଜ୍ୟଗୁଡ଼ିକୁ ମିଳିଲା ୬,୧୯୫ କୋଟି

ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସରକାର ବୁଧବାର ରାଜ୍ୟଗୁଡିକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡିକର ଅଂଶ ବାଦ୍‌ ରାଜସ୍ବ କ୍ଷତି ଅନୁଦାନ ବାବଦରେ ୧୪ ରାଜ୍ୟକୁ ଏଭଳି ଅର୍ଥ ପ୍ରଦାନ କରାଯାଇଛି। ରାଜ୍ୟଗୁଡିକ ସହୁଥିବା ରାଜସ୍ବ କ୍ଷତିକୁ ବିଚାର କରି ଅର୍ଥ ଆୟୋଗର ସୁପାରିସ ଆଧାରରେ ଏଭଳି ଅର୍ଥ ରାଶି ପ୍ରଦାନ ବ୍ୟବସ୍ଥା ସରକାର କରିଛନ୍ତି। ୧୦ ଜୁନ୍‌ରେ ଏଭଳି ଅର୍ଥ ରାଶି ୧୪ ରାଜ୍ୟକୁ ପ୍ରଦାନ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ବର୍ତ୍ତମାନ ତୃତୀୟ ମାସିକ କିସ୍ତି ସରକାର ପ୍ରଦାନ କରିଛନ୍ତି। କରୋନା ଲଢେଇ ଲାଗି ଏହି ଅର୍ଥ ରାଜ୍ୟଗୁଡିକର କାମରେ ଆସିବ ବୋଲି କହିଛନ୍ତି। ଏହା ପୂର୍ବରୁ ୩ ଏପ୍ରିଲ ଏବଂ ୧୧ ମେ’ରେ ରାଜ୍ୟଗୁଡିକୁ ଅର୍ଥ ରାଶି ପ୍ରଦାନ କରାଯାଇଛି।

Share