Categories: ବାଣିଜ୍ୟ

ରାଜ୍ୟଗୁଡ଼ିକର ଋଣ ୯୧%କୁ ବୃଦ୍ଧି

ମୁମ୍ବାଇ,୨୬-୫: ଆର୍ଥିକ ବର୍ଷ ୨୦୧୮-୧୯ରେ ନିଜର ବିତ୍ତୀୟ ନିଅଣ୍ଟକୁ କମାଇବାକୁ ଯାଇ ରାଜ୍ୟଗୁଡ଼ିକର ବଜାର ଋଣ ୯୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। କେୟାର ରେଟିଙ୍ଗ୍‌ସର ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗତ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ବଜେଟୀୟ ରାଜସ୍ବ ନିଅଣ୍ଟ ପରିମାଣ ପ୍ରାୟ ୨.୫% ଅର୍ଥାତ୍‌ ୪,୮୬,୫୦୦ କୋଟି ଟଙ୍କା ରହିଛି। ଏହି ଅବଧିରେ ରାଜ୍ୟଗୁଡ଼ିକର ବଜାର ଋଣ ପରିମାଣ ୪,୪୦,୭୦୦ କୋଟି ଟଙ୍କା ହୋଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ରାଜସ୍ବ ନିଅଣ୍ଟ ୫,୧୪,୩୦୦ କୋଟି ଓ ବଜାର ଋଣ ୩,୮୫,୦୦୦ କୋଟି ଟଙ୍କା ଥିଲା। ସେହିବର୍ଷ ବଜାର ଋଣ ପରିମାଣ ୭୫% ଥିଲା। ରିପୋର୍ଟ ଅନୁଯାୟୀ, ରାଜ୍ୟଗୁଡ଼ିକର ସଂଶୋଧିତ ବଜାର ଋଣ ୨୦୧୮-୧୯ରେ ୪,୭୮,୦୦୦ କୋଟି ଟଙ୍କା ରହିବ ବୋଲି ଅନୁମାନ କରାଯାଇଛି।

Share