Categories: ବାଣିଜ୍ୟ

ରାଜୀବ ମେହେଟା ମାଇଣ୍ଡଟ୍ରି ସିଇଓ

ନୂଆଦିଲ୍ଲୀ,୧।୮: ପୂର୍ବତନ କଗ୍‌ନିଜାଣ୍ଟ ପ୍ରେସିଡେଣ୍ଟ ରାଜୀବ ମେହେଟା ମାଇଣ୍ଡଟ୍ରିର ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀର ସହ ପ୍ରତିଷ୍ଠାତା ତଥା ସିଇଓ ରୋଷ୍ଟୋ ରାବଣନ୍‌ଙ୍କ ଇସ୍ତଫା ପରେ ଏହି ପଦଟି ଖାଲି ପଡିଥିଲା। ଏଲ୍‌ ଆଣ୍ଡ ଟି ୬୦% ଅଂଶଧନ କିଣି ନେବା ପରେ ମାଇଣ୍ଡଟ୍ରିକୁ ଅକ୍ତିଆର କରିଛି। ଶୁକ୍ରବାର ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ସୂଚନାଥାଉ କି, କଗ୍‌ନିଜାଣ୍ଟରେ ପ୍ରାୟ ଦୁଇ ଦଶକ ଧରି ମେହେଟା କାର୍ଯ୍ୟ କରିଛନ୍ତି ଏବଂ ତାଙ୍କର ପୂର୍ବତନ ସିଇଓ ଫ୍ରାନ୍ସିସକୋ ଡି’ସୁଜାଙ୍କ କୋର୍‌ ଟିମ୍‌ ସହ କାମ କରିବାର ଅଭିଜ୍ଞତା ରହିଛି।

Share