ରାଜା ବେଶରେ ସଜ୍ଜିତ ୩ ଠାକୁର

ଆରଡି, ୭।୫, (ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ଜଗନ୍ନାଥ ମନ୍ଦିରରେ ଗୁରୁବାର ଚନ୍ଦନ ପୂର୍ଣ୍ଣିମାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏଠାରେ ପୂଜା ପାଉଥିବା ୩ ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରାଜା ବେଶରେ ସଜ୍ଜିତ କରାଯାଇଥିବା ନେଇ ସେବାୟତ ତପନ ପାଢୀ ସୂଚନା ଦେଇଛନ୍ତି। ଏହି ବେଶ ବର୍ଷକରେ ଥରେ ଅନୁଷ୍ଠିତ ହୋଇଥାଏ। ତେବେ କରୋନା କଟକଣା ଯୋଗୁ ଚଳିତ ବର୍ଷ ଭକ୍ତମାନେ ୩ ଠାକୁରଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।