ରାଜସ୍ବ ଆଦାୟ ନେଇ ବିଏମ୍‌ସିର କଡ଼ା ଆଭିମୁଖ୍ୟ: ରାଜସ୍ବ ଆଦାୟ କରି ନ ପାରିଲେ ବେତନ ହେବ ବନ୍ଦ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ରାଜସ୍ବ ଆଦାୟ ସନ୍ତୋଷଜନକ ନ ହେଲେ କର୍ମଚାରୀଙ୍କ ବେତନ ବନ୍ଦ ହେବ। ରାଜସ୍ବ ଆଦାୟ ନେଇ ଏପରି କଡ଼ା ଆଭିମୁଖ୍ୟ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ରାଜସ୍ବ ଆଦାୟରେ ରହିଥିବା ନୀତିନିୟମ, ସମୟ, ଆକଳନ ବ୍ୟବସ୍ଥା ଏବଂ ସର୍ବୋପରି ଆଦାୟ ଦାୟିତ୍ୱ ନ୍ୟସ୍ତ ରହିଥିବା କର୍ମଚାରୀ ଓ ଅଧିକାରୀଙ୍କ ତପତ୍ରତାକୁ ଗୁରୁତ୍ୱ ଦେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏହା କହିଛନ୍ତି। ବିଏମ୍‌ସି କମିଶନର ଚୌଧାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜସ୍ବ ଆଦାୟ ଜନିତ ସମୀକ୍ଷା ବୈଠକରେ କେତେକ ଦୃଢ ନିଷ୍ପତ୍ତି ନିଆଯାଇଥିବା ଗୁରୁବାର ବିଏମ୍‌ସି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ରାଜସ୍ବ ଆଦାୟରେ ସମ୍ପୃକ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ରାଜସ୍ବ ଆଦାୟରେ ସମୟାନୁବର୍ତ୍ତିତା, ସ୍ବଚ୍ଛତା ରଖିବାକୁ ବାରମ୍ବାର ଚେତାବନୀ ଦିଆଯାଇଥିଲା। ଏତେ ସତ୍ତ୍ୱେ ରାଜସ୍ବ ଆଦାୟ ଆଶା ତଥା ଲକ୍ଷ୍ୟ ମୁତାବକ ହେଉନାହିଁ। ପୁନଃ ଆକଳନ ତଥା ନୂଆ ଆକଳନରେ କାର୍ଯ୍ୟକାରିତା ଦୃଷ୍ଟାନ୍ତଯୋଗ୍ୟ ହେଉନାହିଁ। ଫଳରେ ବିଏମ୍‌ସି ପକ୍ଷରୁ ଏପରି ସ୍ବତନ୍ତ୍ର ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କମିଶନର ଚୌଧାରୀ କହିଛନ୍ତି। ତେଣୁ ରାଜସ୍ବ ଆଦାୟରେ ସମ୍ପୃକ୍ତ ୱାର୍ଡ ଅଫିସର ଏବଂ ୱାର୍ଡ ସୁପରଭାଇଜରଙ୍କର ଦୈନିକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷାରେ ନୂଆ ଆକଳନ, ରାଜସ୍ବ ଆଦାୟ ଏବଂ ଅନ୍‌ଲାଇନ୍‌ ଏଣ୍ଟ୍ରିକୁ ବିଚାରକୁ ନିଆଯିବ। ଦାୟିତ୍ୱରେ ଥିବା ୱାର୍ଡ ଅଫିସର ଏହା ସତ୍ତ୍ୱେ ଯଦି ନିଜର କାର୍ଯ୍ୟକାରିତା ପ୍ରମାଣ କରି ନ ପାରନ୍ତି ଏବଂ ତାଙ୍କର ରାଜସ୍ବ ଆଦାୟ ସନ୍ତୋଷଜନକ ନ ହୁଏ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫେବୃୟାରୀ ଓ ମାର୍ଚ୍ଚରେ ସେମାନଙ୍କ ବେତନ ବନ୍ଦ ହେବ ବୋଲି ଚେତାଇ ଦିଆଯାଇଛି।
ସେହିପରି କେନ୍ଦ୍ର ଓ ରାଜ ସରକାର ଗୃହଗୁଡ଼ିକର ବକେୟା ବାବଦରେ ଆଲୋଚନା କରାଯାଇ ଏହାର ତୁରନ୍ତ ବିବରଣୀ ଦେବାକୁ ସମସ୍ତ ଜୋନାଲ୍‌ ଡେପୁଟି କମିଶନର ଏବଂ ଡେପୁଟି କମିଶନର ରାଜସ୍ବଙ୍କୁ କୁହାଯାଇଛି। ଏହା ସାଙ୍ଗକୁ ସମସ୍ତ ବ୍ୟବସାୟିକ, ରେଣ୍ଟାଲ୍‌ ଏବଂ ବଡ଼ ଆପାର୍ଟମେଣ୍ଟର ପରିସରକୁ ପୁଣି ଆକଳନ କରି ଯଥାଶୀଘ୍ର ବକେୟା ରାଜସ୍ବ ଆଦାୟ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଏ ପ୍ଲାନ୍‌ ଅନୁମୋଦନ ଆଧାରରେ ସମସ୍ତ ଚନ୍ଦକା ଏବଂ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଗୃହର ପୁନଃ ଆକଳନ କରି ବକେୟା ଏବଂ ବର୍ତ୍ତମାନର ଟିକସ ପରିମାଣକୁ ସ୍ଥିର କରିବାକୁ କୁହାଯାଇଛି। ଅନୁରୂପ ଭାବେ ଇନ୍ଦ୍ରଧନୁ ମାର୍କେଟର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ଗୁରୁତ୍ୱ ଦିଆଯିବା ସହ ବକେୟା ଆଦାୟ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷେ, ପ୍ରପର୍ଟି ଡେଭେଲପରଙ୍କର ଏନ୍‌ଓସି ବାବଦକୁ ବିଏମ୍‌ସିକୁ ପ୍ରାୟ ୩୦ କୋଟି ଟଙ୍କା ଦେବାକୁ ଥିବାବେଳେ ଏନ୍‌ଓସି ଶୁଳ୍କ ନ ଦେଇ ଉକ୍ତ ବିଲ୍‌ଡରମାନେ ଘର ବିକ୍ରି କରିଥିବା ବିଏମ୍‌ସି ନଜରକୁ ଆସିଛି। ଏଥିପାଇଁ ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଭାବେ ଉକ୍ତ ବିଲ୍‌ଡରମାନେ ବିକ୍ରି କରି ଦେଇଥିବା ଘରକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କଲ୍ୟାଣ ମଣ୍ଡପଗୁଡିକ ଆବଶ୍ୟକତା ଅନୁଯାୟୀ ଆଇନଗତ ବ୍ୟବସ୍ଥାକୁ ପୂରଣ କରି ନ ଥିଲେ ସେମାନଙ୍କୁ ଟ୍ରେଡ ଲାଇସେନ୍ସ ନ ଦେବାକୁ ଜୋନାଲ୍‌ କମିଶନରଙ୍କୁ କୁହାଯାଇଛି। ଅନ୍ୟପକ୍ଷେ ବିଏମ୍‌ସି ଅଧୀନରେ କାର୍ଯ୍ୟରତ ‘ମିଶ୍‌ ସରକାର’ ଯିଏ କି ନାଗରିକଙ୍କ ଟ୍ରେଡ ଲାଇସେନ୍ସ କରାଇବା ସହ ଲାଇସେନ୍ସ ଫି ଆଦାୟ କରେ ତା’କୁ ସନ୍ତୋଷଜନକ କରାଇବାକୁ ତାଗିଦ୍‌ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଇବା ସହ ରାଜସ୍ବ ଆଦାୟରେ ସ୍ବଚ୍ଛତା ବଜାୟ ରଖିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବେଆଇନ ପାର୍କିଂ ଆଦାୟ କରି ଜେଲ ଗଲେ ୨ ଅଭିଯୁକ୍ତ
ରାଜଧାନୀରେ ବିଭିନ୍ନ ସ୍ଥାନରେ ମାଳମାଳ ଜାଲ ରସିଦ ବଳରେ ପାର୍କିଂ ଆଦାୟ କରାଯାଉଛି। କ୍ୟାପିଟାଲ ଥାନା ଅଞ୍ଚଳରେ ଲୋକମାନଙ୍କୁ ଗାଳିଗୁଲଜ କରି ବଳପୂର୍ବକ ବେଆଇନ ପାର୍କିଂ ଆଦାୟ କରୁଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କେଳାସାହି ବସ୍ତି ଅଞ୍ଚଳରେ ରହୁଥିବା ପ୍ରସନ୍ନଜିତ ଦାସ ଅଧିକାରୀ ଓ ଚନ୍ଦନ ସାହୁ।
ପୋଲିସ ସୂଚନା ମୁତାବକ ୨ ଅଭିଯୁକ୍ତ ଆଉ କିଛି ଯୁବକଙ୍କ ସହ ମିଶି ବେଆଇନ ଭାବେ ଅଶୋକନଗର, ମାର୍କେଟ ବିଲ୍ଡିଂ ଓ ବାପୁଜୀନଗର ଅଞ୍ଚଳରେ ପାର୍କିଂ ଆଦାୟ କରୁଥିଲେ। ଅନେକ ସ୍ଥାନରେ ପାର୍କିଂ ଅବଧି ସରିଯାଇଛି। ବାହାରୁ ନୂଆକରି ଉକ୍ତ ସ୍ଥାନକୁ ଆସୁଥିବା ଲୋକଙ୍କୁ ଡରାଇ ଧମକାଇ ପାର୍କିଂ ଆଦାୟ କରୁଥିଲେ। ବୁଧବାର ଅପରାହ୍ନରେ ଅଶୋକନଗର ଅଞ୍ଚଳରେ ରହୁଥିବା ରାଜକିଶୋର ସାହୁ ତାଙ୍କ ଘର ନିକଟ ଏକ ଜୋତା ଶୋ’ ରୁମ ନିକଟରେ ବାଇକ୍‌ ପାର୍କିଂ କରୁଥିଲେ। ୨ ଅଭିଯୁକ୍ତ ପ୍ରସନ୍ନଜିତ ଓ ଚନ୍ଦନ ତାଙ୍କୁ ବାଇକ ପାର୍କିଂ ନେଇ ରସିଦ ଦେବା ସହ ଟଙ୍କା ଦେୟ ମାଗିଥିଲେ। ମାତ୍ର ରାଜକିଶୋର ଉକ୍ତ ସ୍ଥାନରେ ପାର୍କିଂ ଅବଧି ନ ଥିବା ଜାଣି ତାଙ୍କୁ ପାର୍କିଂ ଦେୟ ଦେଇ ନ ଥିଲେ। ଫଳରେ ୨ ଅଭିଯୁକ୍ତ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରି ଜବରଦସ୍ତ ଦେୟ ମାଗିଥିଲେ। ଏଥିରେ ଅତିଷ୍ଠ ହୋଇ ରାଜକିଶୋର କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୮୪/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବୁଧବାର ୨ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣି ଯାଞ୍ଚ ପରେ ଜାଲ ରସିଦରେ ବଳପୂର୍ବକ ଟଙ୍କା ଆଦାୟ ହେଉଥିବା ଜଣାପଡିଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପଚରା ଉଚରା କରି ଗୁରୁବାର କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ଯିବାକୁ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri