Posted inଖେଳ

ରାଜସ୍ଥାନ କ୍ରିକେଟ ଆସୋସିଏଶନ ଉପରୁ ସସ୍‌ପେଣ୍ଡ ଆଦେଶ ଉଠିଲା

ନୂଆଦିଲ୍ଲୀ, ୮ା୯ (ପି.ଟି.)-ଲୋଧା କମିଟି ଗାଇଡ୍‌ ଲାଇନ୍‌ ଅନୁସାରେ କାର୍ଯ୍ୟ କରୁଥିବା ହୃଦ୍‌ବୋଧ ହେqବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାଜସ୍ଥାନ କ୍ରିକେଟ ଆସୋସିଏଶନ (ଆର୍‌ସିଏ)ଉପରୁ ସସ୍‌ପେଣ୍ଡ ଆଦେଶକୁ ପ୍ରତ୍ୟାହାର କରିନେଇଛି। ଆରସିଏ ଇତିମଧ୍ୟରେ ଏହାର ନୂଆ ସମ୍ବିଧାନ ଗଠନ କରିସାରିଛି। ପ୍ରଶାସକ କମିଟିର ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ବର ୨୮ରେ ଏହାର ନୂତନ କର୍ମକର୍ତ୍ତା ନିର୍ବାଚନ ହେବ। ସୂଚନାଯୋଗ୍ୟ, ୨୦୧୪ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପୂର୍ବତନ ମୁଖ୍ୟ ଲଳିତ ମୋଦି ଆରସିଏ ସଭାପତି ଭାବେ ନିର୍ବାଚିତ ହେବା ପରେ ବିସିସିଆଇ ଆରସିଏକୁ ସସ୍‌ପେଣ୍ଡ କରିଥିଲା। ଖବର ଅନୁସାରେ ଲଳିତ ମୋଦିଙ୍କ ଗୋଷ୍ଠୀର ଯେପରି କେହି ଆରସିଏର କର୍ମକର୍ତ୍ତା ଭାବେ ନିର୍ବାଚିତ ନ ହୁଅନ୍ତି ତାହା ଉପରେ ବିସିସିଆଇ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri