ରାଜସ୍ଥାନରୁ ବସ୍‌ରେ ଫେରୁଛନ୍ତି ଛାତ୍ରୀଛାତ୍ର

ବରଗଡ଼ ଅଫିସ୍‌,୧।୫: ରାଜସ୍ଥାନର କୋଟା ଅନ୍ତର୍ଗତ ଆଲେନ୍‌ ଇନଷ୍ଟିଚ୍ୟୁଟ୍‌ର ଛାତ୍ରୀଛାତ୍ର ଶୁକ୍ରବାର ସ୍ବତନ୍ତ୍ର ବସ୍‌ ଯୋଗେ ବରଗଡ଼ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ଜିଲାର ୧୯ ଏବଂ ଝାରସୁଗୁଡ଼ା ଜିଲାର ୬ ଛାତ୍ରୀଛାତ୍ର ଅଛନ୍ତି । ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ କୋଟା ଜିଲାପାଳଙ୍କ ସହଯୋଗକ୍ରମେ ସେମାନେ ଏଠାକୁ ଫେରୁଛନ୍ତି । ଶନିବାର ସନ୍ଧ୍ୟା ସୁଦ୍ଧା ସେମାବେ ବରଗଡ଼ ପହଞ୍ଚିବେ ବୋଲି ଆଶା କରାଯାଉଛି । ସେମାନଙ୍କ ସହିତ ୨ଜଣ ଅଭିଭାବକ, ୨ଜଣ ଡ୍ରାଇଭର ଏବଂ ଜଣେ କଣ୍ଡକ୍ଟର ମଧ୍ୟ ରହିଛନ୍ତି । ରାୟପୁର ତଥା ବରଗଡ଼-ଛତିଶଗଡ଼ ସୀମାନ୍ତ ଲୁହୁରାଚଟି ଦେଇ ଏହି ବସ୍‌ଟି ବରଗଡ଼ ଆସିବ। ସେମାନେ ପହଞ୍ଚିବା ପରେ ୧୪ଦିନିଆ କ୍ବାରାଣ୍ଟାଇନରେ ରଖାଯିବ ବୋଲି ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।