ରାଜନୈତିକ ବିଜ୍ଞାପନ ବନ୍ଦ କରିବ ଟୁଇଟର୍‌

ନ୍ୟୁୟର୍କ,୧।୧୧:ସୋସିଆଲ ମିଡିଆ ଟୁଇଟର ରାଜନୈତିକ ବିଜ୍ଞାପନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ଏହାର ସିଇଓ ଜାକ୍‌ ଡୋର୍‌ସେ ଘୋଷଣା କରିଛନ୍ତି। ଟୁଇଟର ଜରିଆରେ ବିଶ୍ୱ ସ୍ତରରେ ସମସ୍ତ ରାଜନୈତିକ ବିଜ୍ଞାପନ ବନ୍ଦ କରିବା ଲାଗି ନିଷ୍ପତ୍ତି ହୋଇଛି। ନଭେମ୍ବର ୨୨ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ଏବଂ ବିଶ୍ୱବ୍ୟାପୀ ସମସ୍ତ ନିର୍ବାଚନୀ ଓ ରାଜନୈତିକ ବିଜ୍ଞାପନ ପାଇଁ ଲାଗୁ ହେବ। ଆଗକୁ ବ୍ରିଟେନ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲାବେଳେ ତାହା ପୂର୍ବରୁ ଟୁଇଟର ଏଭଳି ପଦକ୍ଷେପ ନେଇଛି। ପୂର୍ବରୁ ମଧ୍ୟ ଏହି ସଂସ୍ଥା ରାଜନୈତିକ ବିଜ୍ଞାପନ ଉପରେ କେତେକ କଟକଣା ଲଗାଇଥିଲା।
ରାଜନୈତିକ ବାର୍ତ୍ତା ଅନ୍ୟମାନଙ୍କ ପାଖରେ ପହଞ୍ଚତ୍ଥାଏ, ଯେତେବେଳେ ଲୋକେ ଏହି ଆକାଉଣ୍ଟକୁ ଫଲୋ କରନ୍ତି କିମ୍ବା ରିଟୁଇଟ୍‌ କରନ୍ତି। ଏହାକୁ କିଣାଯାଇ ନ ଥାଏ। ପହଞ୍ଚାଇବା ପାଇଁ ଅର୍ଥ ଦେବା ଏଭଳି ନିଷ୍ପତ୍ତିକୁ ଦୂରେଇ ଦେଇଛି ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ବାର୍ତ୍ତା ଲୋକଙ୍କୁ ପ୍ରଭାବିତ କରୁଛି। ଏହି ନିଷ୍ପତ୍ତିକୁ ଅର୍ଥରେ ସାଲିସ କରାଯିବା ଉଚିତ ନୁହେଁ ବୋଲି ଜାକ୍‌ କହିଛନ୍ତି। ୨୦୧୮ରେ ଟୁଇଟର ୩ ନିୟୁତ ଡଲାରରୁ କମ୍‌ ମୂଲ୍ୟର ରାଜନୈତିକ ବିଜ୍ଞାପନ ପାଇଥିଲା ବୋଲି ଏହାର ମୁଖ୍ୟ ଫାଇନାନ୍ସିଆଲ ଅଫିସର ନେଡ୍‌ ସେଗଲ ଟୁଇଟ୍‌ କରିଛନ୍ତି। ରାଜନୈତିକ ନେତାମାନଙ୍କ ମିଥ୍ୟା ବିଜ୍ଞାପନକୁ ଅନୁମତି ଦେଉଥିବା ଫେସ୍‌ବୁକ୍‌ ସମାଲୋଚିତ ହୋଇଛି। ଟୁଇଟର୍‌ର ଏଭଳି ନିଷ୍ପତ୍ତି ଫଳରେ ନେତାଙ୍କ ମିଥ୍ୟା ବିବୃତିର ବିଜ୍ଞାପନ କରୁଥିବା ଫେସ୍‌ବୁକ୍‌ ଉପରେ ଚାପ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri