Posted inଖେଳ

ରାଜନୀତିରେ ଯୋଗଦେବାକୁ ଦୂତୀ ଆଗ୍ରହୀ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ମାତ୍ର ଏଥର କୌଣସି ଖେଳ ପାଇଁ ନୁହେଁ ବରଂ ସେ ରାଜନୀତିରେ ଯୋଗଦେବାକୁ ଆଗ୍ରହୀ ବୋଲି ପ୍ରକାଶ କରି ଚର୍ଚ୍ଚାରେ ରହିଛନ୍ତି। ଏଥିପାଇଁ ସୋସିଆଲ ମିଡିଆର ସହାୟତା ନେଇଛନ୍ତି ଦୂତୀ। ରାଜନୀତିରେ ଯୋଗଦେବା ମୋ ପିଲାଦିନର ସ୍ବପ୍ନ। ମୋ ପରିବାର ତ୍ରୁଣମୂଳସ୍ତରରେ ରାଜନୀତି ସହ ସମ୍ପୃକ୍ତ। ମୋ ମା’ ସରପଞ୍ଚ ପ୍ରାର୍ଥୀ ଥିଲେ ବୋଲି ଟୁଇଟ୍‌ କରିଛନ୍ତି ଦୂତୀ। ନିଜ ଫେସ୍‌ବୁକ୍‌ରେ ମଧ୍ୟ ସମାନ କଥା ପୋଷ୍ଟ କହିଛନ୍ତି ଭାରତର ଏହି ଦ୍ରୁତତମ ଧାବିକା। ”ଭବିଷ୍ୟତରେ ସୁଯୋଗ ପାଇଲେ ମୁଁ ରାଜନୀତିରେ ଯୋଗଦେବାକୁ ଚାହେଁ, ରାଜନୀତିକୁ ଆସିବା ମୋର ଦୀର୍ଘଦିନର ସ୍ବପ୍ନ। ମୋତେ ଏବେ ୨୩ ବର୍ଷ। ରାଜନୀତିକୁ ଆସିଲେ ଯେ ଖେଳ କ୍ୟାରିୟର ନଷ୍ଟ ହେବ ଏଥିରେ ମୁଁ ବିଶ୍ୱାସ କରେନି। ଦକ୍ଷତା ଥିଲେ ଏକସଙ୍ଗେ ଅନେକ କାର୍ଯ୍ୟ କରିହେବ। ରାଜନୀତିରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ପକ୍ଷରୁ ଅଫର ପାଇନି। ଯଦି ମୋତେ ଅଫର ମିଳେ ତେବେ ନିଶ୍ଚିତ ସେ ସମ୍ପର୍କରେ ଚିନ୍ତା କରିବି। ତେବେ ବର୍ତ୍ତମାନ ମୁଁ ଆସନ୍ତା ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଉପରେ ଫୋକସ କରୁଛି“ ବୋଲି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି। ରାଜନୀତିରେ ଯୋଗଦେଲେ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକୁ ସେ ପ୍ରାଥମିକତା ଦେବେ ବୋଲି ଦୂତୀ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ହାଇପରଆଣ୍ଡ୍ରୋଜେନିଜମ୍‌ ପାଇଁ ୨୦୧୪ରେ ଆଥଲେଟିକ୍‌ ଫେଡେରେଶନ ଅଫ ଇଣ୍ଡିଆ(ଏଏଫଆଇ) ଦୂତୀଙ୍କୁ ବାସନ୍ଦ କରିଥିଲା। ମାତ୍ର କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ(କାସ୍‌)ରେ ବିଜୟୀ ହୋଇ ସେ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତ ବର୍ଷ ସେ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତିବା ସହ ଚଳିତବର୍ଷ ଜୁଲାଇରେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍‌ଭାବେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ସେ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ପ୍ରକାଶ କରି ଚର୍ଚ୍ଚାର ଶିରୋନାମାରେ ରହିଥିଲେ। ଦୋହାରେ ଚଳିତମାସ ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ପାଇଁ ଦୂତୀ ଏବେ କଳିଙ୍ଗ ଷ୍ଟାଡିୟମ ସିନ୍ଥେଟିକ୍‌ ଟ୍ରାକ୍‌ରେ ରାତିରେ ଅଭ୍ୟାସ କରୁଛନ୍ତି। ମଙ୍ଗଳବାର ସେ ହାଇଦ୍ରାବାଦ ଯିବେ ଏବଂ ସେଠାରୁ ଦୋହା ଯାତ୍ରା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri