ରାଜଧାନୀରେ ୪ଟି ବର୍ଗରେ ହେବ ନମୁନା ପରୀକ୍ଷଣ, ସହଯୋଗ ନ କଲେ ହସ୍ତକ୍ଷେପ କରିବ ପୋଲିସ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ୬୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରୁ ୪୬ଜଣ ରହିଛନ୍ତି। ଏହାକୁ ନେଇ ଭୁବନେଶ୍ୱରକୁ ହଟ୍‌ସ୍ପଟ୍‌ କୁହାଯାଉଛି। ଆଗାମୀ ଦିନରେ କରୋନାର ଚିତ୍ର ସ୍ପଷ୍ଟ କରିବା ଲାଗି ନମୂନା ପରୀକ୍ଷଣକୁ ଅଧିକ କରାଯିବ। ୭ଦିନ ମଧ୍ୟରେ ୫,୦୦୦ ନମୁନା ପରୀକ୍ଷଣର ଲକ୍ଷ୍ୟ ରଖାଯାଇଛି। ତେବେକ ୪ଟି କାଟାଗୋରୀ(ବର୍ଗ)ରେ ଲୋକଙ୍କୁ ଚୟନ କରାଯାଇ ନମୁନା ସଂଗ୍ରହ କରାଯିବ। ଏହାନୁଯାୟୀ ପରୀକ୍ଷଣ ମଧ୍ୟ କରାଯିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି। ବିଶେଷକରି ଟ୍ରାଭେଲ୍‌ ହିଷ୍ଟ୍ରୀ ଥିବା ଲୋକ, ଲକ୍ଷଣ ଥିବା ଲୋକ, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପରିମଳ କର୍ମଚାରୀଙ୍କ ସାମ୍ପୁଲ ଟେଷ୍ଟ ହେବ। ସେହିଭଳି ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ। ପରେ ସାଧାରଣଲୋକଙ୍କ ପରୀକ୍ଷା କରାଯିବ।

୧ମ ବର୍ଗ: ଦେଶ/ରାଜ୍ୟ ବାହାରକୁ ଯାଇଥିବା ବ୍ୟକ୍ତିବିଶେଷ, କରୋନା ପଜିଟିଭ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ତଥା ସ୍ବାସ୍ଥ୍ୟକର୍ମୀ, ଥଣ୍ଡା ଅଥବା ସର୍ଦ୍ଦିର ଲକ୍ଷଣ ଥିବା ଲୋକ, ହଟ୍‌ସ୍ପର୍ଟରୁ ଆସିଛନ୍ତି, ସାମାଜିକ ଦୂରତ୍ୱ ରକ୍ଷା କରିପାରୁ ନ ଥିବା ବସ୍ତି ବାସିନ୍ଦା।

୨ୟ: ସ୍ବାସ୍ଥ୍ୟକର୍ମୀ ଏବଂ କୋଭିଡ ଡାକ୍ତରଖାନାରେ କାମ କରୁଥିବା ସମସ୍ତ କର୍ମଚାରୀ

୩ୟ: ବୟସ୍କ(୬୦ ବର୍ଷରୁ ଊର୍ଦ୍ଧ୍ୱ)ଏବଂ ଯାହାର ଅନ୍ୟ ରୋଗ ରହିଛି

୪ର୍ଥ-ସାଧାରଣ ଜନତା

ତେବେ ଏହି ପର୍ଯ୍ୟାୟରେ ଭୁବନେଶ୍ୱରରେ ନମୂନା ପରୀକ୍ଷଣ କରାଯିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଯଦି କେହି ଉପରୋକ୍ତ ବର୍ଗରେ ଆସୁଛନ୍ତି ନଚେତ ଯଦି କାହାକୁ ନମୁନା ଦେବାକୁ କୁହାଗଲା,ତେବେ ତାଙ୍କୁ ଆସିବାକୁ ପଡ଼ିବ। ସାହି, ବସ୍ତିର ଲୋକମାନଙ୍କୁ ଏଥିପାଇଁ ଆଗକୁ ଆସିବାକୁ ପଡ଼ିବ। ସ୍ବତନ୍ତ୍ର କ୍ୟାମ୍ପ ଖୋଲାଗଲେ ନଚେତ ଭ୍ରାମ୍ୟମାଣ ପରୀକ୍ଷଣ ଗାଡ଼ି ପହଞ୍ଚିଲେ ଆସିବାକୁ ନିର୍ଦ୍ଦେଶ ରହିଛି। ଏଯାବତ ହୋଇଥିବା ପରୀକ୍ଷଣର ୨.୪% ଲୋକେ ପଜିଟିଭ୍‌ ଆସିଛନ୍ତି। ସମସ୍ତଙ୍କୁ ୩ଟି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏଣୁ ଯଦି କେହି ପଜିଟିଭ ଆସନ୍ତି, ତାଙ୍କର ଚିକିତ୍ସା କରାଯିବ। ଫଳରେ ପରିବାରର ଅନ୍ୟଲୋକେ ସୁରକ୍ଷିତ ରହିପାରିବେ। ରାଜ୍ୟ ସରକାର ମାଗଣା ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି। ଯଦି କେହି ଏହାକୁ ପାଳନ କରିବେ ନାହିଁ ତେବେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିବ। କାରଣ ଯେତେ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ସେତେ ଶୀଘ୍ର ଜୀବନଜୀବିକା ପୁଣି ଥରେ ଆରମ୍ଭ ହୋଇପାରିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri