ରାଜଧାନୀରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦ା୪(ବ୍ୟୁରୋ)- ରାଜଧାନୀରେ ଲଜ୍ଜା। ବଳାତ୍କାରର ଶିକାର ହୋଇଛନ୍ତି ଜଣେ ୬ ବର୍ଷର ଶିଶୁ କନ୍ୟା। ଶହୀଦନଗର ଥାନାଞ୍ଚଳରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବୀରେନ୍ଦ୍ର ପ୍ରଧାନ(୪୧)। ପୋଲିସ କେସ୍‌ ନଂ.୧୮୪/୧୯, ଦଫା ୩୭୬(ଏବି) ଓ ପୋକ୍‌ସୋ ଆକ୍ଟ ଲଗାଇ ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ଡାକ୍ତରୀମାଇନା ପରେ ପୀଡିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବୀରେନ୍ଦ୍ର ପଥରବନ୍ଧ ବସ୍ତିରେ ରହି ମଜୁରିଆ ଭାବେ କାମ କରନ୍ତି।  ଶିଶୁକନ୍ୟାଙ୍କ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ରୁହନ୍ତି। ଶୁକ୍ରବାର ରାତିରେ ବୀରେନ୍ଦ୍ର ଶିଶୁକନ୍ୟାଙ୍କ ଘରକୁ ଯାଇଥିଲେ। ସେତେବେଳେ ଶିଶୁକନ୍ୟା ଘରେ ଏକୁଟିଆ ଥିବା ଦେଖି କବାଟ ବନ୍ଦ କରି ବଳାତ୍କାର କରିଥିଲେ। ଶିଶୁଟି ଚିତ୍କାର କରିବାରୁ ସେ ପାଟିରେ ହାତଦେଇ ଅମାନୁଷିକ କାଣ୍ଡ ଘଟାଇଥିଲେ। ପରେ ପାଟି ବନ୍ଦ କରି ଚୁପ୍‌ ରହ। କାହାକୁ କହିଲେ ମାରିଦେବାକୁ ଧମକ ଦେଇ ପଳାଇଥିଲେ।  ପରିବାର ଲୋକେ ଘରେ ପହଞ୍ଚତ୍ବା ପରେ ପୀଡିତା ଶିଶୁକନ୍ୟା କାନ୍ଦି କାନ୍ଦି ସବୁ ଘଟଣା ଜଣାଇଥିଲେ।  ଶନିବାର ସକାଳୁ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର: ସାମ୍ନାକୁ ଆସିଲା ଭୟଙ୍କର ଦୁର୍ଘଟଣା ଦୃଶ୍ୟ

ଭୁବନେଶ୍ୱର,୧୪।୨: ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ବ୍ରିଟ କଲୋନୀ ମୁଖ୍ୟ ରାସ୍ତାରେ। ଏଥିରେ ୪ ଆହତ ହୋଇଥିବା ବେଳେ…

ଚାକିରି ଦେବା ନାଁରେ ଠକୁଥିଲେ ମହିଳା ସ୍ବେଚ୍ଛାସେବୀ, କେନ୍ଦୁଝରରୁ ଗିରଫ କଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର,୧୪ା୨: ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହୋଇଛନ୍ତି ଜଣେ ମହିଳା ସ୍ବେଚ୍ଛାସେବୀ। ତାଙ୍କ ନାଁ ସୁରେଶ୍ୱରୀ ଜେନା। ସେ ନିଜକୁ ମହିଳା ସ୍ବେଚ୍ଛାସେବୀ ପରିଚୟ…

୫ ଓଏଏସ୍‌ ଅଧିକାରୀଙ୍କ ବଦଳି: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୧୪ା୨(ରବିନାରାୟଣ ଜେନା):ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ୫ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌-କନିଷ୍ଠ) ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରାପଡ଼ା- ମହାକାଳପଡ଼ାର ପୂର୍ବତନ ବିଡିଓ ସୌମ୍ୟାଶ୍ରୀ…

କାହାକୁ ପଠାଯିବ ରାଜ୍ୟ ସଭା, ତୋମାର କହିଲେ…

ଭୁବନେଶ୍ୱର, ୧୪।୨(ସୁନିତ୍‌ ମିଶ୍ର): ୨୦୨୬ ଏପ୍ରିଲରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନରୁ ୩ଟି ଭାଜପା ଦଖଲ କରିବ। ସେଥିପାଇଁ ରଣନୀତି ପ୍ରସ୍ତୁତ ସରିଛି।…

ଅରବିନ୍ଦ ମହାପାତ୍ରଙ୍କ ବିସ୍ଫୋରକ ବୟାନ: ମୁଁ ଏବେ ସ୍ବାଧୀନ, ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେଖି…

ଭୁବନେଶ୍ୱର,୧୩ା୨: ସସ୍‌ପେଣ୍ଡକୁ ନେଇ ଆଜି ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିରୁ ବିତାଡ଼ିତ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ସେ ଆଜି ପୁଣି ସେହି…

ଠପ୍‌ ହୋଇଯିବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୧୩ା୨: ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri