ରାଜଧାନୀରେ ଜମି ମାଫିଆଙ୍କ ଗୁଣ୍ଡାରାଜ: ବନ୍ଧୁକ ଦେଖାଇ ମାଡ଼ମାରି ନେଲେ ଦସ୍ତଖତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜଧାନୀରେ ଜମି ମାଫିଆ ଓ ଦଲାଲଙ୍କ ଗୁଣ୍ଡାଗିରି ଦିନକୁ ଦିନ ବଢ଼ି ଚାଲିଛି। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଜମି କବ୍‌ଜା କରୁଛନ୍ତି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଜଣେ ଜମି ମାଲିକଙ୍କୁ ଜମି ମାଫିଆମାନେ ଉଠାଇ ନେବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ସାଦା କାଗଜରେ ଦସ୍ତଖତ କରିଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରୁ ନ ଥିବାରୁ ସେମାନେ ଧମକ ଦେଉଛନ୍ତି। ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜମି ମାଲିକ ଶିବ ପ୍ରସାଦ ସାମଲ କହିବା ସହ ସୁରକ୍ଷା ଲୋଡ଼ିଛନ୍ତି।
ପୁରୀ ବାଇପାସ୍‌ର ପାଣ୍ଡରା ଅଞ୍ଚଳରେ ଶିବ ପ୍ରସାଦଙ୍କର ଏକ ଜମି ରହିଛି। ଏହା ନିକଟରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଜାଗା ରହିଛି। ଉକ୍ତ ବ୍ୟକ୍ତିଙ୍କ ଜମିକୁ ରାସ୍ତା ନ ଥିବାରୁ ଶିବ ପ୍ରସାଦଙ୍କୁ ଜମି ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି। କିନ୍ତୁ ଜମି କବ୍‌ଜା ପାଇଁ ସେ କେତେଜଣ ଜମି ମାଫିଅ ଓ ଦଲାଲଙ୍କୁ ଲଗାଇଛନ୍ତି। ସେପ୍ଟେମ୍ବର ୨୨ରେ ଜମି ଦଲାଲମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ। ସର୍ତ୍ତରେ ରାଜି ନ ହେବାରୁ ସେମାନେ ଶିବ ପ୍ରସାଦଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ପିଟି ରକ୍ତାକ୍ତ କରିଦେଇଥିଲେ। ଏହି ସମୟରେ ଏକ ସାଦା କୋର୍ଟ ପେପରରେ ତାଙ୍କର ଦସ୍ତଖତ ନେଇଯାଇଥିଲେ। ଏଥିସହ ନାନା ଧମକ ଦେଇ ଘଟଣା ସଂକ୍ରାନ୍ତରେ କାହାକୁ କହିଲେ ୟାଠାରୁ ଭୟଙ୍କର ପରିସ୍ଥିତି ହେବ ବୋଲି କହି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରି ଘରେ ଛାଡ଼ିଥିଲେ। ଶିବ ସୁସ୍ଥ ହେବାପରେ ସେହିମାସ ୨୬ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୧୨/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନି। ଏ ନେଇ ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ କହିଛନ୍ତି, ଅଭିଯୋଗକାରୀଙ୍କୁ ପୋଲିସ ସମସ୍ତ ସୁରକ୍ଷା ଦେଉଛି। ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri