ରାଜଧାନୀରେ ଜମି ଦେବାକୁ କହି ୬୫ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ, ୨୯।୫ – ରାଜଧାନୀ ଭୁବନେଶ୍ୱରରେ ଜମି ଦେବାକୁ କହି ଭଦ୍ରକର ଜଣେ ବ୍ୟବସାୟୀଙ୍କଠାରୁ ୬୫ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଠକେଇ କାରବାରର ମୁଖ୍ୟ ଅଭିଯୁକ୍ତ ତିହିଡ଼ି ଆରସା ଗ୍ରାମର ଦେବୀପ୍ରସାଦ ପଣ୍ଡା ଓରଫ୍‌ ବାପିଙ୍କୁ ଟାଉନ ଥାନା ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଅନ୍ୟ ୩ ଜଣ ଅଭିଯୁକ୍ତ ଥିବା ପୋଲିସ ସୂଚନା ଦେଇଛି।
ଠକେଇର ଶିକାର ହୋଇଥିବା ବ୍ୟବସାୟୀ ହେଲେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ନିବାସୀ ପୂର୍ଣ୍ଣଚନ୍ଦ୍ର ସାହୁ। ଭୁବନେଶ୍ୱରର ପାଣ୍ଡରାରେ ଏକ ୧୬ ଡିସିମିଲ ପରିମିତ ପ୍ଲଟ କିଣିବାକୁ ଗ୍ରାମାଞ୍ଚଳ ଥାନା ଅଧୀନ ବହୁଦରଡା ଗ୍ରାମର ପ୍ରକାଶ ମହାପାତ୍ର ତାଙ୍କୁ ପ୍ରବର୍ତ୍ତାଇଥିଲେ। ପ୍ରକାଶ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେବୀପ୍ରସାଦଙ୍କ ସହିତ ଭେଟ କରାଇଥିଲେ। ଦେବୀପ୍ରସାଦଙ୍କ ଭଉଣୀ ହେମଲତା ତ୍ରିପାଠୀଙ୍କ ନାମରେ ଉକ୍ତ ଜମି ଥିଲା। ଯାହାକୁ ହେମଲତା ଦେବୀପ୍ରସାଦଙ୍କ ସ୍ତ୍ରୀ ନିରୁପମାଙ୍କ ନାମରେ ବିକ୍ରି କବଲା କରିଥିଲେ। ଦଲାଲଙ୍କ ଉପସ୍ଥିତିରେ ଉକ୍ତ ଜମିର ବିକ୍ରିମୂଲ୍ୟ ୭୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ପୂର୍ଣ୍ଣଚନ୍ଦ୍ର ବିଭିନ୍ନ ସମୟରେ ଅନଲାଇନ ଓ ଚେକ୍‌ ମାଧ୍ୟମରେ ମୋଟ ୬୫ ଲକ୍ଷ ଟଙ୍କା ପୈଠ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଜମି ମିଳି ନ ଥିଲା। ସେ ବାରମ୍ବାର ଧାଇଁବା ପରେ ମଧ୍ୟ ଜମି ମିଳିଲା ନାହିଁ କି ଟଙ୍କା ମଧ୍ୟ ଫେରସ୍ତ ପାଇଲେ ନାହିଁ। ଦଲାଲ ଓ ବିକ୍ରେତା ପୂର୍ଣ୍ଣଚନ୍ଦ୍ରଙ୍କୁ ଧରାଛୁଅଁା ଦେଲେନି। ଶେଷରେ ପୂର୍ଣ୍ଣଚନ୍ଦ୍ର ଟାଉନ ଥାନାରେ ରବିବାର ଅଭିଯୋଗ କରିଥିଲେ। ଟାଉନ ଥାନା ଆଇଆଇସି ସରୋଜିନୀ ସିଂ ଏକ ମାମଲା(ନଂ.୧୫୫/୧୯) ରୁଜୁ କରି ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ଦେବୀପ୍ରସାଦଙ୍କୁ ଗିରଫ କରିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri