ରାଜଧାନୀରୁ ନକଲି ମହିଳା ଆଇପିଏସ୍‌ ଅଫିସର ଗିରଫ: ବାରମ୍ବାର ଫୋନ କରି ଲକ୍‌ଡାଉନ୍‌ ନିୟମ କୋହଳ, କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ପକାଉଥିଲେ ଚାପ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କ୍ୟାପିଟାଲ ଥାନା ପୋଲିସ ଶୁକ୍ରବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଗିରଫ କରିଛି। ତାଙ୍କ ନାମ ଶର୍ମିଷ୍ଠା ବେହେରା। ସେ ନିଜକୁ ଜଣେ ଆଇପିଏସ ଅଫିସର ପରିଚୟ ଦେଇ ଲକ୍‌ଡାଉନ୍‌ ନିୟମକୁ କୋହଳ କରିବା ସହ କିଛି ନିର୍ଦ୍ଧିଷ୍ଟ କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ଚାପ ପକାଉଥିବା ଜଣାପଡିଛି।

ସୂଚନାନୁସାରେ, ଗତ କିଛିଦିନ ହେଲା ଭୁବନେଶ୍ୱର ରିଜର୍ଭ ଇନସ୍ପେକ୍ଟରଙ୍କୁ ଜଣେ ଲେଡି ଆଇପିଏସ୍‌ ଅଫିସର ନିୟମିତ ବ୍ୟବଧାନରେ ଫୋନ କରୁଥିଲେ। ଫୋନ କରି ଲକ୍‌ଡାଉନ୍‌ ନିୟମକୁ କୋହଳ କରିବା ସହ କିଛି କନଷ୍ଟେବଳଙ୍କ ସପକ୍ଷରେ କହିଥିଲେ। ଏପରିକି ସେମାନଙ୍କୁ ଡ୍ୟୁଟି ନ ଦେବାକୁ ଚାପ ପକାଇଥିଲେ। ପ୍ରଥମେ ରିଜର୍ଭ ଇନସ୍ପେକ୍ଟର ତାଙ୍କ କଥା ଅନୁସାରେ କିଛି କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ କରିଥିଲେ। ହେଲେ ବାରମ୍ବାର ଫୋନ ଆସିବାରୁ ପୋଲିସର ସନ୍ଦେହ ହୋଇଥିଲା। ଏନେଇ ବରିଷ୍ଠ ଅଧିକାରୀଙ୍କୁ ସେ ଅବଗତ କରିବା ପରେ ଘଟଣାର ତଦନ୍ତ କରାଯାଇଥିଲା। ପରେ ଗୁରୁବାର ରାତିରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏହାଛଡ଼ା ପୋଲିସ ତାଙ୍କୁ ୪୧ ସିଆର୍‌ପିସିରେ ନୋଟିସ କରି ଛାଡି ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri