ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ ମାମଲାରେ ପୋଲିସ ଖୋଳତାଡ଼ କରିବା ପରେ ନକଲି ପୋଲିସ ବାବୁଙ୍କ କାରନାମା ଧରାପଡ଼ିଥିଲା। ଏନେଇ ଖାରବେଳନଗର ଥାନା ପୋଲିସ କେସ୍‌ ନଂ.୨୯୮/୨୬ରେ ଏକ ମାମଲା ରୁଜୁକରି ନକଲି ପୋଲିସ ଅଧିକାରୀ ରଜନୀକାନ୍ତ ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳରେ। ତାଙ୍କ କଥାବାର୍ତ୍ତା ଠିକ୍‌ ରହୁ ନ ଥିବାରୁ ପୋଲିସ ତାଙ୍କର ଅସଲ ପରିଚୟ ଖୋଜୁଛି। ଜବତ ହୋଇଥିବା ନକଲି ଆଇକାର୍ଡ ଏବଂ ଆଧାର, ପ୍ୟାନ୍‌ କାର୍ଡ ଆଧାରରେ ତାଙ୍କର ଠିକଣା ଖୋଜୁଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ରଜନୀକାନ୍ତ ଖାରବେଳନଗର ଥାନା ୟୁନିଟ୍‌-୩ ଅଞ୍ଚଳରେ ପରିବାର ସହ ଭଡ଼ାରେ ରହୁଥିଲେ। ଉକ୍ତ ଅଞ୍ଚଳରେ ସେ ନିଜକୁ ଆଡିଶନାଲ ଏସ୍‌ପି(ଅତିରିକ୍ତ) କହି ଦୋକାନୀଙ୍କୁ ଧମକାଇ ମାଗଣା ମଟନ, ଚିକେନ୍‌, ଚିଙ୍ଗୁଡ଼ି ଆଣୁଥିଲେ। ଏପରିକି ଉକ୍ତ ଅଞ୍ଚଳରେ ଠେଲାଗାଡ଼ି କରି ବିକ୍ରି କରୁଥିବା ଦୋକାନୀଙ୍କୁ ମଧ୍ୟ ଛାଡୁ ନ ଥିଲେ। ଗତ ମେ’ ୧୧ରେ ରଜନୀକାନ୍ତ ରହୁଥିବା ଘର ନିକଟରେ ଡ୍ରେନ୍‌ କାମ କରାଯାଉଥିଲା। ଫଳରେ ଅଭିଯୋଗକାରୀ ସୁଜିତ କୁମାର ନାୟକ ତାଙ୍କ ଘର ନିକଟକୁ ଯାଇ ନ ପାରି ରଜନୀକାନ୍ତଙ୍କ ଘର କାନ୍ଥ କଡ଼କୁ ତାଙ୍କ କାର ପାର୍କିଂ କରିଥିଲେ। ଅଭିଯୁକ୍ତ ରଜନୀକାନ୍ତ ଆସିବା ପରେ ଘର କାନ୍ଥ କଡ଼ରେ ଗାଡ଼ି ପାର୍କିଂ ହୋଇଥିବା ଦେଖି ରାଗିଯାଇଥିଲେ। ଏକ ଲୁହାରଡ଼ ଆଣି କାରର କାଚ ଭାଙ୍ଗି ଦେଇଥିଲେ। ଏପରିକି ନିଜକୁ ଆଡିଶନାଲ ଏସ୍‌ପି କହି ଧମକାଇଥିଲେ। ସୁଜିତ କିଛି ବାଟ ନ ପାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ.୨୯୮/୨୬ରେ ମାମଲା ରୁଜୁକରି ତଦନ୍ତ କରିଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ପୋଲିସ ଡିଜି ଗୁରୁତ୍ୱର ସହ ନେଇ ଖାରବେଳନଗର ଥାନା ଅଧିକାରୀଙ୍କୁ ଉକ୍ତ ଅତିରିକ୍ତ ଏସ୍‌ପି କିଏ ଚିହ୍ନଟ କରି କହିବାକୁ ନିର୍ଦ୍ଦେଶ ଦେଇଥିଲେ। ଥାନା ଅଧିକାରୀ ରଜନୀକାନ୍ତଙ୍କୁ ଫୋନ୍‌ କରିଥିଲେ ମଧ୍ୟ ସେ ଡିଜିପି ଅଫିସ୍‌ରେ ଥିବା କହି ଯାଇପାରିବେ ନାହିଁ ବୋଲି କହିଥିଲେ। ଏପରିକି ପୋଲିସକୁ ଭୁଅଁା ବୁଲାଇଥିଲେ। ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଖୋଜାଖୋଜି କରିବା ଜାଣି ରାଜନୈତିକ ଚାପ ପକାଇଥିଲେ। ପୋଲିସ ରଜନୀକାନ୍ତଙ୍କ ଘରକୁ ଯାଇ ରେଡ୍‌ କରିଥିଲେ ମଧ୍ୟ ପରିବାର ଲୋକ ମଧ୍ୟ ସେ ଆଡିଶନାଲ ଏସ୍‌ପି ଥିବା କହିଥିଲେ। ଶେଷରେ ଗୁରୁବାର ବିଳମ୍ବିତ ରାତିରେ ପାତ୍ରପଡ଼ା ଅଞ୍ଚଳରେ ବୁଲୁଥିବା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା। ତାଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରେ ଥିବା ନକଲି ଆଇକାର୍ଡକୁ ସେ ତୁରନ୍ତ ପାଟିରେ ପୂରାଇ ଗିଳିଦେବାକୁ ଚେଷ୍ଟା କରିଥିଲେ। ପୋଲିସ ଟିମ୍‌ ତାଙ୍କ ପାଟିରେ ହାତ ପୂରାଇ ଆଇକାର୍ଡ ଜବତ କରିବା ସହ ଯାଞ୍ଚ ପରେ ତାହା ନକଲି ଥିବା ଜଣାପଡ଼ିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri