ନୂଆଦିଲ୍ଲୀ,୧୩।୩: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଆଜି ଲୋକ ସଭାର ଦୃଶ୍ୟ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Supplementary Demands for Grantsର ଉତ୍ତର ଦେବାକୁ ଛିଡା ହୋଇଥିବାବେଳେ ବିରୋଧୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ହଟ୍ଟଗୋଳ ଗୃହର ପରିବେଶକୁ ଉଷ୍ମ କରିଦେଇଥିଲା। ଅର୍ଥମନ୍ତ୍ରୀ ସ୍ପଷ୍ଟ ଭାବରେ କହିଥିଲେ, ବିରୋଧୀଙ୍କ ଜନସାଧାରଣଙ୍କ ସମସ୍ୟା ପ୍ରତି କୌଣସି ଚିନ୍ତା ନାହିଁ, ସେମାନେ କେବଳ ହଟ୍ଟଗୋଳ ସୃଷ୍ଟି କରିବାକୁ ଜାଣନ୍ତି। ଏହି ସମୟରେ ଅର୍ଥମନ୍ତ୍ରୀ ାଭବପ୍ରବଣ ହୋଇପଡ଼ିଥିଲେ।
ସେ ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ନେତାଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ମନ୍ତ୍ରୀ ସେମାନଙ୍କୁ କଟାକ୍ଷ କରି କହିଥିଲେ ଯେ, ଯେଉଁମାନେ ସଂସଦର ପାହାଚରେ ବସି ଚା’ ପିଉଛନ୍ତି, ସେମାନେ ହିଁ ବାହାରକୁ ପାଦ ଦେଇ କେବଳ ଏଲପିଜି ମୂଲ୍ୟ ପ୍ରସଙ୍ଗରେ ଚିନ୍ତା ପ୍ରଦର୍ଶନ କରନ୍ତି। ସରକାର ଯୁକ୍ତି ଦେଉଛନ୍ତି ଯେ, ବିଶ୍ୱ ପରିସ୍ଥିତି ଯୋଗୁ ଦେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାବେଳେ ବିରୋଧୀ ସମାଧାନ ଦେବା ପରିବର୍ତ୍ତେ ଏକ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି।
ଭାବପ୍ରବଣ ହୋଇ ଅର୍ଥମନ୍ତ୍ରୀ କହିଥିଲେ, ବିରୋଧୀ ଦଳର ସଦସ୍ୟମାନେ ମୋ କଥା ଶୁଣୁନାହାଁନ୍ତି। ସେମାନଙ୍କର କୌଣସି ବୁଝାମଣା ନାହିଁ। ଏହି ଲୋକମାନେ ପରେ ଠିଆ ହୋଇ ପଚାରିବେ ଯେ, ଏହି ସରକାର ମନରେଗା ପାଇଁ କ’ଣ କରିଛି ଏବଂ ଦାବି କରିବେ ଯେ ଯୋଜନା ପାଇଁ ଆବଣ୍ଟିତ ପାଣ୍ଠି ହ୍ରାସ ପାଇଛି। ଏପରି ପରିସ୍ଥିତିରେ ମୁଁ ଜାଣିପାରୁନାହିଁ ମୋର ରାଗକୁ କିପରି ନିୟନ୍ତ୍ରଣ କରିବି।
Dharitri – Odisha’s No.1 Odia Daily

