ରାଉରକେଲାରେ ଖୋଲିବ ପ୍ରଥମ ‘ମଦର ସିଏନ୍‌ଜି ଷ୍ଟେଶନ’

ରାଉରକେଲା,୧୩ା୭(ସଙ୍ଗୀତା ଜେନା): ପରିବେଶ ପାଇଁ ଅନୁକୂଳ ତଥା କମ ଅର୍ଥରେ ମିଳିବ ଇନ୍ଧନ। ଗ୍ରୀନ ଫୁଏଲ ଭାବେ ପରିଚିତ କମ୍ପ୍ରେସଡ଼ ନେଚୁରାଲ ଗ୍ୟାସ(ସିଏନଜି)ର ରାଉରକେଲାରେ ବହୁତ ଶୀଘ୍ର ମଦର ସିଏନଜି ଷ୍ଟେସନ୍‌ ଖୋଲିବାକୁ ଯାଉଛି। ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ଖ୍ୟାତି ଲାଭ କରିଥିବା ସିଏନଜି ଦ୍ୱାରା ଯାନବାହାନ ଓ ଭାରିଯାନ ଚାଲିବ। ଏହାଦ୍ୱାରା ଲୋକ କମ ଖର୍ଚ୍ଚରେ ଇନ୍ଧନ ପାଇବେ। ରାଉରକେଲା ଭଳି ଶିଳ୍ପ ନଗରୀରେ ପ୍ରଦୂଷଣହାର ବୃଦ୍ଧି ସାଙ୍ଗକୁ କ୍ରମାଗତ ବହୁ ପରିମାଣରେ ଯାନବାହାନ ସଂଖ୍ୟା ବୃଦ୍ଧି ହୋଇଛି। ତେବେ ପ୍ରଦୂଷଣ ହାରକୁ କମ କରିବା ପାଇଁ ପୂର୍ବରୁ ଅଟୋ ଗୁଡ଼ିକ ପାଇଁ ସିଏନଜି ଇନ୍ଧନ ବ୍ୟବସ୍ଥା ୨୦୧୯ ମସିହାରେ କରାଯାଇଥିଲା। ଛେଣ୍ଡସ୍ଥିତ ଭଗବତୀ ଓ ସତ୍ୟମରେ ପେଟ୍ରୋଲ ପମ୍ପରେ ଆରୋ ଷ୍ଟେସନ ଦ୍ୱାରା ସିଏନଜି ବିତରଣ କରାଯାଉଥିଲା। ହେଲେ ଏହାର ବହୁଳ ଚାହିଦା ଓ ଅତ୍ୟାଧୁନିକ କୌଶଳରେ ନିର୍ମିତ ଚାରିଚକିଆ ଯାନବାହାନ ଓ ଅଟୋରେ ଇନ୍ଧନ ଯୋଗାଇବା ପାଇଁ ବୃହତ୍ତ ପ୍ରକଳ୍ପ ତିଆରି ଲାଗି ପେଟ୍ରୋଲିୟମ ମନ୍ତ୍ରଣାଳୟ ନିଷ୍ପତି ନେଇଥିଲା। ଯାହାଦ୍ୱାରା ରାଉରକେଲା ସେକ୍ଟର-୨ ଗାୟତ୍ରୀ ମନ୍ଦିର ନିକଟରେ ଏହି ମଦର ଷ୍ଟେସନ ନିର୍ମାଣ ୨୦୨୨ରୁ ଆରମ୍ଭ କରାଯାଇଥିଲା। ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ହେଉଥିବା ଉକ୍ତ ଷ୍ଟେସନରେ ୮ଟି ଡିସପେନସର ଲାଗିବ। ଯାହାଦ୍ୱାରା ଏକକାଳୀନ ୬ଟି କାର ବା ଅଟୋ ସହ ୨ଟି ସିଏନଜି ବସର ଇନ୍ଧନ ଭରାଯିବ। ସେକ୍ଟର-୧୩ ସିଟି ଗେଟ ଷ୍ଟେସନରୁ ଏହାର ପ୍ରମୁଖ ସିଏନଜି ଯୋଗାଣ କରାଯିବ। ଗେଲ(ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼) କମ୍ପାନୀ ଓନ କମ୍ପାନୀ ଅପରେସନାଲ(କୋକୋ) ଦ୍ୱାରା ପରିଚାଳିତ ହେବ। ଏହାର ନିର୍ମାଣ ଲାଗି ସଂଚିତ ଇନଫ୍ରାଟେକକୁ କାର୍ଯ୍ୟଦେଶ ମିଳିଛି। ପ୍ରାୟ ସେପ୍ଟମ୍ବର ମାସ ସୁଦ୍ଧା ଏହା ସମ୍ପୂଣର୍ର୍ ହେବ ବୋଲି ଗେଲ ଗ୍ୟାସ ମୁଖ୍ୟ ପରିଚାଳକ କିନସୁକ ସରକାର ସୂଚନା ଦେଇଛନ୍ତି। ଅତ୍ୟାଧୁନିକ ଯନ୍ତ୍ରାଂଶ ଦ୍ୱାରା ସୁରକ୍ଷିତ( ଦୁର୍ଘଟଣା ରହିତ) ଇନ୍ଧନ ଯୋଗାଣ କରାଯିବ। ସୂଚନାଯୋଗ୍ୟ, ଦିଲ୍ଲୀ, ବେଙ୍ଗଲୁରୁ ଭଳି ମହାନଗର ଗୁଡ଼ିକରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସିଏନଜି ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି। ବିଭିନ୍ନ କମ୍ପାନୀ ପକ୍ଷରୁ ସିଏନଜି ଇନ୍ଧନ ବିଶିଷ୍ଟ ଯାନବାହାନ ଉପତ୍ାଦନ କରାଯାଉଛି। ସିଏନଜି ବ୍ୟବହାର ଦ୍ୱାରା ଯାନବାହାନରୁ ବିଷାକ୍ତ କାର୍ବନ ଡାଇକ୍ସସାଇଡ଼ କମ ନିର୍ଗତ ହୋଇଥାଏ। ବୈଜ୍ଞାନିକ ମାନେ ଏହକୁ ଅଧିକ ସବୁଜ ପରିବେଶ ପାଇଁ ବିକଶିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri